ଓଡିଶା

odisha

By

Published : Jun 9, 2023, 3:38 PM IST

ETV Bharat / sukhibhava

Wrinkly Fingers: ଦୀର୍ଘ ସମୟ ପାଣିରେ ରହିବା ପରେ ଆଙ୍ଗୁଠି କାହିଁକି ସଙ୍କୁଚିତ ହୁଏ? ଜାଣନ୍ତୁ କାରଣ

ଦୀର୍ଘ ସମୟ ପାଣିରେ ରହିବା ପରେ ଆଙ୍ଗୁଠି କାହିଁକି ସଙ୍କୁଚିତ ହୁଏ? କିଛି ସମୟ ପରେ କାହିଁକି ପୂର୍ବ ଅବସ୍ଥାକୁ ଫେରିଆସେ? ସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ପଢନ୍ତୁ ଏହି ଖବର

Wrinkly Fingers
Wrinkly Fingers

ହାଇଦ୍ରାବାଦ:ଦୀର୍ଘ ସମୟ ଆଙ୍ଗୁଠି ପାଣିରେ ରହିବା ଦ୍ବାରା ଆଙ୍ଗୁଠିର ଚର୍ମ ସଙ୍କୁଚିତ ହୋଇଯାଇଥାଏ । ଏହା ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ସମସ୍ତେ ଏହାକୁ ଅନୁଭବ ମଧ୍ୟ କରିଥାଆନ୍ତି । ପାଣିରେ ଅଧିକ ସମୟ ବିତାଇବା ଦ୍ୱାରା ଏହି ଅବସ୍ଥା ସୃଷ୍ଟି ହୁଏ । କିନ୍ତୁ ପାଣିରୁ ବାହାରି ଆସିବାର କିଛି ସମୟ ପରେ ଆଙ୍ଗୁଠିଗୁଡିକ ପୂର୍ବ ଅବସ୍ଥାକୁ ଫେରିଆସିଥାଏ । ତେବେ ଜାଣିଛନ୍ତି କି ଏହା କାହିଁକି ହୁଏ ? ଦୀର୍ଘ ସମୟ ପାଣିରେ ରହିବା ପରେ ଆଙ୍ଗୁଠି କାହିଁକି ସଙ୍କୁଚିତ ହୋଇଥାଏ ? ବାସ୍ତବରେ, ଏହା ଏକ ଚିନ୍ତାଜନକ ସମସ୍ୟା ନୁହେଁ । ସମସ୍ତଙ୍କୁ ଏହି ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । କିନ୍ତୁ ଜାଣନ୍ତୁ କାହିଁକି ଏପରି ହୋଇଥାଏ ।

ବାସ୍ତବରେ ଏହା ଏକ ସାଧାରଣ ପ୍ରକ୍ରିୟା । ବିଜ୍ଞାନ ଅନୁଯାୟୀ, ଯେତେବେଳେ ଆମେ ଦୀର୍ଘ ସମୟ ପାଣିରେ ରହିଥାଉ କିମ୍ବା ଜଳ ସହ ଜଡ଼ିତ କୌଣସି କାର୍ଯ୍ୟ କରିଥାଉ, ସେତେବେଳେ ଆଙ୍ଗୁଠିଗୁଡ଼ିକ ସଙ୍କୁଚିତ ହେବାକୁ ଲାଗେ । ଏହାର କାରଣ ହେଉଛି ଆମ ଚର୍ମରେ ସିବମ ରହିଛି, ଯାହା ଏକ ପ୍ରକାର ତେଲିଆ ପଦାର୍ଥ । ତେବେ ଏହାର ଅଭାବ ବା ବଢ଼ିବା ଉଭୟ ଚିନ୍ତା ଜନକ ଅଟେ । ଚର୍ମରେ ସିବମ କମ ହେଲେ ଅନେକ ସମସ୍ୟା ସୃଷ୍ଟି କରିପାରେ । ଏହା ଚର୍ମକୁ ଶୁଷ୍କ କରିପାରେ । ଅତ୍ୟଧିକ ସିବମ୍ ଚର୍ମକୁ ତେଲିଆ କରିପାରେ, ଯାହା ପିମ୍ପଲ୍ ସମସ୍ୟା ସୃଷ୍ଟି କରିପାରେ ।

ଏହି କାରଣରୁ ସଙ୍କୁଚିତ ହୋଇଥାଏ ଆଙ୍ଗୁଠି: ଚର୍ମର ଉପରି ଭାଗରେ ସିବମ ଅଏଲ ରହିଛି । ଏହି କାରଣରୁ ହିଁ ଗୋଧୋଇବା ସମୟରେ ଶରୀରରେ ପାଣି ଢାଳିଲେ ତାହା ରୁହେ ନାହିଁ । ଯେତେବେଳେ ଆମେ ଦୀର୍ଘ ସମୟ ପାଣିରେ ରହିଥାଉ, ସିବମ୍ ଚର୍ମରୁ ବାହାରିବା ଆରମ୍ଭ କରେ ଏବଂ ଶରୀର ଭିତରେ ପାଣି ପ୍ରବେଶ କରିବା ଆରମ୍ଭ କରେ । ଏହି କାରଣରୁ ଆମର ଆଙ୍ଗୁଠି ବା ଚର୍ମ ସଙ୍କୁଚିତ ହୁଏ । ଆଙ୍ଗୁଠି ସଙ୍କୁଚିତ କରିବାର ଏହି ପ୍ରକ୍ରିୟାକୁ 'ଓସ୍ମୋସିସ୍' କୁହାଯାଏ। ଅନ୍ୟ ଅର୍ଥରେ ଏହାକୁ ଏକ୍ବାଟିକ ରିଙ୍କଲ ମଧ୍ୟ କୁହାଯାଏ ।

କେମିତି ଆପେଆପେ ଠିକ ହୋଇଯାଇଥାଏ: ଯେତେବେଳେ ବ୍ୟକ୍ତି ପାଣିରୁ ବାହାରକୁ ଆସେ, କିଛି ସମୟ ପରେ ଆଙ୍ଗୁଠିଗୁଡ଼ିକ ସେମାନଙ୍କର ମୂଳ ରୂପକୁ ଫେରି ଆସେ । ଚର୍ମ ଭିତରେ ଥିବା ପାଣି ଧୀରେଧୀରେ ଶୁଖିବା ଆରମ୍ଭ କରେ । ସୂଚନାଯୋଗ୍ୟ ଯେ, ହାତ ଏବଂ ପାଦରେ କିରାଟିନ ରହିଛି । ଯାହା ଏକ ପ୍ରକାର ପ୍ରୋଟିନ ଅଟେ । କିରାଟିନ୍ ନାମକ ଏହି ପ୍ରୋଟିନ୍ କେବଳ ଶରୀର ଭିତରେ ଥିବା ଜଳକୁ ଶୁଖାଇବା ପାଇଁ କାମ କରେ । ହାତ ଏବଂ ପାଦରେ ବହୁତ କିରାଟିନ୍ ଥିବାରୁ ଶରୀରରେ ଥିବା ଅନାବଶ୍ୟକ ଜଳୀୟଅଂଶକୁ ଶୁଖାଇ ଦେଇଥାଏ ।

ବିଦ୍ର: ଏହା ଆମର ନିଜସ୍ବ ମତ ନୁହେଁ। ଏହା ସାଧାରଣ ତଥ୍ୟ ଉପରେ ଆଧାରିତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details