ହାଇଦ୍ରାବାଦ: ଆଜି ବିଶ୍ବ ଫିଜିଓଥେରାପି ଦିବସ। ପ୍ରତିବର୍ଷ ସେପ୍ଟେମ୍ବର 8 ତାରିଖରେ ବିଶ୍ବ ଫିଜିଓଥେରାପି ଦିବସ ପାଳନ କରାଯାଏ। ଫିଜିଓଥେରାପି ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ମାନସିକ ଏବଂ ଶାରୀରିକ ସୁସ୍ଥତା ଦିଗରେ ବ୍ୟବହାର ହେଉଥିବା ଚିକିତ୍ସାକୁ ଫିଜିଓଥେରାପି କୁହାଯାଏ । ଫିଜିଓଥେରାପି ଦ୍ବାରା ଅନେକ ରୋଗରୁ ମୁକ୍ତି ପାଇବା ପାଇଁ ଔଷଧର ଆବଶ୍ୟକତା ନଥାଏ।
ବିଶ୍ବ ଫିଜିଓଥେରାପି ଦିବସର ଇତିହାସ:1951 ମସିହା ସେପ୍ଟମ୍ବର 8 ତାରିଖ ଦିନ ଏହି ଦିବସ ପାଳନ ପାଇଁ ସ୍ଥିର କରାଯାଇଥିଲା। କିନ୍ତୁ ଏହାକୁ ଆନୁଷ୍ଠାନିକ ଭାବରେ ସେପ୍ଟେମ୍ବର 8, 1996 ରେ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହା ପରେ ପ୍ରତିବର୍ଷ ଏହି ଦିନ 8 ସେପ୍ଟେମ୍ବରରେ ବିଶ୍ବ ଫିଜିଓଥେରାପି ଦିବସ ପାଳନ କରାଯାଏ। ଫିଜିଓଥେରାପି ଚିକିତ୍ସାର ମହତ୍ତ୍ବକୁ ମନେପକାଇବା ଏବଂ ଫିଜିଓଥେରାପିଷ୍ଟମାନେ ସେମାନଙ୍କର ରୋଗୀ ଏବଂ ଚିକିତ୍ସା ପାଇଁ କରୁଥିବା କାର୍ଯ୍ୟକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଫିଜିଓଥେରାପି ହେଉଛି ମାନସିକ ସ୍ଥିତିରେ ସନ୍ତୁଳନ ବଜାୟ ରଖିବାର ଏକ ଉପାୟ ।
ବିଶ୍ବ ଫିଜିଓଥେରାପି ଦିବସର ମହତ୍ତ୍ବ: ଶାରୀରିକ ସମସ୍ୟାର ଚିକିତ୍ସା ପାଇଁ ଫିଜିଓଥେରାପି ବ୍ୟବହୃତ ହୁଏ। ବିଶେଷକରି ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଆଲଜାଇମର ରୋଗ, ପିଠି ଯନ୍ତ୍ରଣା, ପାର୍କିନ୍ସନ୍ ରୋଗ, ମାଂସପେଶୀରେ ଯନ୍ତ୍ରଣା, ଆଜମା ଏବଂ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇଁ ଏହି ଚିକିତ୍ସା ସହାୟକ ହୋଇଥାଏ। ଫିଜିଓଥେରାପି କେବଳ ଯନ୍ତ୍ରଣାରୁ ମୁକ୍ତି ଦେଇନଥାଏ ବରଂ ଚାପରୁ ମୁକ୍ତି ଦେଇଥାଏ।