ଓଡିଶା

odisha

ETV Bharat / sukhibhava

World Rose Day: କର୍କଟ ସଚେତନତା ପାଇଁ କାହିଁକି ପାଳନ ହୁଏ ରୋଜ୍ ଦିବସ - ରୋଜ ଡେ ପାଳନର ଲକ୍ଷ୍ୟ

ପ୍ରତିବର୍ଷ ଲୋକଙ୍କୁ ଗୁରୁତର ତଥା ମାରାତ୍ମକ ରୋଗ କର୍କଟ ବାବଦରେ ଅବଗତ କରାଇବା ପାଇଁ 22 ସେପ୍ଟେମ୍ବରରେ ବିଶ୍ୱ ରୋଜ୍ ଦିବସ(World Rose Day) ପାଳନ କରାଯାଉଛି । ତେବେ ଏହି ଦିବସକୁ କାହିଁକି ରୋଜ ଡେ କୁହାଯାଏ, ଜାଣନ୍ତୁ...

World Rose Day: କର୍କଟ ସଚେତନତା ପାଇଁ କାହିଁକି ପାଳନ ହୁଏ ରୋଜ୍ ଦିବସ
World Rose Day: କର୍କଟ ସଚେତନତା ପାଇଁ କାହିଁକି ପାଳନ ହୁଏ ରୋଜ୍ ଦିବସ

By

Published : Sep 22, 2022, 5:22 PM IST

ହାଇଦ୍ରାବାଦ: କର୍କଟ ରୋଗ ଭଳି ମାରାତ୍ମକ ରୋଗରେ କବଳିତ ହେଉଛି ସାରା ବିଶ୍ବ । ପ୍ରତିବର୍ଷ ଏହି ରୋଗ କାରଣରୁ ଏକାଧିକ ଲୋକଙ୍କ ଜୀବନ ଯାଉଛି । ଏଥିପାଇଁ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଉଭୟ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ୟାମ୍ପ ସହ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି । ଏଥି ମଧ୍ୟରୁ ବିଶ୍ବ ରୋଜ୍ ଡେ(World Rose Day) ଅନ୍ୟତମ । ତେବେ ବିଶ୍ବ ରୋଜ୍ ଡେ ସହ କ୍ୟାନ୍ସରର କ'ଣ ରହିଛି ସାମଞ୍ଜସ୍ୟ ସେ ବାବଦରେ ଆଲୋଚନା କରିବା ।

ଲୋକଙ୍କୁ ଗୁରୁତର ତଥା ମାରାତ୍ମକ ରୋଗ କର୍କଟ ବାବଦରେ ଅବଗତ କରାଇବା ପାଇଁ ପ୍ରତିବର୍ଷ 22 ସେପ୍ଟେମ୍ବରରେ ବିଶ୍ୱ ରୋଜ ଦିବସ ପାଳନ କରାଯାଏ । ଏହି ଦିନକୁ ରୋଜ ଡେ କହିବାର କାରଣ, କାନାଡାରେ ରହୁଥିବା 12 ବର୍ଷର ଝିଅ ମେଲିଣ୍ଡା ରୋଜ(Melinda Rose) 1974 ମସିହାରେ ରକ୍ତ କର୍କଟ(Blood Cancer) କାରଣରୁ ପ୍ରାଣ ହରାଇଥିଲେ (ମେଲିଣ୍ଡା ରୋଜଙ୍କ ସ୍ମୃତିରେ) । ତାଙ୍କ ସ୍ମୃତିରେ କର୍କଟ ବାବଦରେ ଅବଗତ କରାଇବା ପାଇଁ ଏହି ଦିବସ ପାଳନ କରାଯାଉଛି ।

'ଗ୍ଲୋବାଲ୍ ବର୍ଡେନ୍ ଅଫ୍ ଡିଜିଜ୍, ଇଞ୍ଜୁରିଜ୍ ଆଣ୍ଡ ରିସ୍କ ଫ୍ୟାକ୍ଟର୍' ((Global Burden of Disease, Injuries and Risk Factors, GBD 2019) ଅଧ୍ୟୟନର ଫଳାଫଳକୁ ବ୍ୟବହାର କରି ଅନୁସନ୍ଧାନକାରୀମାନେ ପରୀକ୍ଷା କରିଛନ୍ତି ଯେ, 2019ରେ ମୃତ୍ୟୁ ଏବଂ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ପାଇଁ 23 ପ୍ରକାରର କ୍ୟାନ୍ସର କାରକ ଦାୟୀ ରହିଥିଲା ।

କର୍କଟ ଚିକିତ୍ସା ବିଭାଗର ପ୍ରଫେସର ଡକ୍ଟର ପ୍ରଦୀପ ଚନ୍ଦ୍ରକର କହିଛନ୍ତି, "ପ୍ରତିବର୍ଷ କର୍କଟ ରୋଗୀ ବୃଦ୍ଧି ପାଉଛି । ଛତିଶଗଡର ସବୁଠୁ ବଡ ସରକାରୀ ଡାକ୍ତରଖାନା ମେକାହାରାର କର୍କଟ ବିଭାଗରେ ପ୍ରତିବର୍ଷ 5 ହଜାରରୁ 6 ହଜାର ନୂତନ କର୍କଟ ରୋଗୀ ଚିହ୍ନଟ ହୁଅନ୍ତି । ରାଜ୍ୟରେ ପ୍ରତିବର୍ଷ ପ୍ରାୟ 50,000 କର୍କଟ ରୋଗୀ ବୃଦ୍ଧି ପାଉଛନ୍ତି । ଏହାର କାରଣ ଆମ ଜୀବନଶୈଳୀ ସହିତ ଜଡିତ । ତେବେ କେବଳ ଛତିଶଗଡ କାହିଁକି, ଦେଶବ୍ୟାପୀ କ୍ୟାନ୍ସର ରୋଗୀଙ୍କ ସଂଖ୍ଯା ବୃଦ୍ଧି ପାଉଛି । ଏଥିପାଇଁ ସଚେତନା ସମେତ ସଠିକ୍ ସମୟରେ ଡାକ୍ତରୀ ପରୀକ୍ଷାର ଆବଶ୍ୟକତା ରହିଛି ।

ABOUT THE AUTHOR

...view details