ପବିତ୍ର ଦୋଳ ଉତ୍ସବ: ରଙ୍ଗରେ ରଙ୍ଗେଇ ହେଲାଣି ସମ୍ପୂର୍ଣ୍ଣ ଦେଶ
ହାଇଦ୍ରାବାଦ: ହୋଲି ପୂର୍ବରୁ ଦୋଳ ଉତ୍ସବ ପାଳନ କରୁଛି ଦେଶ । ଏହି ଅବସରରେ ପଶ୍ଚିମବଙ୍ଗରେ ଫଗୁର ରଙ୍ଗକୁ ପରସ୍ପରକୁ ବୋଳି ହେବା ସହ ରବିନ୍ଦ୍ର ନାଥ ଟାଗୋରଙ୍କ ଗୀତରେ ନାଚଗୀତ କରିଥିଲେ ସଭିଏଁ । ସେହିପରି ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିରରେ ମଧ୍ୟ ପାଳନ ହେଉଛି ଦୋଳ ଉତ୍ସବ । ବେଶ ଆନନ୍ଦ ଉଲ୍ଲାସରେ ଏହି ଦିନଟାକୁ ପାଳନ କରାଯାଉଛି ।