ହାଇଦ୍ରାବାଦ: ପାଶ୍ଚାତ୍ୟ ଦେଶମାନଙ୍କରେ କର୍କଟର ଦ୍ରୁତ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଆମ ଦେଶରେ ମଧ୍ୟ କର୍କଟ ଏକ ଭୟାନକ ସ୍ଥିତିରେ ପହଞ୍ଚିଛି । ବିଭିନ୍ନ ପ୍ରକାର କର୍କଟରେ ପ୍ରତିବର୍ଷ ଏକାଧିକ ଲୋକଙ୍କ ଜୀବନ ଯାଉଛି । ଉଭୟ ମହିଳା ଓ ପୁରୁଷଙ୍କଠାରେ ବିଭିନ୍ନ ପ୍ରକାର କର୍କଟ ଦେଖାଯାଉଛି । ଖାଦ୍ୟ-ପେୟରେ ଅନିୟମିତତା ଏବଂ ଅସ୍ବାସ୍ଥ୍ୟକର ଖାଦ୍ୟ ସେବନ କାରଣରୁ କର୍କଟ ହେବାର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧିପାଉଛି । ଅନୁସନ୍ଧାନ ଅନୁସାରେ, ଭଲ ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ କର୍କଟ ଆଶଙ୍କାକୁ 70 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରେ ।
ଅନେକ ପ୍ରକାରର ସଂରକ୍ଷଣକାରୀ କେନଡ୍ ଜିନିଷ ବା ପ୍ୟାକେଜ୍ ଖାଦ୍ୟ ସାମଗ୍ରୀ ରହିଛି, ଯାହା କର୍କଟ ରୋଗର ଆଶଙ୍କାକୁ ବଢାଇଥାଏ । ପ୍ୟାକ୍ ହୋଇଥିବା ଖାଦ୍ୟରେ ନାଇଟ୍ରେଟ୍ସ, ଲୁଣ ଏବଂ କୃତ୍ରିମ ରଙ୍ଗ ଥାଏ, ଯାହା କର୍କଟ ରୋଗର ଆଶଙ୍କାକୁ ବୃଦ୍ଧି କରେ । ତେବେ ଆସନ୍ତୁ ଜାଣିବା ସେହି ସାମଗ୍ରୀଗୁଡ଼ିକ କ’ଣ, ଯାହା କର୍କଟ ଭଲି ଜଟିଳ ସମସ୍ୟାର କାରକ...
ମଦ(ଆଲ୍କହଲ):-ମଦ୍ୟପାନ ଯକୃତ ଏବଂ କିଡନୀ ପାଇଁ କ୍ଷତିକାରକ । ଅନେକ ପ୍ରକାରର ଅନୁସନ୍ଧାନରେ ଏହା ପ୍ରକାଶ ପାଇଛି ଯେ, ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ପାଟି, ଏସୋଫାଗସ୍, ଯକୃତ, କୋଲନ୍ ଏବଂ ରେକ୍ଟମ୍ କର୍କଟ ମଧ୍ୟ ହୋଇପାରେ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଗୋଟିଏ ବୁନ୍ଦା ମଦ ବି ରୋଗ ସୃଷ୍ଟି କରିପାରେ ।
ପ୍ରକ୍ରିୟାକୃତ ଖାଦ୍ୟ(ପ୍ରୋସେସ୍ଡ ଫୁଡ୍):-ପନିର, ବ୍ରେଡ୍, କେକ୍, ବିସ୍କୁଟ ଇତ୍ୟାଦି ପ୍ରକ୍ରିୟାକୃତ ଖାଦ୍ୟରେ ଅଧିକ ପରିମାଣର ଲୁଣ ଏବଂ ଚିନି ଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବିପଦଜନକ । ଏହି ଜିନିଷଗୁଡ଼ିକର ଅଧିକ ବ୍ୟବହାର କର୍କଟ ରୋଗର ଆଶଙ୍କା ବଢାଇଥାଏ । ତେଣୁ ବଜାରରେ ମିଳୁଥିବା ପ୍ରକ୍ରିୟାକୃତ ଖାଦ୍ୟରୁ ଦୂରେଇ ରୁହନ୍ତୁ ।