ଓଡିଶା

odisha

ETV Bharat / videos

ସ୍ତ୍ରୀଙ୍କୁ ମାଡ ମାରି ମଧ୍ୟପ୍ରଦେଶର ବରିଷ୍ଠ IPS ବହିଷ୍କୃତ - ମଧ୍ୟପ୍ରଦେଶର ବରିଷ୍ଠ IPS ବହିଷ୍କୃତ

By

Published : Sep 28, 2020, 6:41 PM IST

ଭୋପାଳ: ପତ୍ନୀଙ୍କୁ ମାଡ ମାରିବା ଘଟଣାରେ ମଧ୍ୟପ୍ରଦେଶର ସ୍ବତନ୍ତ୍ର ଡିଜି ତଥା ବରିଷ୍ଠ ଆଇପିଏସ ଅଧିକାରୀ ପୁରୁଷୋତ୍ତମ ଶର୍ମାଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ । ପୁରୁଷୋତ୍ତମଙ୍କୁ ନିଜ ପଦରୁ ହଟାଇଦିଆଯାଇଛି । କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ଆଦେଶ ପାଇଁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ସମ୍ପୂର୍ଣ୍ଣ ମାମଲାରେ ପ୍ରଶ୍ନ ଘେରରେ ଥିବା ଆଇପିଏସ ଅଧିକାରୀ ପୁରୁଷୋତ୍ତମ ଶର୍ମାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଏହା ପାରିବାରିକ ମାମଲା । ସେ ମାଡ ମାରିନଥିବା ବେଳେ କେବଳ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ପ୍ରତିକ୍ରିୟା ଦେଇଛନ୍ତି । ମଧ୍ୟପ୍ରଦେଶର ଡିଜିପି ସ୍ତରର ଅଧିକାରୀ ପୁରୁଷୋତ୍ତମ ଶର୍ମା ଜଣେ ମହିଳାଙ୍କ ଘରେ ଥିବା ସମୟରେ ତାଙ୍କ ପତ୍ନୀଙ୍କ ହାତରେ ଧରାପଡିଥିଲେ । ଏହା ପରେ ଶର୍ମା ଘରେ ପହଞ୍ଚି ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିଲେ। ଏହି ମାମଲାରେ ଅଧିକାରୀଙ୍କ ପୁଅ ପାର୍ଥ ଗୌତମ ଶର୍ମା ଉଭୟ ଘଟଣାର ଏକ ଭିଡିଓ ଗୃହମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ତଥା ଡିଜିପିଙ୍କ ନିକଟକୁ ପଠାଇ ବାପାଙ୍କ ବିରୋଧରେ ଅଭିଯୋଗ ପଞ୍ଜିକରଣ କରିବାକୁ ନିବେଦନ କରିଥିଲେ। ପୁଅଙ୍କ ତରଫରୁ ଏକ ଦାବି ରହିଥିଲା ଯେ ବାପାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହାପରେ ପୁରୁଷୋତ୍ତମ ଶର୍ମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ABOUT THE AUTHOR

...view details