ଓଡିଶା

odisha

ETV Bharat / videos

ଦୀପକୁ ସାକ୍ଷୀ ରଖି ସମିତି ସଭ୍ୟଙ୍କୁ ଶପଥ ପାଠ କରାଇଲେ ବେଗୁନିଆ ବିଧାୟକ, ଭିଡିଓ ଭାଇରାଲ - ସମିତିସଭ୍ୟଙ୍କୁ ଶପଥ ପାଠ କରାଇଲେ ବେଗୁନିଆ ବିଧାୟକ

By

Published : Mar 12, 2022, 10:03 AM IST

Updated : Feb 3, 2023, 8:19 PM IST

ଖୋର୍ଦ୍ଧା: ଆଜି ବ୍ଲକଅଧ୍ୟକ୍ଷ ନିର୍ବାଚନ । ଖୋର୍ଦ୍ଧାର ପ୍ରତି ବ୍ଲକରେ ନିର୍ବାଚନ ଥିବାରୁ ଏହା ପୂର୍ବରୁ ଭୋଟ ଦେବା ପାଇଁ ସମିତିସଭ୍ୟଙ୍କୁ ଶପଥ ପାଠ କରାଇଲେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଅଧ୍ୟକ୍ଷଙ୍କୁ ନିର୍ବାଚନରେ ଭୋଟ ଦେବା ପାଇଁ ବିଧାୟକଙ୍କ ଉପସ୍ଥିତିରେ ସମିତିସଭ୍ୟ ମାନେ ଏକ ଶିବ ମନ୍ଦିରରେ ଇଶ୍ବରଙ୍କ ନାମରେ ଶପଥ ପାଠ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ସମ୍ପର୍କରେ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

...view details