ଓଡିଶା

odisha

ETV Bharat / videos

ସଂସଦର ଶାନ୍‌ ବଢାଉଛି ଓଡିଆ ପାନ - ଡୋନାଲ୍ଡ ଟ୍ରମ୍ପଙ୍କ ପାନ

By

Published : Sep 22, 2020, 7:15 PM IST

ନୂଆଦିଲ୍ଲୀ: 'ପାନ'... କାହାକୁ ବା ପସନ୍ଦ ନୁହେଁ, ଖାଇସାରିଲା ପରେ ପାନ ଖଣ୍ଡିଏ ଖାଇଦେଲେ ମନଟା ଭାରି ଖୁସି ହୋଇଯାଏ। ପାନ ପ୍ରିୟ ଲୋକମାନେ ଦିନକୁ 10-15 ଖଣ୍ଡ ପାନ ନ ଖାଇଲେ ଯେମିତି ତାଙ୍କ ମନ ବୁଝେନା। କିଏ ମିଠା ପାନ ଖାଇବାକୁ ଭଲପାଏ ତ ଆଉ କିଏ ଧୂଳିଗୁଣ୍ଡି, ତ ଆଉ କିଏ ଟିପେ ଖଇର ଦେଇ ଖଣ୍ଡ ଗୁଆ ଖାଇବାକୁ ଭଲପାଏ। କିଏ ପାନରେ ହାଲକା ଚୂନ ଦେଇ ଖାଇବାକୁ ଭଲପାଏ ତ ଆଉ କିଏ ଅଳେଇଚ ସାଙ୍ଗକୁ ନାଲି ଚେରୀ ଦିଆ ପାନ। ବାହାଘର ହେଉକି ବ୍ରତଘର, ଜନ୍ମଦିନ ହେଉ କି ରଜ ମହୋତ୍ସବ, ପାନର ନିଆରା ଅନ୍ଦାଜ ରହିଛି । କୁଣିଆଙ୍କୁ ବିଦାୟ ଦେଲାବେଳେ କାଚ ଥାଳିଆରେ ଥୁଆ ହୋଇଥିବା ପାନ ଖଣ୍ଡେ ଯାଚିଦେଲେ ଘରର ମର୍ଯ୍ୟାଦା ରକ୍ଷା ହେଲା ଭଳି ଲାଗେ। ପାନ ସମ୍ପର୍କର ସେତୁ। ସୁବାସିତ କେତକି ଖଇର, ବଡ଼ଫାଳ ଗୁଆ, ଲବଙ୍ଗ, ଅଳେଇଚ, ଜାଇଫଳ ଦିଆହୋଇଥିବା ପାନ ଖଣ୍ଡିଏ ଖାଇଦେଲେ ଚରମ ଆନନ୍ଦ ଲାଗିଥାଏ। ଏହା ଶରୀରରେ ଖାଦ୍ୟକୁ ହଜମ ହେବାରେ ସାହାଯ୍ୟ କରିଥାଏ। ଥଣ୍ଡା ସର୍ଦ୍ଦି ହୋଇଥିଲେ ପାନ ପତ୍ର ସହ ସାମାନ୍ୟ ଜୁଆଣି ମିଶାଇ ଖାଇଲେ ଉପଶମ ମିଳିଥାଏ । ରଜବୁଲି ଆସୁଥବା ସମସ୍ତ ଅଭ୍ୟାଗତଙ୍କୁ ପାନ ଅର୍ପଣ କରି ଓଡ଼ିଆ ପରମ ସନ୍ତୋଷ ଅନୁଭବ କରେ।

ABOUT THE AUTHOR

...view details