ହାଇଦ୍ରାବାଦ: ନିମୋନିଆ ହେଉଛି ଏକ ସଂକ୍ରମଣ ରୋଗ ଯାହା ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ, କିନ୍ତୁ ପିଲାମାନେ ଏହି ସଂକ୍ରମଣ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି । ଲୋକଙ୍କୁ ନିମୋନିଆ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ନଭେମ୍ବର 12 ରେ ବିଶ୍ୱ ନିମୋନିଆ ଦିବସ(World Pneumonia Day 2022) ପାଳନ କରାଯାଏ । ତେବେ ନିମୋନିଆ କ'ଣ, ଏହା କାହିଁକି ହୁଏ, ରୋଗର ଲକ୍ଷଣ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି ।
ନିମୋନିଆ କ’ଣ:- ନିମୋନିଆ ହେଉଛି ଫୁସଫୁସରେ ଏକ ସଂକ୍ରମଣ, ଯାହା ଶରୀରରେ ଥିବା ବାୟୁ ଥଳିକୁ ସଂକ୍ରମିତ କରିଥାଏ । କାରଣ ଯାହା ହେଉନା କାହିଁକି, ଜୀବାଣୁ କିମ୍ବା ଭୂତାଣୁ ଓ ଅଳ୍ପ ମାତ୍ରାରେ କବକ କିମ୍ବା ପରଜୀବୀ ନିମୋନିଆ ପାଇଁ ଦାୟୀ ବୋଲି ବିବେଚନା କରାଯାଏ । ଏହି ସଂକ୍ରମଣରେ, ସଂକ୍ରମିତ ବ୍ୟକ୍ତିଙ୍କ ଫୁସଫୁସରେ ଥିବା ବାୟୁ ଥଳି(Alveolus) ପ୍ରଦାହକୁ ନିମୋନିଆ କୁହାଯାଏ, ଯାହାଦ୍ୱାରା ଜଣେ ବ୍ୟକ୍ତି କାଶ, ଛାତି ଯନ୍ତ୍ରଣା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୁଏ । ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହେଲେ, ବେଳେ ବେଳେ ପୀଡ଼ିତାଙ୍କ ଜୀବନ ନଷ୍ଟ ହୋଇଯାଏ । ଡାକ୍ତରମାନେ କହନ୍ତି ଯେ, ସାଧାରଣ ପରିସ୍ଥିତିରେ ନିମୋନିଆ ସର୍ବଦା ସାଂଘାତିକ ନୁହେଁ, କିନ୍ତୁ ଯଦି ଏହାର ଚିକିତ୍ସା ବିଳମ୍ବ ହୁଏ, ତେବେ ଏହାର ଗମ୍ଭୀର ପ୍ରଭାବ ଦେଖାଯିବା ଆରମ୍ଭ କରେ ।
ପିଲାମାନଙ୍କର ନିମୋନିଆ: ପିଲାମାନଙ୍କଠାରେ ନିମୋନିଆର ପ୍ରଭାବ ଯଥେଷ୍ଟ ଅଧିକ ଦେଖାଯାଏ । ପରିସଂଖ୍ୟାନ ଅନୁଯାୟୀ, ବିଶ୍ବରେ ପ୍ରତି 3 ଜଣ ଶିଶୁଙ୍କ ମଧ୍ୟରେ ଜଣଙ୍କର ନିମୋନିଆ ଯୋଗୁଁ ଜୀବନ ଯାଉଛି । ବିଶ୍ବରେ ପ୍ରତିବର୍ଷ ପ୍ରାୟ 2 ନିୟୁତ ପିଲା ନିମୋନିଆରେ ପ୍ରାଣ ହରାନ୍ତି । ସେଭ୍ ଦି ଚାଇଲ୍ଡ ଦ୍ୱାରା ହୋଇଥିବା ଏକ ବିଶ୍ବସ୍ତରୀୟ ଅଧ୍ୟୟନ ଅନୁଯାୟୀ, ବିଶ୍ବରେ ପାଞ୍ଚ ବର୍ଷରୁ କମ୍ 1100 ନିୟୁତ ଶିଶୁ ଏବଂ ଦେଶର 17 ଲକ୍ଷରୁ ଅଧିକ ପିଲା 2030 ସୁଦ୍ଧା ନିମୋନିଆ ସଂକ୍ରମଣ ହେବାର ଆଶଙ୍କା ରହିଛି । ମାଇକୋପ୍ଲାଜମା ନିମୋନିଆ ଏବଂ କ୍ଲାମିଡୋଫିଲା ନିମୋନିଆ ଭଳି ଜୀବାଣୁ ପିଲାମାନଙ୍କଠାରେ ନିମୋନିଆ ସୃଷ୍ଟି କରନ୍ତି ।