ଓଡିଶା

odisha

ETV Bharat / sukhibhava

ବିଶ୍ବର ପ୍ରଥମ ଶାକାହାରୀ ସହର, ବେଆଇନ ଆମିଷ ବିକ୍ରି ଓ ଭକ୍ଷଣ

ଜାଣି ଆଶ୍ଚର୍ଯ୍ୟ ହେବେ ଆମ ଦେଶ ଭାରତରେ ଏପରି ଏକ ସହର ଅଛି ଯେଉଁଠାରେ ଆମିଷ ଭକ୍ଷଣ ଏବଂ ବିକ୍ରି ସମ୍ପୂର୍ଣ୍ଣ ନିଷେଧ । ଆଜ୍ଞା ହଁ ଏପରି ଏକ ସ୍ଥାନ ରହିଛି ଆମ ଦେଶରେ, ଯାହା ବିଶ୍ବର ପ୍ରଥମ ଶାକାହାରୀ ସହର । ଜାଣନ୍ତୁ ଏହି ସହର ବାବଦରେ...

By

Published : Jan 13, 2023, 3:47 PM IST

Updated : Jan 14, 2023, 10:44 AM IST

Palitana
Palitana

ଗାନ୍ଧୀନଗର: ସଂସ୍କୃତି-ପରମ୍ପରା, ଚାଲି-ଚଲଣି ଓ ଭାଷା ଆଦି ସ୍ବତନ୍ତ୍ରତାକୁ ନେଇ ସାରା ବିଶ୍ବରେ ପରିଚିତ ଭାରତ । ବିଶେଷକରି ସନାତନ ହିନ୍ଦୁ ଧର୍ମ ସହ ଜଡିତ ପରମ୍ପରା ଭାରତକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଆମ ଦେଶ ଦେବଭୂମି ରୂପେ ବିଖ୍ୟାତ । ଏକତା ମଧ୍ୟରେ ଏଠାରେ ରହିଛି ସ୍ବତନ୍ତ୍ରତା । ଏହି ସ୍ବତନ୍ତ୍ରତା କ୍ଷେତ୍ରରେ ବିଶ୍ବରେ ବିଶେଷ ନାମ ସୃଷ୍ଟି କରିଛି ଗୁଜୁରାଟର ପଲିଟାନା ସହର । ଆପଣ ଜାଣି ଆଶ୍ବର୍ଯ୍ୟ ହେବେ ଯେ, ଏହା ବିଶ୍ବର ଏପରି ଏକ ସହର, ଯେଉେଁଠାରେ ଆମିଷ ଭକ୍ଷଣ ନିଷିଦ୍ଧ, ଏଠାକାର ସମସ୍ତ ବ୍ୟକ୍ତି ଶାକାହାରୀ ।

Palitana Temple

ଆଜ୍ଞା ହଁ, କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ଯ । ପଲିଟାନା ସମଗ୍ର ବିଶ୍ବରେ ପ୍ରଥମ ସହର, ଯେଉଁଠାରେ ପ୍ରତିଟି ବ୍ୟକ୍ତି ଶାକାହାରୀ । ଏଠାରେ ପଶୁ ହତ୍ୟା ନିଷେଧ ସାଙ୍ଗକୁ ଆମିଷ ବିକ୍ରୟ ମଧ୍ୟ ବାରଣ । ତେବେ ଏହା ଶୁଣିବା ପରେ ଆପଣଙ୍କ ମନରେ ନିଶ୍ଚୟ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ, ଏହା କେମିତି ସମ୍ଭବ ଭାବୁଥିବେ ନିଶଚୟ ? ତେବେ ଆସନ୍ତୁ ଏହି ଐତିହାସିକ ସହର ବାବଦରେ ବିଶେଷ ଆଲୋଚନା କରିବା...

