ହାଇଦ୍ରାବାଦ:କୌଣସି ରୋଗ କିମ୍ବା କୌଣସି ଅନ୍ୟ ଶାରିରୀକ ସମସ୍ୟାରୁ ଆରୋଗ୍ୟ ପାଇବା ସହ ଆତ୍ମନିର୍ଭର ହୋଇ ବଞ୍ଚିବାକୁ ହେଲେ, ଅନେକ ସମୟରେ ଚିକିତ୍ସା ସହ ବୃତ୍ତିକ ଚିକିତ୍ସାର ମଧ୍ୟ ଆବଶ୍ୟକ ଥାଏ । ଏହାକୁ ଇଂରାଜୀରେ Occupational Therapy ବି କୁହାଯାଏ , ଚିକିତ୍ସା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅକ୍ୟୁପେସନାଲ ଥେରାପିର ଲକ୍ଷ୍ୟ, ଏହାର ଆହ୍ବାନ, ସମାଜରେ ଏହାର ଆବଶ୍ୟକତା ଏବଂ ଅକ୍ୟୁପେସନାଲ ଚିକିତ୍ସକଙ୍କ ଭୂମିକା ବିଷୟରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ 27 ଅକ୍ଟୋବରରେ ବିଶ୍ବ ଅକ୍ୟୁପେସନାଲ ଥେରାପି ଦିବସ ପାଳନ କରାଯାଏ। ଏହି ଚିକିତ୍ସା ପଦ୍ଧତିର ମୂଳ ଲକ୍ଷ୍ୟ ହେଉଛି ରୋଗୀକୁ ନିଜର କାର୍ଯ୍ୟରେ ଆତ୍ମନିର୍ଭରଶୀଳ କରାଇବା।
ଅକ୍ୟୁପେସନାଲ ଥେରାପି ଏପରି ଏକ ଚିକିତ୍ସା ଯାହା ରୋଗୀକୁ ସ୍ବାବଲମ୍ବୀ ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ । ପ୍ରତିବର୍ଷ ଏକ ଥିମ ନେଇ ବିଶ୍ବ ଅକ୍ୟୁପେସନାଲ ଥେରାପି ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷ ୟୁନିଟି ଥ୍ରୋ କମ୍ୟୁନିଟି ଥିମରେ ଏହି ଦିବସ ପାଳନ କରାଯାଉଛି । ଏହାର ଅର୍ଥ ଅକ୍ୟୁପେସନାଲ ଥେରାପିଷ୍ଚ ଅନ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ମିଶି ରୋଗୀକୁ ସମାଜର ମୁଖ୍ୟ ସ୍ତ୍ରୋତରେ ସାମିଲ କରିବା ପାଇଁ ଚେଷ୍ଟା କରିବା ।
ଇତିହାସ:ସୂଚନା ଅନୁସାରେ, ବିଶ୍ବ ଅକ୍ୟୁପେସନାଲ ଥେରାପି ଦିବସ ପ୍ରଥମେ 2010 ମସିହା ଅକ୍ଟୋବର 27 ତାରିଖରେ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମର ଆବଶ୍ୟକତା ଏବଂ ଲାଭ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ WFOTର କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୱାର୍ଲ୍ଡ ଫେଡେରେସନ୍ ଅଫ୍ ଅକ୍ୟୁପେସନାଲ୍ ଥେରାପିଷ୍ଟ (WFOT) ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କହିରଖୁଛୁ କି, ୱାର୍ଲ୍ଡ ଫେଡେରେସନ୍ ଅଫ୍ ଅକ୍ୟୁପେସନାଲ୍ ଥେରାପିଷ୍ଟ ହେଉଛି ଏକ ଅନ୍ତର୍ଜାତୀୟ ସଂଗଠନ । ଯେଉଁଥିରେ ସର୍ବଭାରତୀୟ ସ୍ତରରେ 107ଟି ଜାତୀୟ ଅକ୍ୟୁପେସନାଲ ଚିକିତ୍ସା ସଂଗଠନ ଅନ୍ତର୍ଭୁକ୍ତ।