ହାଇଦ୍ରାବାଦ:ଷ୍ଟ୍ରୋକ୍ ଏକ ଗମ୍ଭୀର ସମସ୍ୟା ଅଟେ । କେତେକ କ୍ଷେତ୍ରରେ ଏହା ଜୀବନ ମଧ୍ୟ ନେଇପାରେ । ତେବେ ପୂର୍ବରୁ ବିଶ୍ବାସ ରହିଥିଲା ଯେ, ଷ୍ଟ୍ରୋକ୍ ସମସ୍ୟା ପୂର୍ବରୁ 55ରୁ 60 ବର୍ଷ ବୟସ୍କଙ୍କୁ ହେଉଥିଲା । କିନ୍ତୁ ଗତ କିଛି ବର୍ଷ ହେବ 30ରୁ 40 ବର୍ଷୀୟ ଯୁବକମାନେ ବି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଅସମୟରେ ଲୋକେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି । କିନ୍ତୁ ଷ୍ଟ୍ରୋକ୍ ବୃଦ୍ଧିର କାରଣ ଏବଂ ଲକ୍ଷଣକୁ ଠିକ ସମୟରେ ବୁଝାଯାଏ, ତେବେ ଷ୍ଟ୍ରୋକ୍ ଆଶଙ୍କାକୁ କମ କରାଯାଇ ପାରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଏଥି ସହିତ, ଠିକ୍ ସମୟରେ ନିରାକରଣ ଏବଂ ସଠିକ୍ ଚିକିତ୍ସା ଦ୍ବାରା ଷ୍ଟ୍ରୋକ୍ ପୀଡ଼ିତଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରାଯାଇପାରିବ । କିନ୍ତୁ ଅନେକ ଲୋକ ସଠିକ୍ ସମୟରେ ସଠିକ୍ ପଦକ୍ଷେପ ନେବାକୁ ଅସମର୍ଥ, ଷ୍ଟ୍ରୋକ୍ ବିଷୟରେ ସୂଚନା ଅଭାବ ଏବଂ ଏହାସହ ଜଡ଼ିତ ସତର୍କତା ଅବଲମ୍ବନ ନକରିବା କାରଣରୁ ଅନେକ ଜୀବନ ମଧ୍ୟ ଯାଉଛି । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅକ୍ଟୋବର 29 ତାରିଖରେ ବିଶ୍ବ ଷ୍ଟ୍ରୋକ୍ ଦିବସ ପାଳନ କରାଯାଏ । ଷ୍ଚ୍ରୋକ୍ ସମସ୍ୟାକୁ ବିନାଶ କରିବା ଏବଂ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ।
ବିଶ୍ବ ଷ୍ଟ୍ରୋକ ଦିବସର ଥିମ: ପ୍ରତିବର୍ଷ ଏକ ଥିମକୁ ନେଇ ବିଶ୍ବ ଷ୍ଚ୍ରୋକ ଦିବସ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷର ଥିମ ରହିଛି Together We Are #Greater Than Stroke (ଏହାର ଅର୍ଥ ଆମେ ଏକାଠି ଷ୍ଟ୍ରୋକଠାରୁ ବଡ଼) । ସୂଚନାଅନୁସାରେ, ଉଚ୍ଚ ରକ୍ତଚାପ, ହୃଦସ୍ପନ୍ଦନର ସମସ୍ୟା, ଧୂମପାନ, ଖାଦ୍ୟ ଏବଂ ବ୍ୟାୟାମରେ ଅବହେଳା ଯୋଗୁଁ ଷ୍ଟ୍ରୋକ ସମସ୍ୟା ହେଉଛି । ତେଣୁ ଏହି କାରଣରୁ ଦେଖି ଏଭଳି ଥିମ ଚୟନ କରାଯାଇଛି । ତେବେ ଏହି କାରଣଗୁଡିକ ବିଷୟରେ ଅବଗତ ହୋଇ ସେମାନଙ୍କୁ ଠିକ ଭାବେ ଚିକିତ୍ସା କରାଗଲେ 90 ପ୍ରତିଶତ ଷ୍ଟ୍ରୋକକୁ ମାତ ଦିଆଯାଇ ପାରିବ ।