ନୂଆଦିଲ୍ଲୀ: ଜାଇଡସ(Zydus)ର ସିଲ୍ଡେନାଫିଲ (Sildenafil)କୁ ମିଳିଲା ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ(US Food and Drug Administration, USFDA)ର ଅନୁମତି । ଫୁସଫୁସ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଓରାଲ ସସ୍ପେନସନ(oral suspension) ଅର୍ଥାତ୍ ପାଟିରେ ଡ୍ରପ୍ ଆକାରରେ ଦିଆଯାଉଥିବା ସିଲଡେନାଫିଲ ଔଷଧକୁ ବଜାରରେ ଉପଲବ୍ଧ କରିବା ନେଇ ଆମେରିକାର ସ୍ୱାସ୍ଥ୍ୟ ନିୟାମକଙ୍କ ଠାରୁ ଅନୁମତି ମିଳିଥିବା ଶନିବାର ଜାଇଡସ ଲାଇଫ ସାଇନ୍ସ(Zydus Lifesciences) କହିଛି ।
Zydus Sildenafil for oral suspension ଔଷଧକୁ ମିଳିଲା USFDA ଅନୁମୋଦନ - ଫୁସଫୁସ ଉଚ୍ଚ ରକ୍ତଚାପ ଚିକିତ୍ସା ମେଡିସିନ ଜାଇଡସ୍
ଜାଇଡସ(Zydus)ର ସିଲ୍ଡେନାଫିଲ (Sildenafil)କୁ ମିଳିଲା ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ(US Food and Drug Administration, USFDA)ର ଅନୁମତି । ଅଧିକ ପଢନ୍ତୁ
Zydus Sildenafil for oral suspension ଔଷଧକୁ ମିଳିଲା USFDA ଅନୁମୋଦନ
ଫୁସଫୁସରେ ଉଚ୍ଚ ରକ୍ତଚାପ (pulmonary hypertension) ଚିକିତ୍ସା ପାଇଁ Sildenafil for oral suspension ବ୍ୟବହୃତ ହୁଏ । ଏହା ଫୁସଫୁସରେ ଥିବା ରକ୍ତବାହୀକୁ ଆରାମ ଏବଂ ପ୍ରଶସ୍ତ କରି କାର୍ଯ୍ୟ କରେ ଯାହା ରକ୍ତକୁ ସହଜରେ ପ୍ରବାହିତ କରିବାରେ ସାହାଯ୍ୟ କରିଥାଏ । ଫୁସଫୁସରେ ଉଚ୍ଚ ରକ୍ତଚାପ ହ୍ରାସ ହେବା ଦ୍ୱାରା ହୃଦୟ ଏବଂ ଫୁସଫୁସ ଭଲ କାମ କରିଥାଏ ଏବଂ ବ୍ୟାୟାମ କରିବାର କ୍ଷମତାକୁ ଉନ୍ନତ କରିଥାଏ ।