ଚାମୋଲୀରେ ପ୍ରବଳ ତୁଷାରପାତ, ପର୍ଯ୍ୟଟକଙ୍କ ମନ ମୋହୁଛି ପ୍ରକୃତିର ସୌନ୍ଦର୍ଯ୍ୟ - ଚାମୋଲୀରେ ପ୍ରବଳ ତୁଷାରପାତ
ଉତ୍ତରାଖଣ୍ଡ: ଚାମୋଲୀ ଜିଲ୍ଲାରେ ପ୍ରବଳ ତୁଷାରପାତ ଯୋଗୁଁ ପ୍ରକୃତିର ଅତି ସୁନ୍ଦର ଚିତ୍ର ଦେଖିବାକୁ ମିଳିଛି । ମନେ ହେଉଛି ପ୍ରକୃତି ଉପରେ କିଏ ସଫା ଚାଦର ବିଛାଇ ଦେଇଯାଇଛି । ଉପତ୍ୟକାର ଯେଉଁଆଡ଼େ ନଜର ପକାଇଲେ ସେଇ ପଟେ କେବଳ ତୁଷାର ହିଁ ତୁଷାର । ବଦ୍ରିନାଥ ଧାମ, ଔଲି, ପର୍ଯ୍ୟଟନସ୍ଥଳୀ ରାମଣୀ ଓ ଲୋହାଜଙ୍ଗରେ ପ୍ରବଳ ତୁଷାରପାତ ହୋଇଛି । ନୂଆବର୍ଷର ଆଗମନ ପୂର୍ବରୁ ଏହି ତୁଷାରପାତ ପର୍ଯ୍ୟଟକଙ୍କୁ ଉପତ୍ୟକାକୁ ଟାଣି ଆଣୁଛି । ଚାମୋଲୀ ଜିଲ୍ଲା ସହ ରାଜ୍ୟର ଅନ୍ୟ ସ୍ଥାନରେ ବି ତୁଷାରପାତ ଜାରି ରହିଛି । ଫଳରେ ପାରଦ ଆହୁରି ଖସିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