ବୁର୍ଜ ଖଲିଫାରେ ତେଲେଙ୍ଗାନାର ବତୁକମ୍ମ
ହାଇଦ୍ରାବାଦ: ବିଶ୍ବର ସର୍ବବୃହତ ସ୍କ୍ରିନ୍ ବୁର୍ଜ ଖଲିଫାରେ ତେଲେଙ୍ଗାନା ପରମ୍ପରା ଦୃଶ୍ୟମାନ । ଆଲୋକମାଳାରେ ସୁସଜ୍ଜିତ ହୋଇଛି ଦୁବାଇର ଉଚ୍ଚତମ କୋଠା ବୁର୍ଜ ଖଲିଫାରେ ବତୁକମ୍ମର ଚିତ୍ର । ଏହିସମୟରେ ହଜାର ହଜାର ତେଲେଙ୍ଗାନାବାସୀ ଉପସ୍ଥିତ ଥିଲେ । ସମସ୍ତେ ଉତ୍ସାହର ସହ ଏହି ଦୃଶ୍ୟର ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ନିଜାମବାଦ୍ ଏମ୍.ଏଲ୍.ସି କଲଭାକୁନ୍ତଲା କବିତାଙ୍କ ଉଦ୍ୟମରେ ଏହି ଭିଜୁଆଲ୍ ପ୍ରଦର୍ଶିତ ହୋଇଥିଲା । ତେବେ କଲଭାକୁନ୍ତଲା କବିତା ହେଉଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ।