ହାଇଦ୍ରାବାଦ:ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ପାଣି ପିଇବା ଅତ୍ୟନ୍ତ ଜରୁରୀ ଅଟେ । ପାଣି ନପିଇବା ଦ୍ବାରା ଶରୀରରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଦ୍ୟ ଖାଇବା ପରେ ଆବଶ୍ୟକତା ଅନୁସାରେ ପାଣି ପିଅନ୍ତୁ । ଶରୀରରୁ ମଇଳା ବାହାର କରିବାରେ ସାହାଯ୍ୟ କରେ ପାଣି । କିନ୍ତୁ ଆବଶ୍ୟକତାଠାରୁ ଅଧିକ ପାଣି ପିଇବା ଦ୍ବାରା ମଧ୍ୟ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । ତେବେ ଏଭଳି କିଛି ଖାଦ୍ୟ ରହିଛି ତେବେ ଯାହାକୁ ଖାଇବା ପରେ ପାଣି ପିଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବାରଣ କରିଥାଆନ୍ତି । କାରଣ ଏହା ଦ୍ବାରା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ ।
କେଉଁ ଖାଦ୍ୟ ଖାଇବା ପରେ ପାଣି ପିଇବା ଉଚିତ ଏବଂ କେଉଁ ଖାଦ୍ୟ ପରେ ଅନୁଚିତ ଜାଣନ୍ତୁ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରତିଦିନ 8ରୁ9 ଗ୍ଲାସ୍ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି। କିଛି ଖାଦ୍ୟ ସାମଗ୍ରୀ ଅଛି ଯାହା ଖାଇବା ପରେ ତୁରନ୍ତ ପାଣି ପିଇବା ସମ୍ପୂର୍ଣ୍ଣ ନିଷେଧ। କାରଣ ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ବାରା ଗ୍ୟାସ୍, ଅମ୍ଳତା, ହଜମ ପ୍ରକ୍ରିୟା ଭଳି ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ ।
- କଦଳୀ: କଦଳୀରେ ଅଧିକ ମାତ୍ରାରେ ଫାଇବର ରହିଥାଏ। ଯାହାକି ଖାଇବା ମାତ୍ରେ ଶରୀରରେ ମିଳେଇଥାଏ। ତେଣୁ କଦଳୀ ଖାଇବା ପରେ ତୁରନ୍ତ ପାଣି ପିଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବାରଣ କରିଥାଆନ୍ତି । ଅନ୍ୟଥା, ପେଟରେ ଗ୍ୟାସ୍ ଏବଂ ଅମ୍ଳତା ସମସ୍ୟା ହୋଇପାରେ । ଏହି କାରଣରୁ ହଜମ ପ୍ରକ୍ରିୟା ମଧ୍ୟ ମନ୍ଥର ହୋଇଯାଏ ।