ହାଇଦ୍ରାବାଦ: ରେବିଜ ବା ଜଳାତଙ୍କ ଏକ ଜୁନୋଟିକ୍ ରୋଗ ଯାହାକି ସାଧାରଣତଃ କୁକୁର କାମୁ଼ଡିବା ଦ୍ବାରା ହୋଇଥାଏ ବୋଲି କୁହାଯାଏ । କିନ୍ତୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ, ବେଳେବେଳେ ଅନ୍ୟ କେତେକ ପ୍ରାଣୀ କାମୁଡ଼ିବା ଦ୍ୱାରା ରେବିଜ ମଧ୍ୟ ହୋଇପାରେ । ଲୋକଙ୍କୁ ଜଳାନ୍ତକ ରୋଗ ସହ ଜଡିତ ତଥ୍ୟ ତଥା ଏହି ରୋଗର କାରଣ ଏବଂ ନିରାକରଣ ବିଷୟରେ ସୂଚନା ବିସ୍ତାର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର 28ତାରିଖରେ ବିଶ୍ୱ ରେବିଜ୍ ଦିବସ ବା ଜଳନ୍ତକ ଦିବସ ପାଳନ କରାଯାଏ । ଚଳିତ ବର୍ଷ ସମସ୍ତଙ୍କ ପାଇଁ ଏକ ସ୍ବାସ୍ଥ୍ୟ(One for all, All for one) ଥିମରେ ପାଳନ କରାଯାଉଛି ।
ଜଳାନ୍ତକ ରୋଗ କଣ ?ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ବିଶ୍ୱରେ ପ୍ରତିବର୍ଷ ଜଳାନ୍ତକ ରୋଗ ଯୋଗୁଁ 55,000 ରୁ 60,000 ଲେକଙ୍କ ମୃତ୍ୟୁ ହୋଇଥାଏ । ଯଦି ଆମେ ଜଳାନ୍ତକ ରୋଗ କାରଣରୁ ମୃତ୍ୟୁ ପରିସଂଖ୍ୟାନକୁ ବିଚାର କରାଯାଏ ତେବେ ଭାରତରେ ପ୍ରତିବର୍ଷ ପ୍ରାୟ 20,000 ଲୋକ ଏହି କାରଣରୁ ପ୍ରାଣ ହରାନ୍ତି ବୋଲି ଜଣାପଡିଛି । ଅନ୍ୟ ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କରେ ଏହି ସଂଖ୍ୟା 65% ପର୍ଯ୍ୟନ୍ତ ରହିଛି ।
ଜଳାନ୍ତକ ରୋଗ ଏକ ଜୁନେଟିକ ରୋଗ । ଯାହା ରେବିଜ ନାମକ ଜୀବାଣୁ ଦ୍ବାରା ସଂକ୍ରମିତ ହୋଇଥିବା ପଶୁ କାମୁଡିବା ଦ୍ବାରା ମଣିଷକୁ ସଂକ୍ରମିତ କରିଥାଏ । ସାଧାରଣତଃ କୁକୁର କାମୁଡିବା ଦ୍ବାରା ଏହି ରୋଗ ହୋଇଥାଏ ବୋଲି ସମସ୍ତେ ଭାବନ୍ତି କିନ୍ତୁ ଏହା ବିଲେଇ, ମାଙ୍କଡ, ଫେରେଟ୍ସ, ଛେଳି, ବାଦୁଡ଼ି, ଛେଳି, ଠେକୁଆ ସମେତ ଅନ୍ୟ କେତେକ ପ୍ରାଣୀଙ୍କ କାମୁଡ଼ିବା ଦ୍ୱାରା ମଧ୍ୟ ହୋଇପାରେ । ରେବିଜ ଭାଇରସ ସଂକ୍ରମିତ ପଶୁମାନଙ୍କର ଲାଳରେ ରହିଥାଏ । ଯେତେବେଳେ ସଂକ୍ରମିତ ପଶୁ କାହାକୁ କାମୁଡ଼େ କିମ୍ବା ଏହାର ଲାଳ ସ୍କ୍ରାଚ୍ କିମ୍ବା ଅନ୍ୟ କୌଣସି ଉପାୟ ଦ୍ୱାରା ସେହି ବ୍ୟକ୍ତିଙ୍କ ଚର୍ମରେ ପ୍ରବେଶ କରେ ।
ଏହା ମଧ୍ୟ ପଢନ୍ତୁ: World rabies day: ଜାଣନ୍ତୁ କିପରି କରିବେ ଜଳାତଙ୍କର ପ୍ରତିକାର...
