ଓଡିଶା

odisha

ରାତିରେ ଖାଦ୍ୟ ହଜମ ହେଉନି କି ? ଏହି ଯୋଗାସନ ଲାଭଦାୟକ

By ETV Bharat Odisha Team

Published : Sep 11, 2023, 12:06 PM IST

ରାତିରେ ଖାଉଥିବା ଖାଦ୍ୟ ହଜମ ହେଉନି କି ? ଏସିଡିଟି ଗ୍ୟାସ ସମସ୍ୟା ଦେଖାଦେଉଥିଲେ କରନ୍ତୁ ଏହି ଯୋଗାସନ । ଅଧିକ ପଢ଼ନ୍ତୁ

yogasana for good digestion
yogasana for good digestion

ହାଇଦ୍ରାବାଦ:ରାତିରେ ଭାରି କିମ୍ବା ତେଲିଆ ଖାଦ୍ୟ ଖାଇବା ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ। କଥାରେ ଅଛି ଯେତେବେଳେ ସୂର୍ଯ୍ୟ ଅସ୍ତ ହୁଅନ୍ତି ଆମ ଶରୀର ଆରାମ ମୋଡକୁ ଚାଲିଯାଇଥାଏ। ଏହି କାରଣରୁ, ରାତିରେ ଖାଉଥିବା ଖାଦ୍ୟ ଧୀରେଧୀରେ ହଜମ ହୋଇଯାଏ। ରାତି ଖାଦ୍ୟ ଯୋଗୁଁ ପେଟ ଫୁଲିବା, ଗ୍ୟାସ ହେବା ଭଳି ସମସ୍ୟା ଦେଖାଯାଇଥାଏ । ଆପଣ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି କି, ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦୈନନ୍ଦିନ କାର୍ଯ୍ୟରେ କିଛି ପରିବର୍ତ୍ତନ କରି ରାତିରେ ଖାଉଥିବା ଖାଦ୍ୟକୁ ସଠିକ ସମୟରେ ହଜମ କରିପାରିବା । କାରଣ ଖାଦ୍ୟ ସଠିକ ଭାବେ ହଜମ ହେବା ଆମ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମସ୍ୟାକୁ ଦୂର କରିବା ପାଇଁ କିଛି ସରଳ ବ୍ୟାୟାମ ଅଛି ଯାହା ରାତିରେ ଖାଦ୍ୟ ଖାଇବା ପରେ ବା ଡିନର ପରେ କରାଯାଇପାରିବେ । ତେବେ ଜାଣନ୍ତୁ କେଉଁ ବ୍ୟାୟାମ କରିବା ଦ୍ବାରା ହଜମ ପ୍ରକ୍ରିୟାରେ ଉନ୍ନତି ଆସିଥାଏ ।

ଓ୍ବାକିଂ(ଚାଲିବା):ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଦ୍ୟ ଖାଇବା ପରେ 10ରୁ 15 ମିନିଟ ଚାଲିବା ଉଚିତ । ଏହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଚାଲିବା ଦ୍ବାରା ମାଂସପେଶୀ ସକ୍ରିୟ ହୋଇଥାଏ ଏବଂ ଯାହାକି ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଏହାସହ ଚାଲିବା ଦ୍ବାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ ଫଳରେ ହଜମ ପ୍ରକ୍ରିୟା ତ୍ୱରିତ ହୋଇଥାଏ । ଚାଲିବା ସମୟରେ ଗଭୀର ନିଶ୍ବାସ ନେବା କାରଣରୁ ପେଟକୁ ଅମ୍ଳଜାନ ପହଞ୍ଚିଥାଏ, ଯାହା ହଜମ ପ୍ରକ୍ରିୟା ପାଇଁ ଜରୁରୀ ଅଟେ । ଅନ୍ୟପଟେ ଚାଲିବା ଦ୍ୱାରା ଗ୍ୟାସ ଏବଂ କୋଷ୍ଠକାଠିନ୍ୟର ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ବଜ୍ରାସନ: ଖାଦ୍ୟ ଖାଇବା ପରେ ବଜ୍ରାସନରେ ବସିବା ଦ୍ବାରା ପେଟର ମାଂସପେଶୀରେ ନମନୀୟତା ଆସିଥାଏ, ଯାହା ହଜମ କରିବାରେ ସାହାଯ୍ୟ କରିଥାଏ । ଅନ୍ୟପଟେ ଏହି ଆସନ ଦ୍ବାରା ପେଟ ଉପରେ ଅଧିକ ଚାପ ପଡ଼ିଥାଏ, ଯାହାକି ହଜମ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ । ଏହାସହ ଅନ୍ତନଳୀ ଉପରେ ପ୍ରଭାବ କାରଣରୁ ହଜମ ହେବା ସହିତ କୋଷ୍ଠକାଠିନ୍ୟ ସମସ୍ୟା ହୁଏ ନାହିଁ । ବଜ୍ରାସନରେ ଆଣ୍ଠୁମାଡ଼ି ବସିବା ସହିତ ହାତକୁ ସିଧା କି ଜଘଂରେ ରଖନ୍ତୁ।

