ଓଡିଶା

odisha

ETV Bharat / videos

Viral Video: ୭୪ ବର୍ଷ ପରେ ଭାଇକୁ ଭେଟିଲା ଭାଇ - ଭାରତ ପାକିସ୍ତାନ ବିଭାଜନ

By

Published : Jan 13, 2022, 1:05 PM IST

ଚଣ୍ଡିଗଡ: ୧୯୪୭ ମସିହାରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା ଅଖଣ୍ଡ ଭାରତ । ଦେଶ ବିଭାଜନ ହେବା ସହ ଅନେକ ପରିବାର ମଧ୍ୟ ଦୁଇ ଭାଗ ହୋଇଯାଇଥିଲା । ଯେଉଁଥିରେ ଅଲଗା ହୋଇଯାଇଥିଲେ ଦୁଇ ଭାଇ ମହମ୍ମଦ ଏବଂ ହବିବ୍ । ଜଣେ ଭାରତରେ ବଢିଥିବାବେଳେ ଅନ୍ୟ ଜଣେ ପାକିସ୍ତାନରେ ରହିଥିଲେ । ଦୀର୍ଘ ୭୪ ବର୍ଷର ବିଚ୍ଛେଦ ପରେ କର୍ତାରପୁର କରିଡରରେ ଭେଟାଭେଟି ହୋଇଛନ୍ତି ଏହି ଦୁଇ ଭାଇ । ବର୍ଷ ବର୍ଷ ଅପେକ୍ଷାର ଅନ୍ତ ପରେ ଭାଇକୁ ଦେଖି ଲୁହ ଛଳ ଛଳ ଆଖିରେ କୋଳେଇ ନେଇଛି ଭାଇ । ଦୁଇ ଭାଇଙ୍କ ଏହି ଅପୂର୍ବ ମିଳନର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍‌ମାତ୍ରାରେ ଭାଇରାଲ ହେଉଛି ।

ABOUT THE AUTHOR

...view details