ଓଡିଶା

odisha

ETV Bharat / sukhibhava

World Sight Day 2023: ଦୃଷ୍ଟିଶକ୍ତି କମି ଯାଉଛି କି? କରନ୍ତୁ ଏହି ବ୍ୟାୟାମ - ବିଶ୍ବ ଦୃଷ୍ଟି ଦିବସ

ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଆଖି। ତେବେ ଦୃଷ୍ଟିଶକ୍ତିକୁ ବୃଦ୍ଧି କରାଇ ପାରିବ ବ୍ୟାୟାମ। ଅଧିକ ପଢ଼ନ୍ତୁ

World Sight Day 2023
World Sight Day 2023

By ETV Bharat Odisha Team

Published : Oct 12, 2023, 2:17 PM IST

ହାଇଦ୍ରାବାଦ:ପ୍ରତିବର୍ଷ ଅକ୍ଟୋବର ମାସର ଦ୍ବିତୀୟ ଗୁରୁବାରକୁ ବିଶ୍ବ ଦୃଷ୍ଟି ଦିବସ ଭାବେ ପାଳନ କରାଯାଏ । ଆଖି ସହିତ ଜଡିତ ରୋଗ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଏ। ତେବେ ଚଳିତ ବର୍ଷର ଥିମ ରହିଛି ଆଖିକୁ ଭଲ ପାଆନ୍ତୁ ଏବଂ ଚକ୍ଷୁର ଯତ୍ନ ନିଅନ୍ତୁ। ଏହାର ଉଦ୍ଦେଶ୍ୟ ହେଉଛି ଚକ୍ଷୁ ଯତ୍ନକୁ ପ୍ରୋତ୍ସାହିତ କରିବା। ଏହି ଦିନ ପାଳନ କରିବାର କାରଣ ହେଉଛି ଅନ୍ଧତ୍ବ ବା ଦୃଷ୍ଟିଶକ୍ତି ହ୍ରାସ କରିବାକୁ ରୋକିବା ଏବଂ ଆଖି ସମ୍ବନ୍ଧୀୟ ରୋଗକୁ ଚିହ୍ନଟ କରି ଚିକିତ୍ସା କରିବା ।

ତେବେ ଏକ ଅନ୍ତର୍ଜାତୀୟ ରିପୋର୍ଟ ଅନୁସାରେ, ବିଶ୍ବର ପ୍ରାୟ 285 ନିୟୁତ ଲୋକ ସ୍ବଳ୍ପ ଦୃଷ୍ଟି ଶକ୍ତି ଏବଂ ଅନ୍ଧତ୍ବରେ ପୀଡ଼ିତ । ସେଥିମଧ୍ୟରୁ ପ୍ରାୟ 39 ନିୟୁତ ସମ୍ପୂର୍ଣ୍ଣ ଅନ୍ଧତ୍ୱର ସମ୍ମୁଖୀନ ହେଉଛନ୍ତି । କୁହାଯାଏ ଚକ୍ଷୁ ଭଗବାନଙ୍କ ଆର୍ଶୀବାଦ । ଆଖିରେ ଦୁନିଆ ରଙ୍ଗୀନ ଦେଖାଯାଏ । କିନ୍ତୁ ଆଖି ବିନା ଦୁନିଆ ଅନ୍ଧକାର ହୋଇଥାଏ । ତେଣୁ ପ୍ରଥମତଃ ଆଖିର ଯତ୍ନ ନେବା ଜରୁରୀ ବୋଲି କୁହାଯାଇଛି ।

ତେବେ ସମୟ ସହିତ ବଦଳିଛି କାର୍ଯ୍ୟଶୈଳୀ । ଡିଜିଟାଲ ଦୁନିଆରେ ସମସ୍ତ କାର୍ଯ୍ୟ ଲାପଟପ, କମ୍ୟୁଟର ଦ୍ବାରା ହେଉଛି । ଦୈନନ୍ଦିନ ଜୀବନରେ ଏହି ଗ୍ୟାଜେଟର ପ୍ରାଧାନ୍ୟ ଅଧିକା ରହିଥାଏ । ତେବେ ଏହାର ଅତ୍ୟଧିକ ବ୍ୟବହାର ଯୋଗୁଁ ଏହାର କୁପ୍ରଭାବ ଆଖି ଉପରେ ପଡ଼ୁଛି। ଫଳରେ କମ ବୟସରୁ ଦୃଷ୍ଟି ଶକ୍ତି ହ୍ରାସ ପାଉଛି । ତେବେ ଦୃଷ୍ଟିଶକ୍ତି ବୃଦ୍ଧି କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କେତେକ ବ୍ୟାୟାମ କରିବା ପାଇଁ ପରାମର୍ଶ ଦେଇଥାଆନ୍ତି । ବ୍ୟାୟାମ ଦ୍ବାରା ମଧ୍ୟ ବୃଦ୍ଧି ପାଇବ ଦୃଷ୍ଟିଶକ୍ତି

