ଓଡିଶା

odisha

ETV Bharat / sukhibhava

World TB Day 2023: କେବଳ ଫୁସ୍‌ଫୁସ୍‌ ନୁହେଁ ମହିଳାଙ୍କ ପ୍ରଜନନ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ ଯକ୍ଷ୍ମା

ଯକ୍ଷ୍ମା କେବଳ ଫୁସ୍‌ଫୁସ୍‌ ନୁହେଁ ମହିଳାଙ୍କ ପ୍ରଜନନ ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଇପାରେ । ଏହି କାରଣରୁ ଜଣେ ମହିଳା ବନ୍ଧ୍ୟାତ୍ବର ମଧ୍ୟ ଶିକାର ହୋଇପାରନ୍ତି । ତେବେ କିପରି ଏହାର ଚିକିତ୍ସା କରାଇବେ ଏବଂ ସଚେତନ ରହିବେ, ଜାଣନ୍ତୁ

Etv Bharat
Etv Bharat

By

Published : Mar 23, 2023, 10:51 AM IST

ନୂଆଦିଲ୍ଲୀ:ଯକ୍ଷ୍ମା(Tuberculosis)କୁ ମାତ୍ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରାଯାଉଛି । ସଚେତନତା ମୂଳକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହେଉଛି । ରୋଗ ପ୍ରତି କିପରି ପ୍ରତିଟି ବ୍ୟକ୍ତି ସଚେତନ ରହିବେ ସେଥିପାଇଁ ପ୍ରତିବର୍ଷ ମାର୍ଚ୍ଚ 24କୁ ଏକ ସ୍ବତନ୍ତ୍ର ଦିବସ ରୂପେ ବିଶ୍ବ ଯକ୍ଷ୍ମା ଦିବସ ପାଳନ କରାଯାଉଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଫୁସଫୁସକୁ ପ୍ରଭାବିତ କରୁଥିବା ଯକ୍ଷ୍ମା ମହିଳାଙ୍କ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଆଜ୍ଞା ହଁ, ଏକଥା ଆମେ କହୁନୁ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଯକ୍ଷ୍ମା ପ୍ରଜନନ କ୍ଷମତାକୁ ମଧ୍ୟ ଦୁର୍ବଳ କରିପାରେ । ତେବେ ମହିଳାମାନଙ୍କ ସ୍ବାସ୍ଥ୍ୟ ଉପରେ ଯକ୍ଷ୍ମାର କି ପ୍ରକାର ପ୍ରଭାବ ପଡିଥାଏ ଜାଣିବା ପାଇଁ ପଢନ୍ତୁ ଏହି ଆର୍ଟିକିଲ୍ ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରୁଥିବା ଯକ୍ଷ୍ମା ମହିଳାଙ୍କ ପ୍ରଜନନ ସ୍ବାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିପାରେ । ଯଦି ସଠିକ୍ ସମୟରେ ରୋଗ ଚିହ୍ନଟ କରାଯାଏ ଏବଂ ଚିକିତ୍ସା ଯୋଗାଇ ଦିଆଯାଏ ତେବେ ଗର୍ଭଧାରଣରେ ବିଶେଷ ସମସ୍ୟା ହେବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ଫିମେଲ୍ ଜେନେଟାଲ୍ ଟ୍ୟୁବୋରକ୍ୟୁଲୋସିସ୍ (FGTB) ସାଧାରଣତଃ ମହିଳାମାନଙ୍କ ଠାରେ ଦେଖାଯାଏ । ଏହି ରୋଗ ହେଲେ ତୁରନ୍ତ ଚିକିତ୍ସା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ:-ରାଜ୍ୟକୁ ଯକ୍ଷ୍ମାମୁକ୍ତ କରିବାକୁ ଲକ୍ଷ୍ୟ, ସବୁ ବ୍ଲକରେ ଉପଲବ୍ଧ ହେବ ମଡ୍ୟୁଲାର ମେସିନ

ଏହା ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବୋରକ୍ୟୁଲୋସିସ୍ ଦ୍ବାରା ବ୍ୟାପିଥାଏ । ଟିବି ସାଧାରଣତଃ ଫୁସଫୁସକୁ ଆକ୍ରାନ୍ତ କରେ । କେତେକ କ୍ଷେତ୍ରରେ ଅନ୍ୟାନ୍ୟ ଅଙ୍ଗକୁ ପ୍ରଭାବିତ କରିବାର ମଧ୍ୟ ସମ୍ଭାବନା ଥାଏ । ଫିମେଲ୍ ଜେନେଟାଲ୍ ଟ୍ୟୁବୋରକ୍ୟୁଲୋସିସ୍ ହେଉଛି ମହିଳା ପ୍ରଜନନ ପ୍ରଣାଳୀର ଜୀବାଣୁ ସଂକ୍ରମଣ ଯାହା ମହିଳାମାନଙ୍କ ମଧ୍ୟରେ ବନ୍ଧ୍ୟାତ୍ୱ ସୃଷ୍ଟି କରୁଥିବା ଜଣାଯାଏ । ଏହି ପ୍ରକାର ଯକ୍ଷ୍ମା ଫାଲୋପିଆନ୍ ଟ୍ୟୁବ୍, ଗର୍ଭାଶୟ, ଡିମ୍ବାଣୁ(ଓଭାରି), ସେରଭିକ୍ସ(ଗର୍ଭାଶୟର ନିମ୍ନଭାଗ) ଏବଂ ଯୋନୀ ଉପରେ ପ୍ରଭାବ ପକାଇପାରେ । FGTB ରେ, 90% ମହିଳାଙ୍କ ଠାରେ ଫଲୋପିଆନ୍ ଟ୍ୟୁବ୍ ପ୍ରଭାବିତ ହୋଇଥିବାବେଳେ 70% ମହିଳାଙ୍କର ଗର୍ଭାଶୟ ଏଣ୍ଡୋମେଟ୍ରିଅମ୍ ଏବଂ ପ୍ରାୟ 25% ମହିଳାଙ୍କଠାରେ ଡିମ୍ବାଣୁ(ଓଭାରି) ପ୍ରଭାବିତ ହୋଇଥାଏ ।

ଏହା ଯୌନ ଅଙ୍ଗକୁ କ୍ଷତି ପହଞ୍ଚାଉ ଥିବାରୁ ମାସିକ ଋତୁସ୍ରାବ ଏବଂ ବନ୍ଧ୍ୟାତ୍ୱ ସୃଷ୍ଟି କରେ । ଟିବି ମହିଳାଙ୍କ ଯୌନାଙ୍ଗକୁ ଆକ୍ରାନ୍ତ କଲେ ମଧ୍ୟ ସାଧାରଣତଃ ପ୍ରାରମ୍ଭିକ ଅବସ୍ଥାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ବନ୍ଧ୍ୟାକରଣ ଏହାର ପ୍ରମୁଖ ଲକ୍ଷଣ ହୋଇଥାଏ । ଏଥିପାଇଁ ସତର୍କ ରହିବା ଉଚିତ୍ । ବିଶେଷ କରି ଋତୁସ୍ରାବରେ ଅନିୟମିତତା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରାଇ ନିଅନ୍ତୁ ।

ABOUT THE AUTHOR

...view details