ହାଇଦ୍ରାବାଦ:ଆଜି ବିଶ୍ବ ଶାକାହାରୀ ଦିବସ । ପ୍ରତିବର୍ଷ ଅକ୍ଟୋବର ୧ ତାରିଖକୁ ବିଶ୍ବ ଶାକାହାରୀ ଦିବସ ଭାବେ ପାଳନ କରାଯାଏ । ଶାକାହାରୀ ଭୋଜନ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ଅଟେ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶାକାହାରୀ ଖାଦ୍ୟ ଖାଇବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥାଆନ୍ତି । କିନ୍ତୁ ଜନସାଧାରଣତଃ ଚିନ୍ତାଧାରା ଅଲଗା ରହିଥାଏ । ଶାକାହାରୀ ଖାଦ୍ୟ ସ୍ବାଦିଷ୍ଟ ହୋଇନଥିବା କାରଣରୁ ଏଥି ପ୍ରତି ଲୋକେ ଅସନ୍ତୁଷ୍ଟ ପ୍ରକାଶ କରିଥାଆନ୍ତି ।
ଉତ୍ତମ ସ୍ବାସ୍ଥ୍ୟ ପାଇଁ ସଠିକ ପୋଷକ ତତ୍ତ୍ବ ନିହାତି ଆବଶ୍ୟକ । ଏଭଳି ପରିସ୍ଥିତିରେ ଶାକାହାରୀ ଖାଦ୍ୟ ହିଁ ଶରୀରରେ ଭିଟାମିନର ଅଭାବକୁ ଦୂର କରିଥାଏ । ଫିଟ୍ ରହିବାକୁ ହେଲେ ତାଜା ଫଳ, ପନିପରିବା ଏବଂ ଶସ୍ୟଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ ।
ବିଶ୍ବ ଶାକାହାରୀ ଦିବସର ଇତିହାସ: ଉତ୍ତର ଆମେରିକୀୟ ଶାକାହାରୀ ସମାଜ ଦ୍ବାରା ୧୯୭୭ ମସିହାରେ ବିଶ୍ବ ଶାକାହାରୀ ଦିବସ ପ୍ରତିଷ୍ଠା ହୋଇଥିଲା । ଏହାପରେ ୧୯୭୮ ମସିହାରେ ଅନ୍ତର୍ଜାତୀୟ ଶାକାହାରୀ ସଂଘ ଏହାକୁ ଅନୁମୋଦନ ପ୍ରଦାନ କରିଥିଲେ । ଅକ୍ଟୋବର ମାସକୁ ସମଗ୍ର ବିଶ୍ବରେ ଶାକାହାରୀ ସଚେତନତା ମାସ ହିସାବରେ ପାଳନ କରାଯାଏ । ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଭେଜ୍ ଡାଏଟ୍ ଓଜନ ହ୍ରାସ କରିବାରେ ସହାୟକ ହୋଇପାରେ । ବର୍ତ୍ତମାନ ପ୍ରତ୍ୟେକ ମହାଦେଶଗୁଡ଼ିକ ବିଭିନ୍ନ ଥିମ୍ ଏବଂ ଅଭିଯାନ ସହିତ ବିଶ୍ବ ଭେଜ୍ ଡେ ଏବଂ ସପ୍ତାହ କିମ୍ବା ମାସ ପାଳନ କରୁଛନ୍ତି ।
କିନ୍ତୁ ବହୁ ସଂଖ୍ୟକ ଲୋକ ବିଶ୍ୱାସ କରନ୍ତି ଯେ, ଭେଜ୍ ଡାଏଟ୍ ଶରୀରର ପୁଷ୍ଟିକର ଆବଶ୍ୟକତା ପୂରଣ କରେ ନାହିଁ । ଏହା ବ୍ୟତୀତ, ଭେଜ୍ ଡାଏଟ୍ ଏବଂ ଶାକାହାରୀ ଜୀବନଶୈଳୀ ବିଷୟରେ ଲୋକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ଅଛି । ଏହି ଇଭେଣ୍ଟ କେବଳ ଭେଜାନିଜିମ୍ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବିସ୍ତାର କରେ ନାହିଁ ବରଂ ଭେଜ୍ ଡାଏଟ୍ ଏବଂ ଏହାର ପ୍ରଭାବ ବିଷୟରେ ଭୁଲ ଧାରଣାକୁ ଦୂର କରିବାର ସୁଯୋଗ ମଧ୍ୟ ଦେଇଥାଏ ।
ଏହା ମଧ୍ୟ ପଢନ୍ତୁ: World Vegan Day: ଶାକାହାରୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ ନିରାମିଷ ଖାଦ୍ୟ