ଦିବ୍ୟାଙ୍ଗ ହୋଇ ବି ସର୍ବଗୁଣ ସମ୍ପନ୍ନ, ଦେଖନ୍ତୁ ଭିଡିଓ - ଦିବ୍ୟାଙ୍ଗ ହୋଇ ବି ସର୍ବଗୁଣ ସମ୍ପନ୍ନ
ନୂଆଦିଲ୍ଲୀ: ଆମେ ସର୍ବଦା କିଛି ନା କିଛି ପାଇଁ ଭଗବାନଙ୍କ ପାଖରେ ଅଭିଯୋଗ କରିଥାଉ । କିନ୍ତୁ ଦିଲ୍ଲୀରେ ଏମିତି ଜଣେ ଝିଅ ଅଛନ୍ତି ଯିଏ ନିଜେ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ପିତା-ମାତାଙ୍କୁ ବଞ୍ଚିବା ଶିଖାଉଛନ୍ତି । ଝିଅଟିର ନାଁ ନବିୟା । ସ୍କୁଲ ଶିକ୍ଷା ସହ କମ୍ପ୍ୟୁଟର ଓ ଇଂରାଜୀ ଶିକ୍ଷା ମଧ୍ୟ ଗ୍ରହଣ କରୁଛନ୍ତି । ଅଭିନୟରେ ରୁଚି ଥିବା ନବିୟା ଫେସବୁକ୍, ଟିକଟକ୍, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ମଧ୍ୟ ବ୍ୟବହାର କରନ୍ତି । ସେ ବି ନିଜ ମୁହଁ ସାହାଯ୍ୟରେ । ନିଜ ଅକ୍ଷମତାକୁ ଖୁସିର ସହକାରେ ସ୍ବୀକାର କରିଛନ୍ତି ସେ ।ବଡ ହୋଇ ଆଇଏଏସ ହେବା ପାଇଁ ଆଶା ରଖିଥିବା ନବିୟା ଜନ୍ମ ସମୟରେ ପରିବାର ଚିନ୍ତାରେ ପଡିଯାଇଥିଲେ । କିନ୍ତୁ ସେ ବଡ ହେଲା ପରେ, ସେମାନଙ୍କ ଚିନ୍ତା ଦୂର ହୋଇଥିଲା । ଆଉ ଏବେ ସେ ସାରା ଦୁନିଆର ଦିବ୍ୟାଙ୍ଗ ତଥା ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।