Palitana Temple

ପଲିଟାନାର ଶାକାହାରୀ ସହର ହେବାର କାହାଣୀ:-

ପଲିଟାନା ସହର ଶାକାହାରୀ ସହର ହେବା ପଛରେ ଏକ ରୋଚକ କାହାଣୀ ରହିଛି । ବାସ୍ତବରେ, 2014 ମସିହାରେ ସରକାର ଏହି ଅଞ୍ଚଳରେ ପଶୁ ହତ୍ୟାକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ ଘୋଷଣା କରିଥିଲେ । ସେବେଠାରୁ ଏଠାରେ ପଶୁ ହତ୍ୟା କରାଯାଏ ନାହିଁ । ରିପୋର୍ଟ ଅନୁସାରେ, ବହୁ ସଂଖ୍ୟାର ଜୈନ ଧର୍ମର ଅନୁଗାମୀମାନେ ଏଠାରେ ବସବାସ କରନ୍ତି । ଏଠାରେ ମାଂସ ଏବଂ ପଶୁ ହତ୍ୟା ଉପରେ ନିଷେଧାଦେଶ ଲଗାଇବାକୁ ସେମାନେ ଦୀର୍ଘ ଦିନ ଧରି ସରକାରଙ୍କୁ ଦାବି କରିଆସୁଥିଲେ ।

Palitana Temple

ଏଥିପାଇଁ ପ୍ରାୟ 200 ସାଧୁ-ସନ୍ଥ ଆମରଣ ଅନଶନ ମଧ୍ୟ କରିଥିଲେ । ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ତେବେ ସେମାନେ ବଳିଦାନ ଦେବେ ବୋଲି ଚେତାବନୀ ଦେଇଥିଲେ । ଏହା ପରେ, 2014 ରେ, ସରକାର ଏହି ସହରରେ ପଶୁ ହତ୍ୟା ଏବଂ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ଘୋଷଣା ପରେ ଗୁଜୁରାଟର ପଲିଟାନା ଦୁନିଆର ପ୍ରଥମ ଶାକାହାରୀ ସହର ଭାବେ ପରିଚୟ ସୃଷ୍ଟି କରିଛି ।

Palitana Temple

ପଲିଟାନାରେ ବହୁ ସଂଖ୍ୟକ ମନ୍ଦିର:-

ଦକ୍ଷିଣ ପଶ୍ଚିମ ଏବଂ ଗୁଜୁରାଟର ଭବନଗରଠାରୁ ପ୍ରାୟ 50 କିଲୋମିଟର ଦୂରରେ ଅବସ୍ଥିତ ପଲିଟାନା ସହରରେ ଶହ ଶହ ମନ୍ଦିର ଅବସ୍ଥିତ । ଏହାକୁ ଜୈନ ଧର୍ମର ମୁଖ୍ୟ ତୀର୍ଥ କ୍ଷେତ୍ର କୁହାଯାଏ । ଏକଦା ଜୈନ ତୀର୍ଥକାର ଆଦିନଥ ପଲିଟାନା ପାହାଡ ଉପରକୁ ଚଢିଥିଲେ ଏବଂ ସେହି ଦିନଠାରୁ ଏହା ତାଙ୍କ ଅନୁଗାମୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଲଟି ଯାଇଛି ବୋଲି ବିଶ୍ବାସ କରାଯାଏ । ଏହା ଏକ ଛୋଟ ସହର ହୋଇପାରେ ମାତ୍ର ଗୋଟିଏ ପାହାଡ ଉପରେ 900 ମନ୍ଦିରର ଅବସ୍ଥିତି ବିଶ୍ବ ରେକର୍ଡ ସୃଷ୍ଟି କରିଛି । ଜୈନ ସମ୍ପ୍ରଦାୟର ସବୁଠାରୁ ପବିତ୍ର ତୀର୍ଥ କ୍ଷେତ୍ର ହେବା ବ୍ୟତୀତ ଏହା ବିଶ୍ବର ସବୁଠୁ ବଡ ମନ୍ଦିର ପରିସର ଭାବରେ ମଧ୍ୟ ପରିଗଣିତ ହୁଏ ।

Last Updated : Jan 14, 2023, 10:44 AM IST

ABOUT THE AUTHOR

...view details