ଏହା ଏକ ମାରାତ୍ମକ ଭାଇରସ ଅଟେ । ବିଶ୍ୱାସ କରାଯାଏ ଯେ ଥରେ ଏହି ଜୀବାଣୁର ପ୍ରଭାବ ମସ୍ତିଷ୍କରେ ପହଞ୍ଚିବା ପରେ ଏହାର ଚିକିତ୍ସା ସମ୍ଭବ ନୁହେଁ ଏବଂ ଏହି ଅବସ୍ଥାରେ ପୀଡିତାର ବଞ୍ଚିବା ମଧ୍ୟ ସମ୍ଭବ ନୁହେଁ ବୋଲି ଜଣାପଡିଛି । ଡାକ୍ତରଙ୍କ ଅନୁଯାୟୀ, ଯଦି ସଂକ୍ରମିତ ପ୍ରାଣୀ କାମୁଡ଼ିବାର 8 ରୁ 10 ଦିନ ମଧ୍ୟରେ ଆଣ୍ଟି-ରେବିଜ ଟିକା ସମେତ ଆବଶ୍ୟକ ଚିକିତ୍ସା ଦିଆଯାଏ ନାହିଁ, ତାହେଲେ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ। ତେଣୁ ଏହାକୁ ଗମ୍ଭୀର ଏବଂ ସାଂଘାତିକ ରୋଗ ବର୍ଗରେ ରଖାଯାଏ ।
ରେବିଜ ରୋଗର ଆଶଙ୍କା ହ୍ରାସ କରିବାକୁ ପଶୁ ମାଲିକମାନଙ୍କୁ ସର୍ବଦା ସେମାନଙ୍କ ପୋଷା କୁକୁର କିମ୍ବା ଅନ୍ୟ ପ୍ରାଣୀମାନଙ୍କୁ ରେବିଜ ପାଇଁ ଟୀକାକରଣ କରିବାକୁ ପରାମର୍ଶ ଦିଆଯାଇଥାଏ । ଏହି ଭାଇରସର ପ୍ରଭାବରେ ଆସିବା ପରେ ପୀଡିତାଙ୍କ କ୍ଷେତ୍ରରେ ଶୀଘ୍ର ଲକ୍ଷଣ ଦୃଷ୍ଟିଗୋଚର ହୁଏ ନାହିଁ। ସଂକ୍ରମିତ ହେବାର କିଛି ଦିନ ପରେ ଲକ୍ଷଣ ଦେଖାଯାଇଥାଏ । ତେବେ ସଂକ୍ରମିତଙ୍କ ଠାରେ ଫ୍ଲୁ ଲକ୍ଷଣ ଦେଖାଯାଇଥାଏ । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଭାବ ଦେଖାଇବା ବେଳେ ଏହା ଭୟଙ୍କର ହୋଇଥାଏ । ସ୍ନାୟୁଗତ ସମସ୍ୟା ଦେଖାଯାଇଥାଏ । ପୀଡିତାର ଆଚରଣରେ ମଧ୍ୟ ପରିବର୍ତ୍ତନ ହୋଇଥାଏ।
ଜଳାନ୍ତକ ରୋଗର ଉଦ୍ଦେଶ୍ୟ, ଗୁରୁତ୍ବ ଏବଂ ଇତିହାସ: ଏହି ରୋଗ ବିଷୟରେ ସଚେତନତା ବିସ୍ତାର କରିବା ପାଇଁ ବିଶ୍ବ ଜଳାନ୍ତକ ଦିବସ ପାଳନ କରିବା ଏକମାତ୍ର ଉଦ୍ଦେଶ୍ୟ ନୁହେଁ ବରଂ ଜଳାନ୍ତକର କାରଣ, ନିରାକରଣ, ବିଶେଷକରି ଟୀକାକରଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ଅଟେ । ତେବେ ଏହି ରୋଗରେ ଆକ୍ରାନ୍ତ ହେବା ପରେ କିଛି ଜଣ ଚିକିତ୍ସା କରିବା ପରିବର୍ତ୍ତେ ଏଥିରୁ ମୁକ୍ତି ପାଇବା ପାଇଁ ଯାଦୁବିଦ୍ୟା, ଗୁଣିଗାରେଡିର ସାହାରା ନେଇଥାଆନ୍ତି । ଯେଉଁ କାରଣରୁ ଠିକ୍ ସମୟରେ ଚିକିତ୍ସା ନପାଇ ପୀଡିତାଙ୍କ ମୃତ୍ୟୁ ଆଶଙ୍କା ଆହୁରି ବୃଦ୍ଧି ପାଇଥାଏ । ଏହି କାରଣରୁ, ଏହି ରୋଗ ସହିତ ଜଡିତ ଭୁଲ ଧାରଣାକୁ ହଟାଇବା, ଏହା ସହ ଜଡିତ ସମସ୍ୟା ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ଏହାର ସଠିକ୍ ଚିକିତ୍ସା ତଥା ଏହା ସହ ଜଡିତ ସତର୍କତା ବିଷୟରେ ଲୋକଙ୍କୁ ସଚେତନ କରାଇବା ମଧ୍ୟ ବିଶ୍ୱ ଜଳାନ୍ତରକ ଦିବସ ଆୟୋଜନ କରିବାର ଏକ ପ୍ରମୁଖ ଉଦ୍ଦେଶ୍ୟ । ଆଜିର ଦିନରେ ଅନେକ କ୍ଲିନିକ୍ ଏବଂ ଅନୁଷ୍ଠାନ ମଧ୍ୟ ଟୀକାକରଣ ଶିବିର ଆୟୋଜନ କରିଥାଆନ୍ତି । ଜଳାତଙ୍କ ରୋଗ ପାଇଁ ଫଳପ୍ରଦ ଟିକା ବାହାର କରିଥିବା ଦୁଇ ଲୁଇ ପାଶ୍ଚରଙ୍କ ସ୍ମୃତିରେ ତାଙ୍କ ଜନ୍ମଦିନକୁ ଜଳାତଙ୍କ ଦିବସ ରୂପେ ସମଗ୍ର ବିଶ୍ବରେ ପାଳନ କରାଯାଉଛି। ମନୁଷ୍ୟ ଏବଂ ପ୍ରାଣୀ ଉପରେ ଜଳତାଙ୍କ ପ୍ରଭାବ ଏବଂ ଏହାର ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ୨୦୦୭ରୁ ଏହି ଦିବସ ପାଳିତ ହୋଇ ଆସୁଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