ହାଇଦ୍ରାବାଦ:ବିଗତ ଏକ ଦଶନ୍ଧି ମଧ୍ୟରେ, ପଶୁମାନଙ୍କ ଦ୍ବାରା ବ୍ୟାପୁଥିବା ସଂକ୍ରମଣ ରୋଗ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହା ଅନୁମାନ କରାଯାଏ ଯେ ବିଶ୍ୱରେ ପ୍ରତିବର୍ଷ ପ୍ରାୟ ଏକ ବିଲିୟନ ତା ଠାରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଗତ କିଛି ଦଶନ୍ଧି ମଧ୍ୟରେ ନୂତନ ପ୍ରକାରର ଜୁନୋଟିକ୍ ସଂକ୍ରମଣର ଆବିର୍ଭାବ ଏବଂ ଦ୍ରୁତ ଗତିରେ ବିସ୍ତାର କରିବାର କ୍ଷମତା ହେତୁ ସେମାନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଭାବରେ ବିବେଚନା କରାଯାଉଛି।
ଜୁନୋଟିକ୍ କିମ୍ବା ଜୁନୋସ୍ ସଂକ୍ରମଣ ବିଷୟରେ ଲୋକଙ୍କ ମଧ୍ୟରେ ସୂଚନା ତଥା ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ 6 ରେ ବିଶ୍ୱ ଜୁନୋସିସ୍ ଦିବସ ବା ବିଶ୍ୱ ଜୁନୋଜ୍ ଦିବସ ପାଳନ କରାଯାଏ। ଚଳିତ ବର୍ଷ ଏହି ଦିନଟି "ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ: ଜୁନୋଜ୍ ରୋକିବା ଆବଶ୍ୟକ!" ଥିମରେ ପାଳନ କରାଯିବା ନେଇ ଲକ୍ଷେୟ ରଖାଯାଇଛି।
କଣ କହେ ରିପୋର୍ଟ: ପ୍ରଥମେ2020 ମସିହାରେ, 'ପରବର୍ତ୍ତୀ ମହାମାରୀକୁ ରୋକିବା: ଜୁନୋଟିକ୍ ରୋଗ ଏବଂ ସଂକ୍ରମଣର ଶୃଙ୍ଖଳାକୁ କିପରି ରୋକିବା' ଶୀର୍ଷକକୁ ନେଇ 'ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ' ଏବଂ 'ଆନ୍ତର୍ଜାତୀୟ ଜୀବଜନ୍ତୁ ଅନୁସନ୍ଧାନ ପ୍ରତିଷ୍ଠାନ' ଦ୍ୱାରା କୋଭିଡ 19 ପ୍ରସଙ୍ଗରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା। ମହାମାରୀ ଯେଉଁଥିରେ କୁହାଯାଇଥିଲା ଯେ 60% ଜୁନୋଟିକ୍ ରୋଗ ମଣିଷ ମଧ୍ୟରେ ଜଣାଶୁଣା, ତଥାପି 70% ଜୁନୋଟିକ୍ ରୋଗ ଅଛି ଯାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। କେବଳ ଏତିକି ନୁହେଁ, ପ୍ରତିବର୍ଷ ସମଗ୍ର ବିଶ୍ୱରେ, ବିଶେଷକରି ନିମ୍ନ ମଧ୍ୟବିତ୍ତ ଆୟକାରୀ ଦେଶମାନଙ୍କରେ, ଜୁନୋଟିକ୍ ରୋଗ ଯୋଗୁଁ ପ୍ରାୟ ଦଶ ଲକ୍ଷ ଲୋକ ପ୍ରାଣ ହରାଇଥାଆନ୍ତି।
ରିପୋର୍ଟରେ ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ, ଯଦି ପଶୁମାନଙ୍କ ଦ୍ବାରା ରୋଗ ରୋକିବା ପାଇଁ ଆବଶ୍ୟକ ପ୍ରୟାସ କରାଯାଏ ନାହିଁ, ତେବେ ଭବିଷ୍ୟତରେ କୋଭିଡ -19 ପରି ଅନ୍ୟ ମହାମାରୀ ମଧ୍ୟ ସାମ୍ନା କରିବାକୁ ପଡିପାରେ। ଜୁନୋଟିକ୍ ରୋଗ ବିସ୍ତାର ପାଇଁ ଦାୟୀ କାରଣଗୁଡିକ ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିମଧ୍ୟରେ ପଶୁ ପ୍ରୋଟିନର ଚାହିଦା ବୃଦ୍ଧି, ବନ୍ୟଜନ୍ତୁଙ୍କ ବ୍ୟବହାର ବୃଦ୍ଧି, ଅସ୍ଥାୟୀ ବ୍ୟବହାର ଏବଂ ପ୍ରାକୃତିକ ସମ୍ପଦର ଅପବ୍ୟବହାର, ଖାଦ୍ୟ ଯୋଗାଣ ଶୃଙ୍ଖଳାର ପରିବର୍ତ୍ତନ ଏବଂ ଜଳବାୟୁ ପରିବର୍ତ୍ତନ ସଙ୍କଟ ଅନ୍ତର୍ଭୁକ୍ତ ରହିଛି। ଏହି କାରଣ ଯୋଗୁଁ ରୋଗ ବୃଦ୍ଧି ପାଇବାରେ ବୋଲି କୁହାଯାଇଛି।
ଏଥି ସହିତ, ଷ୍ଟେଷ୍ଟ ଅଫ ଦ ଓ୍ବାଲ୍ଡ ରିପୋର୍ଟ 2022 ରେ ଭାରତ ଏବଂ ଚୀନ୍ ନୂତନ ଜୁନୋଟିକ୍ ସଂକ୍ରାମକ ରୋଗ ପାଇଁ ସବୁଠୁ ବଡ ହଟସ୍ପଟ୍ ଭାବରେ ଉଭା ହୋଇଥିବା ଉଲ୍ଲେଖ କରିଛନ୍ତି। ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏସିଆ ଏବଂ ଆଫ୍ରିକାରେ ମାନବ ଜନସଂଖ୍ୟା ସାନ୍ଦ୍ରତା ଅଧିକ ଥିବା ସ୍ଥାନରେ ଜୁନୋଟିକ୍ ସଂକ୍ରାମକ ରୋଗ ହେବାର ଆଶଙ୍କା ଅଧିକ ରହିବ। କେବଳ ଏତିକି ନୁହେଁ, ଏହି ସଂକ୍ରାମକ ରୋଗର ବିସ୍ତାର ହାର ଏହି ସ୍ଥାନଗୁଡିକରେ 4,000 ଗୁଣ ବୃଦ୍ଧି ପାଇପାରେ। ଉଲ୍ଲେଖନୀୟ କଥା ହେଉଛି, ଆଫ୍ରିକୀୟ ମହାଦେଶର ଅଧିକାଂଶ ଦେଶରେ ଇବୋଲା ଏବଂ ଅନ୍ୟାନ୍ୟ ପଶୁ ସଂକ୍ରମିତ ସଂକ୍ରମଣ ଏବଂ ମହାମାରୀର ପ୍ରଭାବ ଅଧିକ ଦେଖାଯାଏ |