କୋରୋନା କଟକଣାରେ ବି କେଦାରନାଥ ଧାମରେ ବଢୁଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା - pilgrims
ଡେରାଡୁନ: ମହାଦେବଙ୍କ ପ୍ରିୟ ମାସ ହେଲା ଶ୍ରାବଣ ମାସ । ଏଥିଲାଗି ଭକ୍ତମାନେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଏହି ସମୟରେ ବାବା କେଦାରନାଥ ଧାମରେ ବେଶ୍ ଭିଡ ଜମିଥାଏ । କିନ୍ତୁ କୋରୋନା ମହାମାରୀ ଯୋଗୁଁ ଧାମରେ ଏତେଟା ଭିଡ ନଥିଲେ ମଧ୍ୟ ଶ୍ରାବଣ ମାସ ପ୍ରଥମ ସୋମବାର ଅର୍ଥାତ ଜୁଲାଇ6ରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ପ୍ରାୟ 200ରୁ 250ଜଣ ଭକ୍ତ କେଦାରନାଥ ଧାମରେ ପହଁଚୁଛନ୍ତି । ସୂଚନାଥାଉକି, କେଦାରନାଥ ଧାମର ମୌସୁମୀ ବର୍ଷା ଲାଗି ରହିଛି । ଫଳରେ ତାପମାତ୍ରା ଖସିବାରେ ଲାଗିଛି । ଫଳରେ କୁହିଡିରେ ଆଚ୍ଛାଦିତ ହୋଇ ରହୁଛି କେଦାରନାଥ ଧାମ । କିନ୍ତୁ ଏହି ବର୍ଷା କୁହୁଡିକୁ ଖାତିର ନକରି ବାବା କେଦାରନାଥଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି । ଜୁଲାଇ ଆରମ୍ଭରୁ ଏଯାବତ୍ ପ୍ରାୟ 1,500 ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରି ସାରିଲେଣି ।