ଜଳ ସଂରକ୍ଷଣ ପାଇଁ ଯୋଜନା ଜରୁରୀ, ରାସ୍ତା ଦେଖାଉଛି ସିମଲାର IIAS - ଜଳ ସଂରକ୍ଷଣ
ସିମଲା: ପାହାଡର ରାଣୀ ସିମଲାରେ ଥିବା ଏହି କୋଠା ଦୀର୍ଘ 132 ବର୍ଷରୁ ରାଜ୍ୟର ଶୋଭା ବଢାଇଆସୁଛି । ଆଜି ଏହା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡିଜ ନାଁରେ ପରିଚିତ । ଦେଶ ବିଦେଶରୁ ଅନେକ ଛାତ୍ରଛାତ୍ରୀ ଏଠାରେ ଉଚ୍ଚ ଶିକ୍ଷା ପାଇଁ ପହଞ୍ଚିଥାନ୍ତି । କେବଳ ସେତିକି ନୁହେଁ ଲକ୍ଷ ଲକ୍ଷ ପର୍ଯ୍ୟଟକ ମଧ୍ୟ ଏହି କୋଠାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଏଠାକୁ ଆସନ୍ତି । ଇଟିଭି ଭାରତର ଜଳ ସଂରକ୍ଷଣ ଅଭିଯାନରେ ଆଜି ଆମେ ଏହି କୋଠା ବିଷୟରେ ନୁହେଁ ବରଂ ସିଷ୍ଟମ ବିଷୟରେ ଆପଣମାନଙ୍କୁ ଅବଗତ କରାଇବୁ, ଯାହା ବଳରେ ସବୁଜ ପରିବେଶ ମଧ୍ୟରେ ଏହି କୋଠାର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇପାରିଛି ।