ଆମର ସାମଗ୍ରିକ ସୁସ୍ୱାସ୍ଥ୍ୟ ପାଇଁ ସୁନିଦ୍ରା ଜରୁରୀ । ଭଲ ନିଦ ସମଗ୍ର ଶରୀରକୁ ପୁଲକିତ ରଖେ । ଶାରୀରିକ କ୍ରିୟାକଳାପ ଠିକ ଭାବେ ସଂଚାଳିତ ହୁଏ । କିନ୍ତୁ ବେଳେ ବେଳେ ଅନେକ କାରଣରୁ ଆମେ ଠିକ୍ ଭାବେ ଶୋଇପାରୁନାହୁଁ । ଚିନ୍ତା, ଅବସାଦ ଯୋଗୁଁ ଆମକୁ ନିଦ ହୁଏ ନାହିଁ । ଶରୀର ସଂପୂର୍ଣ୍ଣ କ୍ଲାନ୍ତି ଅନୁଭନ ନ କଲେ ବି ନିଦ ଆସେନାହିଁ । ଆମ ସମସ୍ତଙ୍କ କ୍ଷେତ୍ରରେ ଏହା ଊଣା ଅଧିକ ହୋଇଥାଏ । କିନ୍ତୁ ସଠିକ ନିଦ ନ ହେବା ଯୋଗୁଁ କିଛି ସମସ୍ୟା ଉପୁଜିଥାଏ । ଅଧିକାଂଶ ସ୍ଲିପ୍ ଆପନିଆରେ ପୀଡିତ ହୋଇଥାଆନ୍ତି । ଯଦି ଏହାର ଠିକ ସମୟରେ ଚିକିତ୍ସା କରା ନ ଯାଏ,ତାହା ହେଲେ ସଂପୃକ୍ତ ବ୍ୟକ୍ତିର ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିଥାଏ ।
ସ୍ଲିପ୍ ଆପନିଆ ପଛରେ ଏକାଧିକ କାରଣ ଥାଏ । ଗଳାରେ ଅବରୋଧ ଏହାର ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ । ଯେତେବେଳେ ମାଂସପେଶୀକୁ ଆସୁଥିବା ସିଗନାଲକୁ ବ୍ରେନ ଠାବ କରିବାରେ ବିଫଳ ହୁଏ, ସେତେବେଳେ ଗଳା ଅବରୋଧ ହୋଇଥାଏ । ଶୋଇଥିବା ବେଳେ ବ୍ୟକ୍ତି ରହି ରହି ନିଶ୍ୱାସ ନେଇଥାଏ । ତେଣୁ ଗଳା ଅବରୋଧ ଭଳି ସ୍ଥିତି ସୃଷ୍ଟି ହେଲେ ସେ ହଠାତ ନିଦରୁ ଉଠିପଡେ । ନିଦରେ ବ୍ୟାଘାତ ସୃଷ୍ଟି ହୁଏ । ଏହା ଏକ ରିପିଟେଡ୍ ପାଟର୍ନ ହୋଇଥବାରୁ ଶରୀରରେ ଏ ନେଇ ଜଟିଳ ଅବସ୍ଥା ସୃଷ୍ଟି ହୋଇଥାଏ । ବିଶେଷ କରି ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ପ୍ରତି ଆହ୍ୱାନ ସୃଷ୍ଟି କରେ । ନିଦ ନ ହେଲେ ସ୍ମରଣ ଶକ୍ତି ହ୍ରାସ ପାଏ । ରକ୍ତଚାପ ବଢିଯାଏ।
ଡାଇବେଟିସ , ଚିଡଚିଡାପଣ, ବିରକ୍ତିବୋଧ ଓ କ୍ଲାନ୍ତି ଅନୁଭବ ହୁଏ । ନିଦ ନହେଲେ ବ୍ୟକ୍ତିର କଗନିଟିଭ ଏବିଲିଟି ମଧ୍ୟ ପ୍ରଭାବିତ ହୁଏ । ପିଲାଙ୍କ ସୁନିଦ୍ରା ପାଇଁ କିଛି ଉପାୟ ୧ରୁ ୧୨ ବର୍ଷ ବୟସର ପିଲା ପିଲାମାନଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ସୁନିଦ୍ରା ଜରୁରୀ । ପିଲାଙ୍କ ସୁନିଦ୍ରା ପାଇଁ କିଛି ବିଷୟ ଉପରେ ଧ୍ୟାନ ଦେବାକୁ ପଡିବ ।
୧. ପ୍ରତି ରାତିରେ ପିଲାଙ୍କୁ ଏକା ସମୟରେ ଶୋଇବାକୁ କହନ୍ତୁ । ରାତି ୯ଟା ହେଉଛି ସବୁଠାରୁ ଭଲ ସମୟ ।
୨. ପିଲାର ବୟସ ଦୃଷ୍ଟିରୁ ଉପଯୁକ୍ତ ନିଦ୍ରା ପାଇଁ ସମୟସାରଣୀ ପ୍ରସ୍ତୁତ କରନ୍ତୁ।
୩. ନିୟମିତ ବେଡ୍ ଟାଇମ ରୁଟିନ ଉପରେ ଧ୍ୟାନ ଦିଅନ୍ତୁ । (ଦାନ୍ତ ଘଷା,ଗୀତ ଓ କାହାଣୀ ଶୁଣିବା )
୪. ବେଡରୁମ ଶୋଇବା ଅନୁକୂଳ କରନ୍ତୁ । ଶୋଇବା ରୁମ୍ ଥଣ୍ଡା, ଅନ୍ଧାରୁଆ ଓ ନିର୍ଜନ ରହିବା ଦରକାର ।
୫. ଗଭୀର ନିଦରେ ସ୍ୱାଧୀନ ଭାବେ ଶୋଇବାକୁ ପିଲାମାନଙ୍କୁ ପ୍ରୋତ୍ସାହିତ କରନ୍ତୁ ।
୬. ରାତିରେ ଶୋଇବା ବେଳେ ପିଲାମାନେ ଯେପରି ଉଜ୍ଜ୍ୱଳ ଆଲୋକ ସଂସ୍ପର୍ଶରେ ନ ଆସିବେ, ତାହା ନିଶ୍ଚିତ କରନ୍ତୁ । ସକାଳେ ଲାଇଟ୍ଏ କ୍ସପୋଜର ବୃଦ୍ଧି କରନ୍ତୁ ।
୭. ଶୋଇବା ସମୟ ପୂର୍ବରୁ ପିଲାମାନଙ୍କୁ ଗୁରୁ ଖାଦ୍ୟ ଦିଅନ୍ତୁ ନାହିଁ । ଜୋରଦାର ବ୍ୟାୟାମ ବି ମନା ।
୮. ଶୋଇବା ସମୟରେ ଟେଲିଭିଜନ, କଂପ୍ୟୁଟର, ସେଲଫୋନ ପିଲାଙ୍କ ବେଡରୁମରୁ ବାହାରେ ରଖନ୍ତୁ । ଏହାର ବ୍ୟବହାର ସୀମିତ କରନ୍ତୁ ।
୯. ଶୋଇବା ପୂର୍ବରୁ କାଫିନ, ସୋଡା, କଫି,ଚା’ ଓ ଆଇସ ଟି ଓ ଚକୋଲେଟ୍ରୁ ପିଲାଙ୍କୁ ଦୂରେଇ ରଖନ୍ତୁ ।