ଓଡିଶା

odisha

ETV Bharat / videos

14ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନବାଡି କର୍ମୀ - ଅଙ୍ଗନବାଡୀ କର୍ମଚାରୀଙ୍କ ଆନ୍ଦୋଳନ ଖବର

By

Published : Apr 7, 2022, 9:46 PM IST

Updated : Feb 3, 2023, 8:22 PM IST

ନୂଆପଡା: ଭାରତୀୟ ମଦୂର ସଂଘ ସହବନ୍ଧିତାରେ ଓଡିଶା ଅଙ୍ଗନବାଡି ଲେଡିଜେ ୱାର୍କର ଆସୋସିଏସନ ନୂଆପଡା ଜିଲ୍ଲା ଶାଖା ପକ୍ଷରୁ 14 ଦଫା ଦାବୀ ନେଇ ନୂଆପଡା ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ । ଅଙ୍ଗନବାଡି ୱାର୍କର ଜିଲ୍ଲା ସଭାନେତ୍ରୀ ଲୋଭା ଲୁହାର, ସମ୍ପାଦିକା ଚନ୍ଦ୍ରପ୍ରଭା ପାଣିଗ୍ରାହୀ, ଜିଲ୍ଲା ଶ୍ରମ ମହାସଂଘ ଆବାହକ ଯଦୁମଣି ପାଣିଗ୍ରାହୀ, BMS ସମ୍ପାଦକ ପ୍ରଦୀପ ଦଣ୍ଡସେନାଙ୍କ ନେତୃତ୍ୱରେ ହଜାର ହଜାର ଅଙ୍ଗନବାଡି ୱାର୍କର, ସହାୟିକା ଏକତ୍ରିତ ହୋଇ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଙ୍ଗନବାଡି ୱାର୍କରଙ୍କୁ ସ୍କିମ ପ୍ରଥାରୁ ଉଚ୍ଛେଦ କରାଯାଇ ସରକାରୀ ଚାକିରି ମାନ୍ୟତା ଦିଆଯାଉ । ମାସିକ 22 ହଜାର ଏବଂ ସହାୟିକାଙ୍କୁ 15 ହଜାର ଦରମା କରାଯାଉ । ଏଭଳି 14 ଦଫା ଦାବୀ ପୁରଣ ନେଇ ଆଜି(ଗୁରୁବାର) ନୂଆପଡା ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

...view details