ଓଡିଶା

odisha

ETV Bharat / sukhibhava

World Malaria Day: ଘର ଚାରିପାଖ ରଖନ୍ତୁ ସ୍ବଚ୍ଛ, ପାଖ ମାଡିବନି ମ୍ୟାଲେରିଆ ରୋଗ! - ମ୍ୟାଲେରିଆ କେଉଁ ମଶା କାମୁଡିଲେ ହୁଏ

ଆଜି ବିଶ୍ବ ମ୍ୟାଲେରିଆ ଦିବସ । ସମଗ୍ର ବିଶ୍ବରୁ ମ୍ୟାଲେରିଆ ଦୂରିକରଣ ଲକ୍ଷ୍ୟ ନେଇ 2008 ରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି । ଅଧିକ ପଢନ୍ତୁ

World Malaria Day
World Malaria Day

By

Published : Apr 25, 2023, 6:01 AM IST

World Malaria Day: ଘର ଚାରିପାଖ ରଖନ୍ତୁ ସ୍ବଚ୍ଛ, ପାଖ ମାଡିବନି ମ୍ୟାଲେରିଆ ରୋଗ!

ହାଇଦ୍ରାବାଦ: ସମଗ୍ର ବିଶ୍ୱରୁ ମ୍ୟାଲେରିଆ ଦୂର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର(ଏପ୍ରିଲ 25) ଦିନକୁ ବିଶ୍ବ ମ୍ୟାଲେରିଆ ଦିବସ ରୂପେ ପାଳନ କରାଯାଉଛି । ମ୍ୟାଲେରିଆ ମୁକ୍ତ ବିଶ୍ୱ ଗଠନ ଏହି ଦିବସ ପାଳନ ପଛରେ ମୁଖ୍ୟ ଉଦ୍ଦେଶ୍ୟ । ଏଥିପାଇଁ ପ୍ରତିଟି ଲୋକଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ମୂଳକ ବାର୍ତ୍ତା ଦିଆଯାଏ । କାରଣ ଏହି ରୋଗ କବଳରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥାଏ । ମିଳିତ ଜାତିସଂଘର ଏକ ସ୍ୱତନ୍ତ୍ର ଏଜେନ୍ସି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତତ୍ତ୍ବାବଧାନରେ ମ୍ୟାଲେରିଆ ନିରାକରଣ ତଥା ସଚେତନତା ସହ ଜଡିତ ସମସ୍ତ ସଦସ୍ୟ ରାଷ୍ଟ୍ର ତଥା ଅନ୍ୟାନ୍ୟ ସଂଗଠନ ଏହି ଦିନ ପାଳନ କରନ୍ତି ।

2008 ମସିହାରେ ପ୍ରଥମ କରି ମ୍ୟାଲେରିଆ ଦିବସ ପାଳନ କରାଯାଇଥିଲା । ସେବେ ଠାରୁ ସମଗ୍ର ବିଶ୍ବରେ ଏହି ଦିବସ ପାଳନ ହୁଏ । ମ୍ୟାଲେରିଆ ନିରାକରଣ ଦିଗରେ ସ୍ବାସ୍ଥ୍ୟ କେନ୍ଦ୍ର, ସ୍କୁଲ୍, କଲେଜ୍ ଆଦିରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ରିପୋର୍ଟ ଅନୁସାରେ ବିଶ୍ବର 106ଟି ଦେଶରେ ମ୍ୟାଲେରିଆ ବ୍ୟାପିଥାଏ । ଆଫ୍ରିକା ମହାଦେଶରେ ଏହାର ପ୍ରଭାବ ଅଧିକ । ଏହାର ମୁଖ୍ୟ କାରଣ ଅପରିଚ୍ଛନ୍ନତା । ଘରର ଚତୁର୍ପାଶ୍ବ ଦୂଷିତ ହେଲେ, ବର୍ଷା ଜଳ ଜମି ରହିଲେ ମାଈ ଏନୋଫିଲିସର ମଶାର ବଂଶ ବିସ୍ତାର ହୋଇଥାଏ । ଏହି ମଶା କାମୁଡିବା ଫଳରେ ମ୍ୟାଲେରିଆ ହୋଇଥାଏ । ମଶା କାମିଡିବାର 10-14 ଦିନ ମଧ୍ୟରେ ରୋଗୀ ଶରୀରରେ ଲକ୍ଷଣ ଦେଖାଯାଏ । ଏହି ଜ୍ବର ହେଲେ କି କି ଲକ୍ଷଣ ଦେଖାଦିଏ, ତାହା ନିମ୍ନରେ ବର୍ଣ୍ଣନା କରାଯାଇଛି...

ଲକ୍ଷଣ

ଜ୍ୱର ହେବା, ମୁଣ୍ଡ ବିନ୍ଧା ସହ କମ୍ପନ

ଦିନେ ବା ଦୁଇ ଦିନ ବ୍ୟବଧାନରେ ଜ୍ବର ଲାଗିରହିବା

ଦେହ, ହାତ, ଗୋଡ ବିନ୍ଧା

ରୋଗ ଗମ୍ଭୀର ହେଲେ ମସ୍ତିଷ୍କ, କିଡନୀ ତଥା ଅନ୍ୟାନ୍ୟ ଅଙ୍ଗକୁ ଆକ୍ରାନ୍ତ କରିବା ସହ ଅକାମୀ କରିଦିଏ ।

ଅସ୍ବାଭାବିକ ଭାବେ ଶୋଇ ପଡିବା

ବାତ ମାରିବା ଲକ୍ଷଣ ଦେଖାଦେବା

ଅତ୍ୟଧିକ ଦୁର୍ବଳ ହୋଇଯିବା

ପରିସ୍ରା ନ ହେବା

ପରିସ୍ରାର ରଙ୍ଗ ନାଲି କିମ୍ବା କଳା ଦେଖାଯିବା

ଅତ୍ୟଧିକ ବାନ୍ତି ହେବା ସହ ଔଷଧ ଖାଇଲେ ବି ବାନ୍ତି ହେବା ଇତ୍ୟାଦି

ନିରାକରଣ

ଉପରସ୍ଥ ଲକ୍ଷଣ ଦେଖା ଦେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ । ଉପଯୁକ୍ତ ଚିକିତ୍ସା ମାଧ୍ୟମରେ ଜଣେ ରୋଗୀ ସୁସ୍ଥ ହୋଇପାରିବେ । ଏହାକୁ ସମ୍ପୂର୍ଣ୍ଣ ମାତ୍ ଦେବା ପାଇଁ କେତେକ ନିୟମ ମାନିବାକୁ ପଡିବ । ସେ ଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛି...

ଘର ଆଖପାଖକୁ ସଫା ରଖନ୍ତୁ

ପାଣି ଜମିବାକୁ ଦିଅନ୍ତୁ ନାହିଁ

ଅପରିଷ୍କାର ନାଳ-ନର୍ଦମା ସଫା କରନ୍ତୁ

ଘର ପାଖରେ ପଡିଥିବା ଅଦରକାରୀ ବସ୍ତୁ, ଯେଉଁଥିରେ ପାଣି ଜମେ ସେଗୁଡିକୁ ସଫା କରନ୍ତୁ

ଏସବୁ ସହ ସର୍ବଦା ମଶାରୀ ଚାଙ୍ଗି ଶୋଇବାକୁ ଚେଷ୍ଟା କରନ୍ତୁ

ABOUT THE AUTHOR

...view details