ଆଜି ବିଶ୍ୱ ଯକ୍ଷ୍ମା ଦିବସ । ପ୍ରତିବର୍ଷ ଆଜିର ଦିନରେ ପାଳନ କରାଯାଏ ଯକ୍ଷ୍ମା ଦିବସ । ଏଥରର ଥିମ୍ ରହିଛି ‘ଦି କ୍ଲକ ଇଜ୍ ଟିକିଙ୍ଗ୍’ । ଯକ୍ଷ୍ମା ବା ଟିବିର ସ୍ୱାସ୍ଥ୍ୟଗତ, ସାମାଜିକ ଓ ଅର୍ଥନୈତିକ କୁପରିଣାମ ସଂପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ଲକ୍ଷ୍ୟ । ଟିବି ସୃଷ୍ଟି କରୁଥିବା ବ୍ୟାକେରିଆକୁ ଆବିଷ୍କାର ନେଇ ୧୮୮୨ ମସିହା ଆଜିର ଦିନରେ ଘୋଷଣା କରିଥିଲେ ଡକ୍ଟର ରବର୍ଟ କୋଚ୍ ।
ବ୍ୟାକଟେରିଆ ଆବିଷ୍କାର ହେଲା ପରେ ଟିବିର ଚିହ୍ନଟ ଓ ଚିକିତ୍ସା ପଥ ପରିଷ୍କାର ହୋଇପାରିଥିଲା । ଟିବିକୁ ସମୂଳେ ଧ୍ୱଂସ କରିବା ପାଇଁ ସମୟ ଆଉନାହିଁ । ତେଣୁ ସମସ୍ତେ ଏ ଦିଗରେ ତତ୍ପରତା ପ୍ରକାଶ କରିବା ଉପରେ ଗୁରୁତ୍ୱାରୋପ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ଯଥାର୍ଥରେ ଏ ବର୍ଷ ବିଶ୍ୱ ଟିବି ଦିବସର ଥିମ୍ – ‘ଦି କ୍ଲକ୍ ଇଜ ଟିକିଂ’ ରଖିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ଅନୁସାରେ,
- ବିଶ୍ୱବ୍ୟାପୀ ଉଦ୍ୟମ ଯୋଗୁଁ ୨୦୦୦ ମସିହା ପରଠାରୁ ୬ କୋଟି 30 ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଛି
- ୨୦୧୯ରେ ୧ କୋଟି ଲୋକ ଟିବିରେ ପୀଡିତ ହୋଇଥିଲେ ।
-୨୦୧୯ରେ ୧୪ ଲକ୍ଷ ଲୋକ ଟିବିରେ ପ୍ରାଣ ହରାଇଥିଲେ ।
-ଡ୍ରଗ୍ ରେସିଟାଣ୍ଟ ଟିବି ଯୋଗୁଁ ୨୦୧୯ ରେ ୪ ଲକ୍ଷ ୬୫ହଜାର ଲୋକ ଅସୁସ୍ଥ ହୋଇଥିଲେ ।
ଉପରୋକ୍ତ ପରିସଂଖ୍ୟନ ଦୃଷ୍ଟିରୁ ଟିବିର ଭୟାବହତା ବାବଦରେ କାହାର ସନ୍ଦେହ ରହିବା ଉଚିତ ନୁହେଁ ।
ଟିବି କ’ଣ ?
ହାଇଦ୍ରାବାଦ ସ୍ଥିତ ଭିଆଇଏନଏନ ହସ୍ପିଟାଲର କନସଲଣ୍ଟାଣ୍ଟ ଫିଜିସିଆନ ଡକ୍ଟର ରାଜେଶ ଭକ୍କଲାଙ୍କ ମତରେ ଯକ୍ଷ୍ମା ବା ଟୁବରକଲସିସ୍ (ଟିବି) ମାଇକୋ ବ୍ୟାକ୍ଟେରିୟମ ଟୁବରକଲସିସି ନାମକ ବ୍ୟାକ୍ଟେରିୟମ ଦ୍ୱାରା ହୋଇଥାଏ । ମଦ୍ୟପାନକାରୀ, ଧୂମ୍ରପାନକାରୀ ଓ କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଟିବି ହୋଇଥାଏ । ଟିବି ବ୍ୟାକ୍ଟେରିୟା ସାଧାରଣତଃ ଫୁସଫୁସକୁ ପ୍ରଭାବିତ କରିଥାଏ । କିନ୍ତୁ କିଡନୀ, ବ୍ରେନ ଓ ସ୍ପାଇନ ମଧ୍ୟ ବ୍ୟାକ୍ଟେରିଆ ଦ୍ୱାରା ପ୍ରଭାବିତ ହୁଏ ।
ଲକ୍ଷଣ ଓ ରୋଗ ଚିହ୍ନଟ
ଟିବି ସାଧାରଣତଃ ସଂକ୍ରମିତର କଫ ଓ କାଶରୁ ବାହାରୁଥିବା କଣିକାରୁ ବାୟୁ ଦ୍ୱାରା ବ୍ୟାପିଥାଏ । ତେବେ, ପାନ୍ ଆମେରିକାନ ହେଲଥ ଅର୍ଗାନାଇଜେସନ ( ପିଏଏଚଓ ) ଅନୁସାରେ, ସୁସ୍ଥ ଲୋକଙ୍କ ମଧ୍ୟରେ ସଂକ୍ରମଣ ହେଲେ ଲକ୍ଷଣ ପ୍ରକାଶ ପାଇ ନଥାଏ। କାରଣ ସଂପୃକ୍ତ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ବ୍ୟାକଟେରିଆକୁ ଦୂରେଇ ରଖିବାରେ ସମର୍ଥ ହୋଇଥାଏ । ତେବେ, ପିଏଏଚଏ ଅନୁସାରେ ଫୁସଫୁସର ଆକ୍ଟିଭ ଟିବିର ଲକ୍ଷଣ ହେଲା –
-କଫ ( ବେଳେବେଳେ ରକ୍ତ ମିଶା କଫ )
-ଛାତି ଯନ୍ତ୍ରଣା
-ଦୁର୍ବଳତା
-ଓଜନ ହ୍ରାସ
-ଜ୍ୱର