ଓଡିଶା

odisha

ETV Bharat / videos

Panchayat Poll: ନିର୍ବାଚନୀ ରଣାଙ୍ଗନାରେ ବିଟେକ ଛାତ୍ରୀ - ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାଥୀଙ୍କ ପ୍ରଚାର

By

Published : Feb 13, 2022, 5:14 PM IST

Updated : Feb 3, 2023, 8:11 PM IST

ଝାରସୁଗୁଡା: ସାରା ରାଜ୍ୟରେ ଏବେ ରାଜନୀତି ସରଗରମ ରହିଛି । ପଞ୍ଚାୟତ ନିର୍ବାଚନ ନେଇ ଗାଁ ରୁ ସହର ସବୁଠି ରାଜନୈତିକ ଉସ୍ମତା ଦେଖିବାକୁ ମିଳୁଛି । ତେବେ ପଞ୍ଚୟତ ନିର୍ବାଚନ ରଣାଙ୍ଗନରେ ବିଭିନ୍ନ ବର୍ଗରେ ଶିକ୍ଷାଗତ ଯୋଗ୍ଯତା ଥିବା ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଅନ୍ୟପଟେ ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଅର୍ଡା ପଞ୍ଚାୟତ ପାଇଁ ଉଚ୍ଚଶିକ୍ଷିତ ପ୍ରାର୍ଥୀନୀ ବିଜୟଲକ୍ଷ୍ମୀ ଦେହୁରୀଆ ସମିତ ସଭ୍ୟ ପାଇଁ ଲଢୁଛନ୍ତି । ତେବେ ସେ କମ୍ପ୍ୟୁଟର ସାଇନ୍ସିରେ ଇଂଜିନିୟିରିଂ କରିଛନ୍ତି । ଲୋକଙ୍କୁ ସହଯୋଗ ଓ ଗାଁର ଉନ୍ନତି ଲାଗି ଏହି ପଦବୀ ପାଇଁ ରାଜନୀତି ମୈଦାନକୁ ଓହ୍ଳାଇଛନ୍ତି । ପ୍ରତିଥର ପରି ନିର୍ବାଚନ ସମୟରେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ମିଳିଥାଏ ପ୍ରତିଶୃତି । ମାତ୍ର ପରବର୍ତ୍ତୀ ସମୟରେ ଲୋକଙ୍କ ସମ୍ୟସ୍ୟା ବୁଝିବାକୁ ଦେଖା ଦିଅନ୍ତି ନାହିଁ ବୋଲି ବିଜୟଲକ୍ଷ୍ମୀ କହିଛନ୍ତି । ସେ ଜିତିଲେ ଗାଁ ସହ ଲୋକଙ୍କ ଉନ୍ନିତ କରିବେ ବୋଲି କହିଛନ୍ତି । ତେବେ ତାଙ୍କ ସହ ଅଧିକ ଆଲୋଚନ କରିଛନ୍ତି ଆମ ଝାରସୁଗୁଡା ସମ୍ବଦଦାତା ଗୁରୁଚରଣ ବାଘ ।
Last Updated : Feb 3, 2023, 8:11 PM IST

ABOUT THE AUTHOR

...view details