ଏହା ମଧ୍ୟ ପଢନ୍ତୁ: World Sight Day 2023: ଦୁନିଆକୁ ରଙ୍ଗୀନ କରେ ଆଖି, ଯତ୍ନ ଜରୁରୀ

  • ପମିଂ:ବ୍ୟାୟାମ ଦ୍ବାରା ଶରୀର ସୁସ୍ଥ ରହିଥାଏ । ପମିଂ ଦ୍ବାରା ଚାପ ଏବଂ ଥକ୍କାପଣ ଦୂର ହେବା ସହିତ ଆଖିର ମାଂସପେଶୀକୁ ମଧ୍ୟ ଆରାମ ଦେଇଥାଏ। ତେବେ ଏହି ବ୍ୟାୟାମ କରିବା ପାଇଁ ପ୍ରଥମେ ହାତର ଦୁଇଟି ପାପୁଲିକୁ ଘଷି ଉଷୁମ କରନ୍ତୁ । ଏହାପରେ ଆଖି ବନ୍ଦ କରି ପାପୁଲିକୁ ଆଖି ପତା ଉପରେ ରଖନ୍ତୁ । ଏହା କରିବା ସମୟରେ ଗଭୀର ନିଶ୍ବାସ ନିଅନ୍ତୁ । ପ୍ରତ୍ୟେକ ଦିନ 3ରୁ 5 ମିନିଟ ପର୍ଯ୍ୟନ୍ତ ଏହା କରିବା ଦ୍ବାରା ଆଖି ଉପରେ ଏହାର ସୁପ୍ରଭାବ ପଡ଼ିଥାଏ।
  • ବ୍ଲିଙ୍କିଂ: ସ୍କ୍ରିନ୍ ଏବଂ ଡିଜିଟାଲ୍ ଗ୍ୟାଜେଟ୍‌ ସହିତ ଅଧିକ ସମୟ ଅତିବାହିତ କରିବା ଦ୍ବାରା ଆଖିର ପଲକ ପଡିବା ହାର ମନ୍ଥର ହୋଇଥାଏ । ଫଳରେ ଆଖି ଶୁଷ୍କ ହୋଇ ଯାଇଥାଏ । ତେବେ ଆଖିରୁ ଲୁହ ବାହାରିବା ଦ୍ବାରା ଭିତରେ ରହିଥିବା ମଇଳା ପରିଷ୍କାର ହୋଇଥାଏ ବୋଲି କୁହାଯାଏ । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଏହା ସମ୍ଭବ ହୋଇପାରେ ନାହିଁ । ତେଣୁ 2ରୁ 3 ସେକେଣ୍ଡ ଆଖିକୁ ବନ୍ଦ କରି ତାପରେ ଖୋଲିବା ଆବଶ୍ୟକ । ଏହା ଏକ ପ୍ରକାର ଆଖିର ବ୍ୟାୟାମ ଅଟେ । ଡିଜିଟାଲ୍ ଉପକରଣ ଦ୍ୱାରା ସୃଷ୍ଟି ହୋଇଥିବା ଚାପକୁ ରୋକିବା ପାଇଁ ପ୍ରତି 20 ମିନିଟର ଏକ୍ସପୋଜରରେ 20 ସେକେଣ୍ଡ ପାଇଁ ପ୍ରାୟ 20 ଫୁଟ ଦୂରରେ ଥିବା କିଛି ଜିନିଷ ଦେଖିବା ପାଇଁ ଚେଷ୍ଟା କରନ୍ତୁ। ଏହା ଦ୍ବାରା ମଧ୍ୟ ଆଖିର ଥକ୍କାପଣ ଦୂର ହୋଇପାରିବ।
  • ଆଖିକୁ ରୋଲ କରିବା:ଆଖିର ଚାପକୁ କମ କରିବା ପାଇଁ ଏହା ଏକ ପ୍ରକାର ବ୍ୟାୟାମ ଅଟେ । ଏଥିରେ ଆଖିକୁ ଧୀରେଧୀରେ ଗୋଟିଏ ଦିଗରୁ ଅନ୍ୟ ଦିଗକୁ ଘୂର୍ଣ୍ଣନ କରିବା ଏବଂ ପରେ ପଛକୁ ଚାହିଁବାକୁ କୁହାଯାଇଥାଏ । ଏହାଦ୍ବାରା ଆଖିର ଟେନ୍‌ସନ୍‌ ଏବଂ ଯନ୍ତ୍ରଣା ହ୍ରାସ ପାଇଥାଏ । ଏହାସହ ସ୍ବଳ୍ପ ଦୃଷ୍ଟି ଶକ୍ତି ବ୍ୟକ୍ତିଙ୍କ ପାଇଁ ଏହି ବ୍ୟାୟାମ ଲାଭଦାୟୀ ଅଟେ ।

ABOUT THE AUTHOR

...view details