କଲେଜରେ ମଦ ପିଉଥିଲେ, ନିଲମ୍ବିତ ହେଲେ ୫ ଛାତ୍ରୀ - କ୍ଲାସ ମସୟରେ ମଦ ପିଇଲେ ଛାତ୍ରୀ
ବେଙ୍ଗାଲୁରୁ: କ୍ଲାସ୍ରୁମ୍ ଭିତରେ ମାଦକ ଦ୍ରବ୍ୟ ସେବନ କରିବା ପରେ କଲେଜ୍ରୁ ନିଲମ୍ବିତ ହେଲେ ୫ ଛାତ୍ରୀ । ତାମିଲନାଡ଼ୁର କାଞ୍ଚୀପୁରମ ଜିଲ୍ଲା ଏନାଥୁର ଅଞ୍ଚଳର ଏକ ଘରୋଇ କଲେଜରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏକ ଥଣ୍ଡା ପାନୀୟ ବୋତଲରେ ଛାତ୍ରୀଙ୍କ ଗ୍ୟାଙ୍ଗ ମାଦକ ଦ୍ରବ୍ୟ ମିଶାଇ ସେବନ କରିଥିଲେ । ପାଖରେ ଥିବା କିଛି ଛାତ୍ରୀ ଏହି ଭିଡିଓ ଉତ୍ତୋଳନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଭିଡିଓ ଭାଇରାଲ ହୋଇଯାଇଥିଲା । ଭିଡିଓ ଦେଖିବା ପରେ ଘରୋଇ କଲେଜ କର୍ତ୍ତୃପକ୍ଷ ୫ ଛାତ୍ରୀଙ୍କୁ ନିଲମ୍ବିତ କରିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST