ହାଇଦ୍ରାବାଦ:ଆଜି ହେଉଛି ବିଶ୍ୱ ମଶା ଦିବସ । ପ୍ରତିବର୍ଷ ଅଗଷ୍ଟ 20 ତାରିଖରେ ଏହି ଦିବସ ପାଳନ କରାଯାଏ । ମଶା ଦ୍ବାରା ହେଉଥିବା ରୋଗ ବିଷୟରେ ସଚେତନତା କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 20 ତାରିଖରେ ଏହି ଦିବସ ପାଳନ କରାଯାଏ । ପ୍ରଥମେ 1897 ମସିହା ଅଗଷ୍ଟ 20ରେ ସାର୍ ରୋନାଲ୍ଡ ରସଙ୍କ ଦ୍ବାରା ବିଶ୍ବ ମଶା ଦିବସ ପାଳନ କରିବା ଆରମ୍ଭ କରାଯାଇଥିଲା।
ମଶା କାମୁଡିବା ଦ୍ବାରା ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ହୋଇଥାଏ । ତେବେ ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମଶା ଠାରୁ ଦୂରେଇ ରହିବା ଏବଂ ଏହା ଦ୍ବାରା ହେଉଥିବା ରୋଗ ବିଷୟରେ ଲୋକମାନଙ୍କୁ ଅବଗତ କରିବା । ବିଶେଷ କରି ବର୍ଷା ଦିନରେ ମଶାମାନଙ୍କର ବଂଶବିସ୍ତାର ବୃଦ୍ଧି ପାଇଥାଏ । ଅନେକ ରୋଗ ମଧ୍ୟ ହୋଇଥାଏ । ସେଥିରେ ଡେଙ୍ଗୁ, ମ୍ୟାଲେରିଆ, ଜିକା ଭାଇରସ୍ ଏବଂ ଚିକେନଗୁନିଆ ଅନ୍ତର୍ଭୁକ୍ତ। ବିଶେଷ କରି ଡେଙ୍ଗୁ ଏବଂ ମ୍ୟାଲେରିଆ ବିରୋଧରେ ଅଧିକ ପ୍ରତିରୋଧ ଆବଶ୍ୟକ ।
ବିଶ୍ବ ମଶା ଦିବସର ଇତିହାସ ଏବଂ ମହତ୍ତ୍ବ: 1930 ପରଠାରୁ ଲଣ୍ଡନ ସ୍କୁଲ ଅଫ୍ ହାଇଜେନ୍ ଏବଂ ଟ୍ରପିକାଲ୍ ମେଡିସିନ୍ ବ୍ରିଟିଶ୍ ଡାକ୍ତରଙ୍କ ଅବଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ମଶା ରୋଗର ବାହକ । ଏକ ରିପୋର୍ଟ ଅନୁଯାୟୀ, 2010 ମସିହାରେ ଆଫ୍ରିକାରେ ମଶା କାମୁଡ଼ିବା କାରଣରୁ ସର୍ବାଧିକ ମୃତ୍ୟୁ ଘଟିଥିଲା । ଏଥିପାଇଁ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ । ବିଶେଷ କରି ବର୍ଷା ଋତୁରେ ଶରୀରକୁ ଘୋଡାଇଲା ଭଳି ପୋଷାକ ପିନ୍ଧିବା ଆବଶ୍ୟକ ।
ବିଶେଷଜ୍ଞଙ୍କ ଅନୁଯାୟୀ, 1897 ମସିହାରୁ ମଶା ଦିବସ ପାଳନ ଆରମ୍ଭ ହୋଇଥିଲା । ଯେତେବେଳେ ବ୍ରିଟିଶ ଡାକ୍ତର ରୋନାଲ୍ଡ ରସଙ୍କ ଦ୍ବାରା ଏହି ଦିବସ ପ୍ରଥମେ ପାଳନ କରାଯାଇଥିଲା । ଏହି ମଶାମାନଙ୍କରେ ପ୍ଲାଜାମୋଡିୟମ୍ ପରଜୀବୀ ମିଳିଥାଏ ଯାହା ରକ୍ତ ମାଧ୍ୟମରେ ଶରୀରରେ ବ୍ୟାପିଥାଏ । ବିଶେଷକରି ଯକୃତରେ ପହଞ୍ଚିବା ପରେ ଏହା ସ୍ଥାୟୀ ହୋଇ ଲୋହିତ ରକ୍ତ କଣିକାକୁ ଶୀଘ୍ର ସଂକ୍ରମିତ କରିଥାଏ । ଏହି ପ୍ରୟାସ ପାଇଁ ତାଙ୍କୁ 1902 ମସିହାରେ ଫିଜିଓଲୋଜିରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବିଶ୍ୱ ସ୍ତରରେ ମ୍ୟାଲେରିଆ ଏକ ପ୍ରମୁଖ ସମସ୍ୟା ହୋଇ ରହିଛି । ଏହି ରୋଗ ଦ୍ୱାରା ଆଫ୍ରିକୀୟ ଦେଶ ଅଧିକ ପ୍ରଭାବିତ ହୋଇଥାଆନ୍ତି ।