ଏହା ମଧ୍ୟ ପଢନ୍ତୁ: Yogasan For Sleep: ନିଦ ହେଉନି କି ? ଶୋଇବା ପୂର୍ବରୁ କରନ୍ତୁ ଏହି ଯୋଗାସନ

ପଦ୍ମାସନ: ପଦ୍ମାସନ ଦ୍ବାରା ପେଟ ଉପରେ ଚାପ ପଡିଥାଏ, ଯାହା ହଜମ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିଥାଏ । ଏହା ରକ୍ତ ସଞ୍ଚାଳନକୁ ବୃଦ୍ଧି କରିଥାଏ ଏବଂ ହଜମକାରୀ ରସ କ୍ଷରଣ କରିବାରେ ସାହାଯ୍ୟ କରିଥାଏ । ଏହା ଅନ୍ତନଳୀଗୁଡିକର ପେରିଷ୍ଟାଲ୍ଟିକ୍ କାର୍ଯ୍ୟକଳାପକୁ ବୃଦ୍ଧି କରିଥାଏ । ପଦ୍ମାସାନା ଦ୍ବାରା ଗ୍ୟାସ୍, ପେଟ ଫୁଲା ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ହେବାର ଆଶଙ୍କା କମ ରହିଥାଏ। ପ୍ରଥମେ ସିଧା ବସି ଦୁଇ ପାଦକୁ ଜଘଂ ଉପରେ ରଖନ୍ତୁ। ହାତକୁ ସିଧା କରି ଆଣ୍ଠୁ ଉପରେ ରଖି ଆଖି ବନ୍ଦ କରି ଲମ୍ବା ନିଶ୍ବାସ ନିଅନ୍ତୁ । ଏଭଳି କିଛି ସମୟ କରିବା ପରେ ହାତରେ ଭରା ଦେଇ ଶରୀରକୁ ଉପରକୁ ଉଠାଇବାକୁ ଚେଷ୍ଟା କରନ୍ତୁ ।

ପବନମୁକ୍ତାସନ: ଏହି ଯୋଗାସନ ଦ୍ବାରା ପେଟର ମାଂସପେଶୀ ଉପରେ ଚାପ ପଡ଼ିଥାଏ। ଯାହାକି ହଜମ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ । ପେଟରେ ରକ୍ତ ସଞ୍ଚାଳନ ବୃଦ୍ଧି କରିଥାଏ । ଏହାସହ ଗ୍ୟାସ ଏବଂ ପାଇଲ୍ସ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହି ଆସନରେ ପ୍ରଥମେ ସମାନ୍ତରାଳ ଭାବେ ଶୋଇବା ପରେ ଆଣ୍ଠୁକୁ ଭାଙ୍ଗି ଛାତିକୁ ଲଗାନ୍ତୁ । ମୁଣ୍ଡକୁ ଉପରକୁ ଉଠାଇ 5ରୁ 10 ମିନିଟ ପର୍ଯ୍ୟନ୍ତ ଏଭଳି କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details