ହାଇଦ୍ରାବାଦ: ପ୍ରତିବର୍ଷ ମାର୍ଚ୍ଚ 9ରେ 'ବିଶ୍ୱ କିଡନୀ ଦିବସ' ପାଳନ କରାଯାଏ । ଏହି ଦିନର ଉଦ୍ଦେଶ୍ୟ ହେଉଛି, କିଡନୀ ସମ୍ବନ୍ଧୀୟ ରୋଗ ଏବଂ ସମସ୍ୟା ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ରୋଗ ବୃଦ୍ଧିକୁ ହ୍ରାସ କରିବା । କିଡନୀ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ପ୍ରାୟତଃ କୁହାଯାଏ ଯେ ଅଧିକରୁ ଅଧିକ ପାଣି ପିଇବା ଉଚିତ୍, ଯାହା ଦ୍ବାରା ବିଷାକ୍ତ ପଦାର୍ଥ ଶରୀରରୁ ନିଷ୍କାସିତ ହେବା ସହଜ ହେବ ଏବଂ କିଡନୀ ସୁସ୍ଥ ରହିବ । ହେଲେ କିଡନୀ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ପାଇଁ ଅତ୍ୟଧିକ ପାଣି ପିଇବା ବିପଦର କାରଣ ହୋଇପାରେ, କାହିଁକି ଏହା ବିପଦ, ଜାଣନ୍ତୁ
ଶରୀରକୁ ହାଇଡ୍ରେଟ୍ ରଖିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଜଳ ଶରୀରରୁ ସୋଡିୟମ୍ ଏବଂ ବିଷାକ୍ତ ପଜାର୍ଥ ନିଷ୍କାସନ କରିବାରେ ସାହାଯ୍ୟ କରେ । ଏହି କାର୍ଯ୍ୟରେ କିଡନୀ ପ୍ରମୁଖ ଭୂମିକା ନିଭାଇଥାଏ । ଜଣେ ସୁସ୍ଥ କିଡନୀ ଥିବା ଲୋକଙ୍କୁ ଦିନକୁ 3-4 ଲିଟର୍ ପାଣି ପିଇବାକୁ କହିଥାନ୍ତି । ମାତ୍ର ଯେଉଁମାନଙ୍କର କିଡନୀ ଫେଲ୍ ହୋଇ ଯାଇଥାଏ ସେମାନେ ଅତ୍ୟଧିକ ପାଣି ପିଇବା ଦ୍ବାରା ଏହା ସମସ୍ୟା ସୃଷ୍ଟି କରିଥାଏ । କିଡନୀ କାମ ନ କରୁଥିବାରୁ ପାଣି ଶରୀରରେ ଜମି ଯିବାର ସମ୍ଭାବନା ରହିଥାଏ । ତେଣୁ କିଡନୀ ରୋଗୀ କେବେ ପାଣି ପିଇବା ଉଚିତ୍ ସେଥିପାଇଁ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍ । ଡାକ୍ତର ସ୍ବାସ୍ଥ୍ୟ ଯାଞ୍ଚ କରି ସଠିକ୍ ପରାମର୍ଶ ଦେଇପାରିବେ ।
ଏହା ମଧ୍ୟ ପଢନ୍ତୁ:-World Kidney Day: ଏହି ସବୁ ଅଭ୍ୟାସ କିଡନୀ ଉପରେ ପକାଏ କୁପ୍ରଭାବ
ଏକ ନ୍ୟୁଜ୍ ୱେବସାଇଟ୍ ଅନୁଯାୟୀ, ମାନବ ଶରୀର ମୁଖ୍ୟତଃ ଜଳ ଦ୍ୱାରା ଗଠିତ । ଆମ ଶରୀରର ପ୍ରାୟ 60 ପ୍ରତିଶତ ଜଳ ରହିଥାଏ । ଏହି ଜଳ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରୁ ବିଷାକ୍ତ ପଦାର୍ଥ ନିଷ୍କାସନ କରିବାରେ ସାହାଯ୍ୟ କରେ, ବିଭିନ୍ନ କୋଷକୁ ପୁଷ୍ଟିକର ଖାଦ୍ୟ ପରିବହନ କରେ । ଗଣ୍ଠିକୁ ତୈଳ କରେ ଏବଂ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରେ । ଯଦି ଜଣେ ବ୍ୟକ୍ତି ପର୍ଯ୍ୟାପ୍ତ ପରିମାଣର ପାଣି ପିଉ ନାହାଁନ୍ତି ତେବେ ଡିହାଇଡ୍ରେସନ୍ ସମସ୍ୟା ଉପୁଜିପାରେ । କିନ୍ତୁ ଜଣେ ସାଧାରଣ ରୋଗ ମୁକ୍ତ ବ୍ୟକ୍ତି ମଧ୍ୟ ଅତ୍ୟଧିକ ପାଣି ପିଇବା ଦ୍ବାରା ସାମସ୍ୟାରେ ପଡିପାରନ୍ତି ।