ଓଡିଶା

odisha

ETV Bharat / videos

ଭଦ୍ରକରେ ଦେଖିବାକୁ ମିଳିଲା ଭାରତ ବନ୍ଦର ପ୍ରଭାବ - ଭଦ୍ରକରେ ଭାରତ ବନ୍ଦ

By

Published : Mar 28, 2022, 4:00 PM IST

Updated : Feb 3, 2023, 8:21 PM IST

ଭଦ୍ରକ: ଡିଜେଲ, ପେଟ୍ରୋଲ, ଖାଉଟି ସାମଗ୍ରୀ ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ 48 ଘଣ୍ଟିିଆ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଭଦ୍ରକରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ଟ୍ରେଡ ୟୁନିଅନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା । ଫଳରେ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା । ତେବେ ଏଠାରେ ଦୋକାନ ବଜାର ଖୋଲା ରହିଥିବା ଦେଖିବାକୁ ମିଳିଥିଲା । ରେଳ ଷ୍ଟେସନରେ ଭଦ୍ରକ-ପଲାସା ନିର୍ଦ୍ଧାରିତ ସମୟଠାରୁ DMU ଦୀର୍ଘ 45 ମିନଟ ଧରି ଅଟକିଥିଲା । ପରେ ପାସେଞ୍ଜର ଓ ରେଳବାଇ ପୋଲିସର ହସ୍ତକ୍ଷେପ ପରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଥିଲା । ବନ୍ଦକୁ ସମସ୍ତ ବାମପନ୍ଥୀ ଦଳ ଯଥା CPIM, CPI, CPI(ML), CPI(L) ସହ ସର୍ବଭାରତୀୟ ଫରୱାର୍ଡ ବ୍ଲକ ସମର୍ଥନ କରିଛି। ତା ସହିତ ଅଖିଳ ଭାରତ କୃଷକ ସଭା, CITU, INTUC, ଷ୍ଟୁଡେଣ୍ଟ ୟୁନିଅନ ଭଳି ସଂଗଠନ ପକ୍ଷରୁ ମଧ୍ୟ ସମର୍ଥନ ମିଳିଛି । ଭଦ୍ରକରୁ ଦେବାଶିଷ ମହାପାତ୍ର, ଇିଟଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

...view details