ଓଡିଶା

odisha

ETV Bharat / videos

Padma Awards: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ମୁଣ୍ଡିଆ ମାରିଲେ ସ୍ବାମୀ ଶିବାନନ୍ଦ

By

Published : Mar 21, 2022, 10:56 PM IST

Updated : Feb 3, 2023, 8:20 PM IST

ଆଜି (ରାଇସିନା ହିଲ) ରାଷ୍ଟ୍ରପତି ଭବନ ନୂଆଦିଲ୍ଲୀରେ ବର୍ଷ 2022 ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ଗ୍ରହଣ କରିବାକୁ ଉତ୍ତର ପ୍ରଦେଶ କାଶୀରୁ ଆସିଥିଲେ 125 ବର୍ଷୀୟ ଯୋଗ ଗୁରୁ ସ୍ବାମୀ ଶିବାନନ୍ଦ । ତାଙ୍କ ନା ଆସିବା ପରେ ଦରବାର ହଲରେ ସ୍ବାମୀ ଶିବାନନ୍ଦ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖକୁ ଯାଇ ମୁଣ୍ଡିଆ ମାରଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ବାରମ୍ବାର ଭୂମି ଛୁଇଁ ପ୍ରଣାମ କରିଥିଲେ । ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ମୁଣ୍ଡିଆ ମାରିଥିଲେ । ସ୍ବାମୀ ଶିବାନନ୍ଦଙ୍କୁ ଉଠାଇବା ପାଇଁ ରାଷ୍ଟ୍ରପତି ନିଜେ ତଳକୁ ଓହ୍ଲାଇ ଆସିଥିଲେ । ଦେଖନ୍ତୁ ସେହି ଦୃଶ୍ୟ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details