ହାଇଦ୍ରାବାଦ:ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଡିପ୍ରେସନ ଏକ ସାଧାରଣ କଥା ସାଜିଛି । ଅନେକ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିଛି ଲୋକ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଔଷଧ ମଧ୍ୟ ବ୍ୟବହାର କରିଥାଆନ୍ତି । କିନ୍ତୁ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ତେବେ ଏଥରୁ ମୁକ୍ତି ପାଇବା ପାଇଁ କେତେକ ଫଳ ମଧ୍ୟ ସାହାଯ୍ୟ କରିଥାଏ ବୋଲି କୁହାଯାଇଛି । ଖରାପ ଖାଦ୍ୟାଭ୍ୟାସ ଚାପର ଏକ ପ୍ରମୁଖ କାରଣ ହୋଇଥାଏ । କୁହାଯାଏ ସନ୍ତୁଳିତ ଏବଂ ସଠିକ ଖାଦ୍ୟ ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ । ତେବେ ଏକ ରିସର୍ଚ୍ଚରେ କୁହାଯାଇଛି ଯେ, କିଛି ଫଳ ଡିପ୍ରେସନ ଦୂର କରିବାରେ ସାହାଯ୍ୟ କରିବା ସହିତ ଚିନ୍ତା ଏବଂ ଚାପର ମାତ୍ରାକୁ ମଧ୍ୟ କମ କରିଥାଏ ।
ଡିପ୍ରେସନ୍କୁ କମ କରେ ଡାଳିମ୍ବ:ଡାଳିମ୍ବରେ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଥାଏ । ଏଥିରେ ଚାପ ଏହଂ ଚିନ୍ତା ହ୍ରାସ କରିବାର ପ୍ରଭାବଶାଳୀ ଗୁଣ ରହିଛି । ଡାଳିମ୍ବରେ ଥିବା ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ କେବଳ ଶାରୀରିକ ଚାପକୁ ହ୍ରାସ କରିନଥାଏ ବରଂ ମାନସିକ ଚାପ ଏବଂ ଚିନ୍ତା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଡାଳିମ୍ବ ଖାଇବା ଦ୍ୱାରା ମସ୍ତିଷ୍କ ଚାପ ହରମୋନ୍ କର୍ଟିସୋଲର ସ୍ତର କମିବା ଫଳରେ ମନ ଶାନ୍ତ ରହିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ଯଦି ଆପଣ ଚାପ, ଚିନ୍ତା ଦେଇ ଗତି କରୁଛନ୍ତି ତେବେ ନିଶ୍ଚିତ ଭାବେ ଡାଳିମ୍ବ ଖାଇବା ଉଚିତ ବୋଲି କୁହାଯାଇଛି ।