ହାଇଦ୍ରାବାଦ:ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟର ବ୍ୟବହାର ବୃଦ୍ଧି ପାଇବା କାରଣରୁ ପାଠ ପଢା ଠାରୁ ଦୂରେଇ ରହୁଛନ୍ତି ଛାତ୍ରଛାତ୍ରୀ । ମୋବାଇଲ୍ ଫୋନ୍, ଟାବଲେଟ୍, ଟିଭି ଆଦି ଛୋଟ ଛୁଆଙ୍କୁ ଅଧିକ ବା ଶୀଘ୍ର ଆକର୍ଷିତ କରିଥାଏ । ଫଳରେ ଅଧିକ ସମୟ ଏହା ସହିତ ବିତେଇବା ସହିତ ପାଠପଢା ଠାରୁ ଦୂରେଇ ରହିଥାଆନ୍ତି । ଅନ୍ୟପଟେ ପିତାମାତା କର୍ମଜୀବୀ ହେବା କାରଣରୁ ଛୁଆଙ୍କୁ ଅଧିକ ସମୟ ଦେଇପାରନ୍ତି ନାହିଁ । ଯାହାକୁ ନେଇ ପିତାମାତା ଅଧିକ ଚିନ୍ତିତ ରହିଥାଆନ୍ତି । ତେବେ ଏକ୍ସପର୍ଟଙ୍କ କହିବା ଅନୁସାରେ ପ୍ରତିଦିନ ଯୋଗ କରିବା ଦ୍ବାରା ଛୋଟ ଛୁଆମାନେ ପାଠପଢା ପ୍ରତି ମନ ବଳାଇବେ ।
ସୂର୍ଯ୍ୟ ନମସ୍କାର:ସୂର୍ଯ୍ୟ ନମସ୍କାର ଅତ୍ୟନ୍ତ ଉପକାରୀ ଯୋଗାସନ ଅଟେ । ଏହା କରିବା ଦ୍ବାରା ଛୋଟ ଛୁଆମାନେ ଅଧ୍ୟୟନ ପ୍ରତି ମନ ବଳାଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ପୋଷଣ କରିଥାଆନ୍ତି । ଏହି ଆସନ ସୂର୍ଯ୍ୟଙ୍କୁ ପ୍ରମାଣ କରିବା ଭଳି ମୁଦ୍ରାରେ କରାଯାଇଥାଏ । ଏହା କରିବା ଦ୍ୱାରା ଆମର ମେରୁଦଣ୍ଡ ଫେଲକ୍ସିବଲ ହୋଇଥାଏ । ଏହାସହିତ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ବୃଦ୍ଧି ପାଇଥାଏ । ଏହି ଆସାନ ଦ୍ବାରା ପିଲାମାନେ ମାନସିକ ଏବଂ ଶାରୀରିକ ଭାବରେ ସତେଜ ଅନୁଭବ କରିଥାଆନ୍ତି । ଏହା ଛୁଆଙ୍କର ଏକାଗ୍ରତାକୁ ଉନ୍ନତ କରିଥାଏ । ଫଳରେ ସେମାନେ ଆରାମରେ ଅଧ୍ୟୟନ କରିପାରିବେ ବୋଲି କୁହାଯାଇଛି । ସୂର୍ଯ୍ୟ ନମସ୍କାର ଦୈନିକ କରିବା ଦ୍ୱାରା ପିଲାମାନଙ୍କର ଅଧ୍ୟୟନ ପ୍ରତି ଆଗ୍ରହ ବଢିପାରିବ ବୋଲି କୁହାଯାଇଛି ।
ମାଣ୍ଡୁକାସନ: ଏହି ଆସନ ଦ୍ବାରା ଛୁଆଙ୍କର ଧ୍ୟାନ ଏବଂ ଏକାଗ୍ରତା ବୃଦ୍ଧି ପାଇଥାଏ । ଆଣ୍ଠୁମାଡି ବସି ଏହି ଆସନ କରାଯାଇଥାଏ । କହିବାକୁ ଗଲେ ଏହା ପ୍ରକାର ଧ୍ୟାନ ସ୍ଥିତି ଅଟେ । ଏହା ଛୁଆମାନଙ୍କ ମନକୁ ଶାନ୍ତ ରଖିବା ସହିତ ବିଭ୍ରାନ୍ତକାରୀ ଚିନ୍ତାଧାରାକୁ ଦୂରେଇ ରଖିବାରା ସାହାଯ୍ୟ କରିଥାଏ । ନିୟମିତ ଭାବେ ମାଣ୍ଡୁକାସନ କରି ପିଲାମାନଙ୍କର ଏକାଗ୍ରତା ବୃଦ୍ଧି କରିଥାଏ ।