ଓଡିଶା

odisha

ETV Bharat / sukhibhava

ସ୍ତନ୍ୟପାନ କରାଉଥିବା ମାଆମାନଙ୍କ ପାଇଁ ଯୋଗାସନ

ଛୁଆ ଜନ୍ମ ହେଲା ପରେ ତାକୁ ସ୍ତନ୍ୟପାନ କରାଇବା ମାଆମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ହେଲେ ପ୍ରସବ ପରେ ମାଆମାନେ କିଛି ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହୋଇଥାନ୍ତି । ପ୍ରସବ ପରବର୍ତୀ ଶାରିରୀକ ଯନ୍ତ୍ରଣା ଦୂର ପାଇଁ ମହିଳାମାନେ କିଛି ଯୋଗାସନ କରିପାରିବେ । ଏ ବାବଦରେ ଯୋଗ ବିଶେଷଜ୍ଞ ତଥା ବିମଳ ଯୋଗର ପ୍ରତିଷ୍ଠାତ୍ରୀ ରିଙ୍କି ଆର୍ଯ୍ୟା କଣ କହିଛନ୍ତି ପଢନ୍ତୁ ଏହି ରିପୋର୍ଟ...

ସ୍ତନ୍ୟପାନ କରାଉଥିବା ମାଆମାନଙ୍କ ପାଇଁ ଯୋଗାସନ
ସ୍ତନ୍ୟପାନ କରାଉଥିବା ମାଆମାନଙ୍କ ପାଇଁ ଯୋଗାସନ

By

Published : Aug 6, 2020, 1:31 PM IST

ପିଲା ଜନ୍ମ ହେଲା ପରେ ତାକୁ ସ୍ତନ୍ୟପାନ କରାଇବା ମାଆମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ହେଲେ ପ୍ରସବ ପରେ ମାଆମାନେ କିଛି ଶାରୀରିକ ଅସୁସ୍ଥତାର ସମ୍ମୁଖୀନହୋଇଥାନ୍ତି । ଶରୀର ଯନ୍ତ୍ରଣା, ହାତଗୋଡ ବିନ୍ଧା ଟଣାର ସମ୍ମୁଖୀନ ହୋଇଥାଆନ୍ତି ମାଆମାନେ । ଏସବୁ ଶାରୀରିକ ଅସୁସ୍ଥତା ସେମାନଙ୍କଠାରେ ମାନସିକ ଅବସାଦ ବି ସୃଷ୍ଟି କରିଥାଏ । ପ୍ରସବ ପରେ ସୃଷ୍ଟି ହେଉଥିବା ସମସ୍ୟାର ମୁକାବିଲା କରିବା ହିଁ ବଡ ଆହ୍ୱାନ ।

ଏ ବାବଦରେ ଯୋଗ ବିଶେଷଜ୍ଞ ତଥା ବିମଳ ଯୋଗର ପ୍ରତିଷ୍ଠାତ୍ରୀ ରିଙ୍କି ଆର୍ଯ୍ୟା କହିଛନ୍ତି ଯେ, ପ୍ରସବ ପରବର୍ତୀ ଶାରିରୀକ ଯନ୍ତ୍ରଣା ଦୂର ପାଇଁ ମହିଳାମାନେ କିଛି ଯୋଗାସନ କରିପାରିବେ । ଏହା ଦ୍ୱାରା ମହିଳାମାନେ ଛୁଆଙ୍କୁ ସଠିକ ସ୍ତନ୍ୟପାନ କରାଇପାରିବେ । ପ୍ରସବ ପରେ ମାଆମାନଙ୍କ ପାଇଁ ରିଙ୍କି ଆର୍ଯ୍ୟା ସୁପାରିଶ କରିଥିବା କିଛି ଯୋଗାସନ ନିମ୍ନରେ ଦିଆଗଲା ।

( ଆସନ ଅଭ୍ୟାସ ପୂବର୍ରୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ )

୧. ମାର୍ଜରିଆସନ ( କ୍ୟାଟ-କାଓ ପୋଜ୍ )

