ବ୍ରହ୍ମପୁର ସରକାରୀ ଆଇଟିଆଇରେ 22 ଫୁଟର ବନିଶି କଣ୍ଟା, ଗିନିଜ୍ ବୁକରେ ସ୍ଥାନ ପାଇବାକୁ ଆଶା - Govt ITI
ବ୍ରହ୍ମପୁର: ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବା ପଥରେ ବ୍ରହ୍ମପୁର ସରକାରୀ ଆଇଟିଆଇ । 22 ଫୁଟର ବନିଶି କଣ୍ଟା ତିଆରି କରି ଗିନିଜ୍ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ଲାଗି ଆଶା ରଖିଛି ଶିକ୍ଷାନୁଷ୍ଠାନ । 40 ଦିନର ଅକ୍ଳାନ୍ତ ପରିଶ୍ରମ କରି ଏହି ବନିଶି କଣ୍ଟାକୁ ତିଆରି କରିଛନ୍ତି ଅଧ୍ୟୟନ ରତ ଛାତ୍ରଛାତ୍ରୀ । ଫିଟର, ୱେଲଡର,ପ୍ଳାମ୍ବର ଓ ଇଣ୍ଡଷ୍ଟ୍ରିଆଲ ପେଣ୍ଟର ବିଭାଗର ଛାତ୍ରଛାତ୍ରୀ ମିଳିତ ଭାବେ ଏହାକୁ ତିଆରି କରିଛନ୍ତି ।