ଓଡିଶା

odisha

World Infant Protection Day: ଆଜିର ଶିଶୁ କାଲିର ଭବିଷ୍ୟତ, ଶିଶୁଙ୍କ ସୁରକ୍ଷା ଆମ ଦାୟିତ୍ବ

By

Published : Nov 7, 2022, 10:44 AM IST

ବିଶ୍ବରେ ଜନ୍ମିତ ପ୍ରତିଟି ନବଜାତଙ୍କ ଜୀବନ ମୂଲ୍ଯବାନ । ତେଣୁ ନବଜାତ କିପରି ସୁରକ୍ଷିତ ରହିବେ ସେଥିପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ନଭେମ୍ବର 7କୁ ସାରା ବିଶ୍ୱରେ ଶିଶୁ ସୁରକ୍ଷା ଦିବସ(World Infant Protection Day 2022) ଭାବରେ ପାଳନ କରାଯାଉଛି । ଅଧିକ ପଢନ୍ତୁ

World Infant Protection Day: ଆଜିର ଶିଶୁ କାଲିର ଭବିଷ୍ୟତି, ନବଜାତଙ୍କ ସୁରକ୍ଷା ଆମ ଦାୟିତ୍ବ
World Infant Protection Day: ଆଜିର ଶିଶୁ କାଲିର ଭବିଷ୍ୟତି, ନବଜାତଙ୍କ ସୁରକ୍ଷା ଆମ ଦାୟିତ୍ବ

ହାଇଦ୍ରାବାଦ: ପ୍ରତିବର୍ଷ ନଭେମ୍ବର 7 ସାରା ବିଶ୍ୱରେ ଶିଶୁ ସୁରକ୍ଷା ଦିବସ ଭାବରେ ପାଳନ କରାଯାଏ । ଏହି ଦିନର ଉଦ୍ଦେଶ୍ୟ ହେଉଛି ନବଜାତ ଶିଶୁମାନଙ୍କ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କୁ ଉପଯୁକ୍ତ ଯତ୍ନ ଯୋଗାଇ ଶିଶୁମାନଙ୍କର ଜୀବନ ରକ୍ଷା କରିବା (World Infant Protection Day 2022) । ଏଥିରୁ ସ୍ପଷ୍ଟ ଯେ, ନବଜାତ ଶିଶୁମାନେ ପର୍ଯ୍ୟାପ୍ତ ସୁରକ୍ଷା ଏବଂ ଯତ୍ନ ଅଭାବର ସମ୍ମୁଖୀନ ହେଉଛନ୍ତି ।

World Infant Protection Day: ଆଜିର ଶିଶୁ କାଲିର ଭବିଷ୍ୟତି, ନବଜାତଙ୍କ ସୁରକ୍ଷା ଆମ ଦାୟିତ୍ବ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ବରେ ଜନ୍ମର ପ୍ରଥମ ମାସରେ 2.4 ନିୟୁତ ଶିଶୁଙ୍କର ମୃତ୍ୟୁ ହୋଇ ଥିବାବେଳେ ପ୍ରତିଦିନ 7,000 ରୁ ଅଧିକ ଶିଶୁଙ୍କ ଜୀବନ ଯାଇଥାଏ, ଯାହା 47% ଶିଶୁ ମୃତ୍ୟୁହାରର ଏକ ତୃତୀୟାଂଶ । ସବୁଠୁ ବଡ କଥା ହେଉଛି କି, ଏମାନେ 5 ବର୍ଷରୁ କମ୍ ବୟସର ହୋଇଥାନ୍ତି । ପ୍ରସବ ସମୟରେ ମୃତ୍ୟୁ ଏବଂ ପ୍ରାୟ ତିନି-ଚତୁର୍ଥାଂଶ ମୃତ୍ୟୁ ଜନ୍ମର ପ୍ରଥମ ସପ୍ତାହ ମଧ୍ୟରେ ଘଟିଥାଏ ।

ଦିବସ ପାଳନର ଉଦ୍ଦେଶ୍ୟ:-

7 ନଭେମ୍ବରରେ ଏହି ବିଶେଷ ଦିନ ଘୋଷଣା କରିବାର ମୂଳ ଉଦ୍ଦେଶ୍ୟ ହେଉଛି ନବଜାତ ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା । ଅବଶ୍ୟ, ପ୍ରସବ ପରବର୍ତ୍ତୀ ଯତ୍ନ ଏବଂ ସୁରକ୍ଷା ଅଭାବରୁ ପିଲାମାନେ ଅନେକ ଆହ୍ବାନର ସମ୍ମୁଖୀନ ହୁଅନ୍ତି, ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।

ଭାରତରେ ଶିଶୁ ମୃତ୍ୟୁ ହାର:-

ସ୍ୱାସ୍ଥ୍ୟ ସେବା ଅଭାବ କାରଣୁ ଭାରତରେ ଶିଶୁ ମୃତ୍ୟୁ ହାର ଅନ୍ୟ ଦେଶ ତୁଳନାରେ ଅଧିକ । ମିଳିତ ଜାତିସଂଘର ଶିଶୁ ମୃତ୍ୟୁ ରିପୋର୍ଟ ଅନୁଯାୟୀ, 2018 ରେ ଭାରତରେ 721,000 ଶିଶୁଙ୍କର ମୃତ୍ୟୁ ଘଟିଛି, ଯାହା ହାରାହାରି ଶିଶୁ ମୃତ୍ୟୁହାର ଦିନକୁ 1,975 । ଏହି ଦିନକୁ କାର୍ଯ୍ୟକାରୀ କରି ସରକାର ଶିଶୁ ମୃତ୍ୟୁହାରକୁ ରୋକିବା ପାଇଁ ଏକ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି । ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ଅଭାବ, ଜ୍ଞାନର ଅଭାବ ଏବଂ ଜନସଂଖ୍ୟା ହାର ବୃଦ୍ଧି କାରଣରୁ ଶିଶୁ ମୃତ୍ୟୁ ହାର ବର୍ତ୍ତମାନ ସୁଦ୍ଧା ହ୍ରାସ ପାଇ ପାରିନାହିଁ ।

ନବଜାତ ଶିଶୁମାନଙ୍କୁ ସୁରକ୍ଷା ଦିଆଯିବା ଆବଶ୍ୟକ କାରଣ ସେମାନେ ଦେଶର ଭବିଷ୍ୟତ । ନବଜାତ ଶିଶୁମାନଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ଆରମ୍ଭ କରିଛନ୍ତି । ତେଣୁ ସରକାରଙ୍କ ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନର ଉପଯୁକ୍ତ ବିନିଯୋଗ କରାଯାଇ ପାରିଲେ ନିଶ୍ଚିତ ରୂପେ ନବଜାତଙ୍କ ଜୀବନ ବଞ୍ଚାଯାଇ ପାରିବ । ଏଥିପାଇଁ ନିଶ୍ଚିତ ରୂପେ ସଚେତନତାର ଆବଶ୍ୟକତା ରହିଛି ।

ABOUT THE AUTHOR

...view details