ହାଇଦ୍ରାବାଦ:ଆମେ ସମସ୍ତେ ଜାଣୁ ଯେ ରାତିରେ ଶୋଇବା କେତେ ଗୁରୁତ୍ବପୂର୍ଣ୍ଣ । କାରଣ ଭଳ ନିଦ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ । କିନ୍ତୁ ବେଳେବେଳେ ବିନା କାରଣରେ ନିଦ୍ରାହୀନତା ଏକ ସମସ୍ୟା ହୋଇଯାଏ । ନିଦ୍ରାର ଅଭାବ ଦ୍ବାରା ଅନେକ ଶାରୀରିକ ଏବଂ ମାନସିକ ସମସ୍ୟା ସୃଷ୍ଟି ହୋଇପାରେ । ଏହା ଅନେକ ରୋଗର କାରଣ ସାଜିପାରେ । ଏହାଦ୍ବାରା ଶାରୀରିକ ସହ ମାନସିକ ରୋଗ ହୋଇପାରେ । ନିଦ୍ରାହୀନତା ଯୋଗୁଁ ହର୍ମୋନ୍ରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଏଭଳି ପରିସ୍ଥିତିରେ କିଛି ପ୍ରାକୃତିକ ଏବଂ ଘରୋଇ ଉପଚାର ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ଏବଂ ଆରାମଦାୟ ନିଦ ହେବ ।
ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ରାତିରେ ଅତି କମରେ 7ରୁ 9 ଘଣ୍ଟା ଶୋଇବା ଉଚିତ୍, କିନ୍ତୁ ଅନେକ ଥର ଭଲ ନିଦ ହୁଏ ନାହିଁ । ଏପରି ପରିସ୍ଥିତିରେ ନିଦ୍ରାର ଅଭାବ ବ୍ୟକ୍ତିର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ଏପରି କେତେକ ଡ୍ରିଙ୍କ୍ସର ବିଶେଷ ଗୁଣ ଅଛି ଯାହା ଶରୀରକୁ ଆରାମ ଦେବାରେ ଏବଂ ଶୋଇବାରେ ସାହାଯ୍ୟ କରିଥାଏ । ତେବେ ଏହି ଡ୍ରିଙ୍କ୍ସକୁ ଶୋଇବା ପୂର୍ବରୁ ବ୍ୟବହାର କରାଯାଇପାରେ । ଜାଣନ୍ତୁ କଣ ?
ଲେଭେଣ୍ଡର ଚା': ଲେଭେଣ୍ଡରର ସୁଗନ୍ଧ ଆରାମଦାୟକ ଏବଂ ମନକୁ ଶାନ୍ତି ଦେଇଥାଏ, ଲେଭେଣ୍ଡର ଚା' ପିଇବା ଦ୍ବାରା ଏହା ଶରୀରର ସ୍ନାୟୁ ପ୍ରଣାଳୀକୁ ଶାନ୍ତ କରିଥାଏ, ଯାହାଦ୍ୱାରା ଭଲ ନିଦ ହୋଇଥାଏ ।
ଉଷୁମ କ୍ଷୀର: ଉଷୁମ କ୍ଷୀରରେ ତ୍ରିପ୍ଟୋଫୈନ୍ ନାମକ ଏକ ଆମିନୋ ଏସିଡ୍ ଥାଏ ଯାହା ଶୋଇବା ପାଇଁ ଲାଭଦାୟକ ଅଟେ । କାରଣ ଏହା ସେରୋଟୋନିନ୍ ଏବଂ ମେଲାଟୋନିନ୍ ପରି ନ୍ୟୁରୋଟ୍ରାନ୍ସମିଟର ଉତ୍ପାଦନରେ ସାହାଯ୍ୟ କରିଥାଏ ।
ବାଦାମ ମିଲ୍କ: ବାଦାମ କ୍ଷୀରରେ ଥିବା ତ୍ରିପ୍ଟୋଫୈନ୍ ଏବଂ ମ୍ୟାଗ୍ନେସିୟମ୍ ମାଂସପେଶୀକୁ ଆରାମ ଦେଇଥାଏ, ଯାହା ପରବର୍ତ୍ତୀ ସମୟରେ ଆରାମଦାୟକ ନିଦ ଦେବାରେ ସହାୟକ ହୋଇଥାଏ ।