ହାଇଦ୍ରାବାଦ: ଅଷ୍ଟିଓପୋରୋସିସ୍, ଏକ ରୋଗ ଯାହା ହାଡକୁ ଦୁର୍ବଳ କରିଥାଏ, ଏହାକୁ ବୃଦ୍ଧମାନଙ୍କର ଏକ ରୋଗ ଭାବରେ ବିବେଚନା କରାଯାଏ, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ, ବିଭିନ୍ନ କାରଣରୁ, ସମଗ୍ର ବିଶ୍ୱରେ ଅଳ୍ପ ବୟସ୍କମାନଙ୍କ ଠାରେ ମଧ୍ୟ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗର ଗମ୍ଭୀରତା ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ଏବଂ ସାରା ବିଶ୍ୱରେ ଲୋକଙ୍କୁ ଏହି ରୋଗର କାରଣ, ଲକ୍ଷଣ, ପ୍ରତିରୋଧ ଏବଂ ଚିକିତ୍ସା ପଦ୍ଧତି ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ 20 ଅକ୍ଟୋବରରେ ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ(World Osteoporosis Day) ପାଳନ କରାଯାଏ ।
ଏହି ଦିନ ପାଳନ କରିବାର ଅନ୍ୟ ଏକ ଉଦ୍ଦେଶ୍ୟ ହେଉଛି, ଅଷ୍ଟିଓପୋରୋସିସ୍ ସହ ଜଡିତ ଅନ୍ୟାନ୍ୟ କାରଣ, ଭୁଲ ଧାରଣାକୁ ସ୍ପଷ୍ଟ କରିବା ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଲୋକଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା । ଆଜିକାଲି ଅଧିକାଂଶ ଡାକ୍ତର ବୃଦ୍ଧାବସ୍ଥାରେ ଥରେ ଅସ୍ଥି ସାନ୍ଧ୍ରତା ପରୀକ୍ଷା କରିବାକୁ ପରାମର୍ଶ ଦିଅନ୍ତି, ଏହାର ମୁଖ୍ୟ କାରଣ ହେଉଛି ଠିକ୍ ସମୟରେ ଲୋକଙ୍କଠାରେ ଅସ୍ଥି ସମ୍ବନ୍ଧୀୟ ସମସ୍ୟା ଚିହ୍ନଟ କରିବା । ଅଷ୍ଟିଓପୋରୋସିସ୍ ହେଉଛି ଏକ ଜଟିଳ ହାଡ ରୋଗ, ଯାହା ହାଡକୁ ଏତେ ଦୁର୍ବଳ କରିଥାଏ, ଯାହା କେବଳ ଯନ୍ତ୍ରଣା ସୃଷ୍ଟି କରେ ନାହିଁ, ବରଂ ଅନ୍ୟ ରୋଗ ଏବଂ ସମସ୍ୟାର ଆଶଙ୍କା ମଧ୍ୟ ବଢାଇଥାଏ ଏବଂ ସାମାନ୍ୟ ଆଘାତରେ ମଧ୍ୟ ହାଡକୁ ଭାଙ୍ଗିବାର କିମ୍ବା କ୍ଷତି କରିବାର ସମ୍ଭାବନା ବଢାଇଥାଏ ।
ଅଷ୍ଟିଓପୋରୋସିସ୍ ସାଧାରଣ ହେଲେ ମଧ୍ୟ ଗମ୍ଭୀର ସମସ୍ୟା । ବିଭିନ୍ନ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଆମ ଦେଶରେ ପ୍ରତି 8 ପୁରୁଷଙ୍କ ମଧ୍ୟରୁ ଜଣେ ଏବଂ ପ୍ରତ୍ୟେକ 3 ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କର ଏହି ରୋଗ ରହିଛି । ଯଦିଓ ଏହାକୁ ବୃଦ୍ଧାବସ୍ଥାର ରୋଗ କୁହାଯାଏ, କିନ୍ତୁ ଚିନ୍ତାର ବିଷୟ ଯେ, ଗତ କିଛି ବର୍ଷ ମଧ୍ୟରେ ଯୁବକମାନଙ୍କଠାରେ ମଧ୍ୟ ଏହି ରୋଗର ଦେଖାଦେଉଛି ।
ଅଷ୍ଟିଓପୋରୋସିସ୍ ରୋକିବା ଏବଂ ଏହା ସହ ଜଡିତ ଅନେକ କାରଣ ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଶ୍ବ ଅଷ୍ଟିଓପୋରୋସିସ୍ ଦିବସ 20 ଅକ୍ଟୋବରରେ 90 ରୁ ଅଧିକ ଦେଶରେ ବିଭିନ୍ନ ଥିମ୍ ଉପରେ ପାଳନ କରାଯାଏ । ଏହି ବର୍ଷ ବିଶ୍ବ ଅଷ୍ଟିଓପୋରୋସିସ୍ ଦିବସ 2022 'Serve Up Bone Strength' ଥିମ୍ ଉପରେ ପାଳନ କରାଯାଉଛି ଯାହାର ଅର୍ଥ ହାଡକୁ ମଜବୁତ କରିବା ପାଇଁ କାର୍ଯ୍ୟ ।
ଅଷ୍ଟିଓପୋରୋସିସ୍- କାରଣ ଏବଂ ପ୍ରଭାବ(Osteoporosis- Causes and Effects)
ଉଲ୍ଲେଖନୀୟ ବିଷୟ ହେଉଛି, ଅଷ୍ଟିଓପୋରୋସିସରେ ହାଡ ଦୁର୍ବଳ ଏବଂ ଭଗ୍ନ ହୋଇଯାଏ । ବାସ୍ତବରେ ଅଷ୍ଟିଓପୋରୋସିସ୍ ହେଉଛି ଏକ ଲାଟିନ୍ ଶବ୍ଦ, ଯାହାର ଅର୍ଥ ହେଉଛି "ଖଣ୍ଡିଆ ହାଡ" । ଅଷ୍ଟିଓପୋରୋସିସରେ, ହାଡଗୁଡିକ ଏତେ ଦୁର୍ବଳ ହୋଇଯାଏ ଯେ, ବେଳେବେଳେ ସାମାନ୍ୟ ଆଘାତରେ ଭାଙ୍ଗି ଯାଇଥାଏ ।