ଟେବୁଲ୍ ପୋଜରେ ଆପଣଙ୍କ ହାତ ଓ ଆଂଠୁ ଚଟାଣରେ ରଖନ୍ତୁ । ନିଶ୍ୱାସ ନେଇ ଥୋଡି ଉପରକୁ ଉଠାନ୍ତୁ । ମୁଣ୍ଡକୁ ପଛକୁ ଆଣନ୍ତୁ । ନାଭିକୁ ତଳଆଡକୁ ଠେଲନ୍ତୁ । ନିତମ୍ବକୁ ଉପରମୁହାଁ କରନ୍ତୁ । ନିଶ୍ୱାସ ଛାଡ ଥୋଡି ତଳକୁ ଆଣନ୍ତୁ । ପିଠି ଉପରକୁ ଉଠାଇ ତୋରଣ ଆକୃତି ସୃଷ୍ଟି କରନ୍ତୁ । ନିତମ୍ବକୁ ଆରାମ ଦିଅନ୍ତୁ । କେଇ ସେକେଣ୍ଡ ପାଇଁ ଉଭୟ ମୁଦ୍ରାରେ ରୁହନ୍ତୁ । ଦୁଇ ତିନି ଥର ଏହି ମୁଦ୍ରା ରିପିଟ୍ କରନ୍ତୁ ।

୨. ସାଲମ୍ବ ଭୁଜଙ୍ଗାସନ ( ସ୍ପିନକ୍ସ ପୋଜ୍ ) ପେଟେଇ ସିଧା ଶୋଇଯାଆନ୍ତୁ । ପାଦ ଫ୍ଲାଟ୍ ଛାଡିଦିଅନ୍ତୁ । ଥୋଡିକୁ ଚଟାଣକୁ ସ୍ପର୍ଶ କରୁଥିବ । ମୁଣ୍ଡ ପାଶ୍ୱର୍ରେ ଚଟାଣରେ ସମାନ୍ତରାଳ ଭାବେ ହାତର ଅଗ୍ରଭାଗ ( ଫୋରଆର୍ମ )କୁ ରଖନ୍ତୁ । ନିଶ୍ୱାସ ନେଇ ଶରୀରର ଉପର ଭାଗ ଏମିତି ଉପରକୁ ଉଠାନ୍ତୁ ଯେ, ଯେପରିକି ଆପଣଙ୍କ ଛାତି ଚଟାଣକୁ ସ୍ପର୍ଶ କରିବ ନାହିଁ । କିନ୍ତୁ ଏଥିପାଇଁ ଅନାବଶ୍ୟକ ଭାବେ ଚେଷ୍ଟା କରନ୍ତୁ ନାହିଁ । ଏହି ମୁଦ୍ରାରେ କିଛି ସେକେଣ୍ଡ ରହିବା ପରେ ନିଶ୍ୱାସ ଛାଡି ସ୍ୱାଭାବିକ ସ୍ଥିତିକୁ ଫେରିଆସନ୍ତୁ ।

୩. ଗରୁଡାସନ ( ଇଗଲ୍ ପୋଜ୍ )

ଆଣ୍ଠୁକୁ ସାମାନ୍ୟ ତଳକୁ କରି ଚଟାଣରେ ଛିଡା ହୁଅନ୍ତୁ । ବାମଗୋଡ ଉଠାଇ ଡାହାଡ ଗୋଡ ପାଖରେ ଛନ୍ଦନ୍ତୁ , ଯେମିତିକି ଆପଣଙ୍କ ବାମ ଜଙ୍ଘ ଆପଣଙ୍କ ଡାହାଣ ଜଙ୍ଘକୁ ଅତିକ୍ରମ କରିବ । ବାମପାଦକୁ ଡାହାଣ ପେଣ୍ଡା ସହ ହୁକ୍ କରନ୍ତୁ । ପରେ ବାହୁକୁ ଆଗକୁ ଆଣନ୍ତୁ । ଡାହାଣ ବାହୁକୁ ବାମ ବାହୁର ଉପରକୁ ଅତିକ୍ରମ କରନ୍ତୁ । ଏହା ଏମିତି ଭାବେ ଅତିକ୍ରମ ହେବା ଦରକାର ଯାହା ଦ୍ୱାରା କି ଆପଣଙ୍କ ଦୁଇ ପାପୁଲି ପରସ୍ପରର ମୁହାଁମୁହିଁ ହୋଇ ରହିବେ । କହୁଣୀକୁ ଉଠାଇ କାନ୍ଧ ଉପରକୁ ଆଣନ୍ତୁ । ପିଠକୁ ସିଧା ରଖନ୍ତୁ । ୫ରୁ ୧୦ଥର ନିଶ୍ୱାସ ପ୍ରଶ୍ୱାସ ନେଲା ପରେ ସ୍ୱାଭାବିକ ସ୍ଥିତିକୁ ଫେରିଆସନ୍ତୁ । ଏହି ଆସନକୁ ରିପିଟ କରନ୍ତୁ ।

