ରାଜସ୍ଥାନ ମହାସଂଗ୍ରାମ ମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଗେହଲଟ
ଜୟପୁର: ରାଜସ୍ଥାନ ରଜନୀତିରେ ଜାରି ସସପେନ୍ସ ମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ ବିଧାୟକ ଏବେ ରାଜଭବନରେ ପହଞ୍ଚିଯାଇଛନ୍ତି । ସାମାଜିକ ଦୂରତା ପାଳନ ସହ ସମସ୍ତ ବିଧାୟକ ରାଜଭବନ ପରିସରରେ ଅଛନ୍ତି । ତେବେ ରାଜଭବନକୁ ପ୍ରବେଶ ସମୟରେ ଗେହଲଟଙ୍କ ସମର୍ଥନରେ ଥିବା ବିଧାୟକମାନେ ଭିକ୍ଟ୍ରି ସଙ୍କେତ ଦେଇଥିବା ଦେଖିବାକୁ ମିଳିଛି । ରାଜସ୍ଥାନ ହାଇକୋର୍ଟରୁ ସଚିନ ପାଇଲଟଙ୍କ ଗୋଷ୍ଠୀକୁ ଆଶ୍ବସ୍ଥି ମିଳିବା ପରେ ଏବେ ଅଶୋକ ଗେହଲଟଙ୍କ କ୍ୟାମ୍ପରେ ହଲଚଲ ଆରମ୍ଭ ହୋଇଯାଇଛି ।