ଅତ୍ୟଧିକ ପ୍ରକ୍ରିୟାକୃତ, ତୈଳଯୁକ୍ତ ଜଙ୍କ ଖାଦ୍ୟ ଖାଇଲେ ଏସିଡିଟି, ବ୍ଲୋଟିଂ ଓ ଗ୍ୟାସ ଭଳି ସମସ୍ୟା ଦେଖାଯାଇଥାଏ । ଏପ୍ରକାର ଖାଦ୍ୟ ଅତ୍ୟଧିକ ଏସିଡ୍ ପେଟରେ ସୃଷ୍ଟି କରେ । ଗ୍ୟାସଟ୍ରିକ୍ ଗ୍ଲାଣ୍ଡ୍ ଦ୍ୱାରା ପେଟରେ ଏସିଡ୍ ଉତ୍ପାଦନ ହୁଏ । ଆବଶ୍ୟକତାଠାରୁ ଅଧିକ ପରିମାଣରେ ଏସିଡ୍ କ୍ଷରଣ ହେଲେ ପେଟରେ ସମସ୍ୟା ସୃଷ୍ଟି ହୁଏ । ପେଟ ଯନ୍ତ୍ରଣା ହେବା ସହ କୋଷ୍ଠକାଠିନ୍ୟତା ଦେଖାଯାଏ ଓ କିଛି କ୍ଷେତ୍ରରେ ଭୋକ ହୁଏ ନାହିଁ । ଏଭଳି ସବୁ ସମସ୍ୟା ଏଡାଇବା ପାଇଁ ନିୟମିତ ଯୋଗ ଅଭ୍ୟାସ କରିବା ଦରକାର । ଯୋଗ କଲେ ଏସିଡିଟିରୁ ଆଶ୍ୱସ୍ତି ମିଳିବା ସହ ସ୍ୱାସ୍ଥ୍ୟ ଭଲ ରହେ । ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢେ । ଗ୍ରାଣ୍ଡ ମାଷ୍ଟର ଅକ୍ଷର ୪ଟି ସରଳ ଯୋଗାସନ ସଂପର୍କର କହିଛନ୍ତି, ଯାହା କି ଆପଣଙ୍କୁ ଏସିଡିଟି ଓ ବ୍ଲୋଟିଂରୁ ଆଶ୍ୱସ୍ତି ଦେଇପାରିବ ।
ବଜ୍ରାସନ
ଏହି ଆସନ ଖାଇବା ପରେ ବି କରାଯାଇପାରେ ।
ସୂତ୍ର
. ସମସ୍ଥିତିରେ ଛିଡା ହୁଅନ୍ତୁ, ଧୀରେ ଧୀରେ ନିଶ୍ୱାସ ନିଅନ୍ତୁ ଓ ଛାଡନ୍ତୁ
. ଆଖି ବନ୍ଦ ରଖିପାରିବେ
. ବାହୁକୁ ସିଧା ଆପଣଙ୍କ ପାଶ୍ୱର୍ରେ ରଖନ୍ତୁ
. ଧୀରେ ଆଖି ଖୋଲନ୍ତୁ ଓ ମ୍ୟାଟ୍ ଉପରେ ଆଣ୍ଠେଇ ଯାଆନ୍ତୁ
. ପାଦର ଅଙ୍ଗୁଳିଗୁଡିକୁ ବାହାରକୁ ବୁଲାଇ ଗୋଡ ଉପରେ ବସନ୍ତୁ
. ଗୋଡକୁ ପାଖାପାଖି ରଖନ୍ତୁ
. ପାପୁଲିକୁ ଆଣ୍ଠୁରେ ରଖନ୍ତୁ
. ମେରୁଦଣ୍ଡକୁ ସିଧା ରଖି ଆଗକୁ ଦେଖନ୍ତୁ
. ଏଭଳି ଆସନରେ କିଛି ମିନିଟ ରହନ୍ତୁ
ମାଳାସନ
ଆସନର ସୂତ୍ର
. ସମସ୍ଥିତିରୁ ଆଣ୍ଠୁକୁ ନୁଆଁନ୍ତୁ ଓ ପେଲଭିକ୍ ତଳକୁ କରନ୍ତୁ
. ଫୁଲ୍ ସ୍କ୍ୱାଟ୍ ପୋଜିସନରେ ରହନ୍ତୁ