ଓଡିଶା

odisha

ETV Bharat / videos

52 ଦିନର ସରିଲା ପ୍ରକ୍ରିୟା, ଫେରିଗଲେ ଅଲିଭ ରିଡଲେ ମା’-ଛୁଆ - ଅଣ୍ଡାଦାନ ପ୍ରକ୍ରିୟା

By

Published : Apr 14, 2021, 3:06 PM IST

କୋଲାମ: ଦୀର୍ଘ 52 ଦିନର ଅପେକ୍ଷା ପରେ ଛୁଆ କଇଁଛକୁ ନେଇ ଫେରିଛି ମା କଇଁଛ । କେରଳର କୋଲ୍ଲାଲାମ ଜିଲ୍ଲା ପୋଜିକ୍କାର ବେଳାଭୂମିରେ ବିରଳ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ ପ୍ରକ୍ରିୟା ସାରି ଛୁଆ ଫୁଟିବା ପରେ ଫେରିଯାଇଛନ୍ତି । ରବିବାର ଏହି କଇଁଛ ଛୁଆଙ୍କୁ ସମୁଦ୍ରରେ ଛାଡି ଦିଆଯାଇଛି । ଥିରୁଅନନ୍ତପୁରମରେ ଅବସ୍ଥିତ ଟ୍ରାଭାନକୋର ପ୍ରକୃତି ଇତିହାସ ସୋସାଇଟି ଅଣ୍ଡା ସଂରକ୍ଷଣ ଦାୟିତ୍ବ ଗ୍ରହଣ କରିଥିଲା। ଅନସିଲ ଶେରିଫ, ଡ. କାଲେଶ ସଦାଶିଭାନ, ଜୟକୁମାର ଏବଂ ଶାଜିଙ୍କ ନେତୃତ୍ୱରେ 15 ଜଣିଆ ଟିମକୁ ଅଲିଭ ରିଡଲେ କଇଁଛ ଅଣ୍ଡା ସଂରକ୍ଷଣ ଦାୟିତ୍ବ ଦିଆଯାଇଥିଲା। ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details