ହାଇଦ୍ରାବାଦ: ଆଜି ବିଶ୍ବ କିଡନୀ ଦିବସ । କିଡନୀ ବା ବୃକକ ଆମ ସ୍ବାସ୍ଥ୍ୟ ପାଇଁ କେତେ ଜରୁରୀ ସେ ବାବଦରେ ପ୍ରତିଟି ବ୍ୟକ୍ତିଙ୍କୁ ସଚେତନ କରାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ସଚେତନତା ଓ ଚିକିତ୍ସା ପ୍ରଣାଳୀର ଅଭିବୃଦ୍ଧି ସତ୍ତ୍ବେ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ କିଡନୀ ରୋଗରେ ପୀଡିତ ହେଉଛନ୍ତି ଏବଂ ଜୀବନ ହରାଉଛନ୍ତି । ଏଥିପାଇଁ ଆମ ଦାୟିତ୍ବହୀନତା ଏବଂ ଖାଦ୍ୟପେୟର ଅନିୟମିତତା ମୁଖ୍ୟତଃ ଭାବେ ଦାୟୀ । ତେବେ ଆମେ ସେବନ କରୁଥିବା କେଉଁ ଖାଦ୍ୟ କିଡନୀକୁ ପ୍ରଭାବିତ କରେ, ଜାଣନ୍ତୁ...
ଅଧିକ ଲୁଣ ଖାଇବା :ସୋଡିୟମ୍ ସମୃଦ୍ଧ ଖାଦ୍ୟ, ଅର୍ଥାତ୍ ଅତ୍ୟଧିକ ଲୁଣ ସେବନ ସିଧାସଳଖ ଆମ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ । ଫଳରେ ରକ୍ତଚାପ କିମ୍ବା ଉଚ୍ଚ ରକ୍ତଚାପର ସ୍ପାଇକ୍ କିଡନୀକୁ କ୍ଷତି ପହଞ୍ଚାଏ । ତେଣୁ ଖାଦ୍ୟରେ ସୀମିତ ପରିମାଣରେ ଲୁଣ ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ।
ଅତ୍ୟଧିକ ଚିନି ଖାଇବା :ଅତ୍ୟଧିକ ଚିନି ଖାଇବା ଖାଇବା ଦ୍ବାରା ମଧୁମେହ ଏବଂ ମେଦବହୁଳତା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ । ଏହି ସମସ୍ୟା ସିଧାସଳଖ କିଡନୀ ଉପରେ ପ୍ରଭାବ ପକାଏ । ତେବେ ମନେ ରଖନ୍ତୁ ଯେ, ଚିନିର ଅର୍ଥ କେବଳ ମିଠା ଜାତୀୟ ନୁହେଁ, ଆମେ ଖାଉଥିବା କୁକିଜ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଯେଉଥିରେ ଅଧିକ ଶର୍କରା ଥାଏ ସେଗୁଡିକ କିଡନୀ ସ୍ବାସ୍ଥ୍ୟ ପାଇଁ ହାନିକାରକ ।
ପର୍ଯ୍ୟାପ୍ତ ପରିମାଣର ପାଣି ନ ପିଇବା :ନିଜକୁ ହାଇଡ୍ରେଟ୍ ରଖିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଜଳ ଶରୀରରୁ ସୋଡିୟମ୍ ଏବଂ ବିଷାକ୍ତ ପଦାର୍ଥ ନିଷ୍କାସନ କରିବାରେ ସାହାଯ୍ୟ କରେ ଏବଂ କିଡନୀ ଷ୍ଟୋନ୍ ସମସ୍ୟାକୁ ମଧ୍ୟ ରୋକିଥାଏ । ସୁସ୍ଥ କିଡନୀ ଥିବା ଲୋକଙ୍କୁ 3-4 ଲିଟର ପାଣି ପିଇବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି କିନ୍ତୁ କିଡନୀ ସମସ୍ୟା ଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ କ୍ରମେ ତରଳ ପଦାର୍ଥ ଗ୍ରହଣ କରିବା ଉଚିତ୍ ।
ଏହା ମଧ୍ୟ ପଢନ୍ତୁ:-World Kidney Day: କିଡନୀ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ, ସୁସ୍ଥ ରୁହନ୍ତୁ