୪. ସେତୁବନ୍ଧ ଆସନ ( ବ୍ରିଜ ପୋଜ୍ )

ଚଟାଣରେ ଶୋଇଯାଆନ୍ତୁ । ଚଟାଣରେ ପାଦକୁ ରଖିବା ପାଇଁ ଆଣ୍ଠୁକୁ ବେଣ୍ଡ୍ କରନ୍ତୁ । ଗୋଇଠିକୁ ନିତମ୍ବର ଯଥାସମ୍ଭବ ନିକଟକୁ ଆଣନ୍ତୁ । ଶରୀର ପାଶ୍ୱର୍ରେ ବାହୁକୁ ରଖନ୍ତୁ । ପାପୁଲିକୁ ତଳମୁହାଁ କରନ୍ତୁ । ନିଶ୍ୱାସ ନେଇ ପିଠି ଓ ନିତମ୍ବ ଉପରକୁ ଉଠାନ୍ତୁ । ଏହି ସ୍ଥିତିରେ ପାଖାପାଖି ୨ ମିନିଟ ରହନ୍ତୁ । ପରେ ନିଶ୍ୱାସ ଛାଡି ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଫେରିଆସନ୍ତୁ । ୫ ରୁ ୧୦ ଥର ଏହି ଆସନ ରିପିଟ୍ କରନ୍ତୁ ।

୫. ଉଥିଥ ତ୍ରିକୋଣାସନ ( ଏକ୍ସଟେନଡେଡ୍ ଟ୍ରାଏଙ୍ଗଲ୍ ପୋଜ୍ )

ଦୁଇ ଗୋଡକୁ ଅନ୍ତତଃ ୩ରୁ ୪ ଫୁଟ ବ୍ୟବଧାନରେ ରଖି ଛିଡା ହୁଅନ୍ତୁ । ନିଶ୍ୱାସ ନେଇ ବାହୁକୁ ଉପରକୁ ଉଠାନ୍ତୁ । ପାପୁଲି ତଳମୁହାଁ ହୋଇ ରହିବ । ଡାହାଣ ପାଦକୁ ୯୦ ଡିଗ୍ରୀ ପର୍ଯ୍ୟନ୍ତ ଘୁଞ୍ଚାନ୍ତୁ । ବାମପାଦ ସାମାନ୍ୟ ଭିତରକୁ ଆଣନ୍ତୁ । ନିଶ୍ୱାସ ଛାଡି ହିପ୍ ଜଏଂଟକୁ ଡାହାଣ ପାଶ୍ୱର୍କୁ ବେଣ୍ଡ୍ କରନ୍ତୁ । କିନ୍ତୁ ଆଣ୍ଠୁକୁ ବେଣ୍ଡ୍ କରନ୍ତୁ ନାହିଁ । ସିଲିଂ ଆଡକୁ ବାମ ବାହୁ ଷ୍ଟ୍ରେଚ୍ କରନ୍ତୁ । ଏହାକୁ ଦେଖିବା ପାଇଁ ମୁଣ୍ଡକୁ ଧୀରେ ସୁସ୍ଥେ ମୋଡନ୍ତୁ । ଏଭଳି ପୋଜରେ ୩୦ ସେକେଣ୍ଡ ଧରି ରହନ୍ତୁ । ଅନ୍ୟସାଇଡରୁ ଏହା ରିପିଟ୍ କରନ୍ତୁ । ଉପରୋକ୍ତ ଯୋଗ ମୁଦ୍ରା ସବୁ ମାଆମାନଙ୍କ ଛାତି ଯନ୍ତ୍ରଣା ଦୂର କରିବ । କାନ୍ଧ ଓ ସ୍ପାଇନାଲ ମସଲ ପାଇଁ ମଧ୍ୟ ଆରାମଦାୟକ ହେବ । କେବଳ ଶାରୀରିକ ଭାବେ ନୁହେଁ ମାନସିକ ଭାବେ ସୁଦୃଢ ହୋଇପାରିବେ ମାଆମାନେ । ଘରେ ଏସବୁ ଯୋଗାସନ ଅଭ୍ୟାସ କରିହେବ । କିନ୍ତୁ ଡାକ୍ତରଙ୍କ ସହ ପରାମର୍ଶ ସହ ପେଷାଦାରଙ୍କ ତତ୍ୱାବଧାନରେ ମାଆମାନେ ଏସବୁ ଆସନ କରିବା ଦରକାର ।

For All Latest Updates

ABOUT THE AUTHOR

...view details