ଓଡିଶା

odisha

ETV Bharat / sukhibhava

World Heart Day: ଡାଏଟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ, ଦୂର ହେବ ହୃଦ ସମସ୍ୟା - କାହିଁକି ହୁଏ ହୃଦଘାତ

ସବୁ ରୋଗର କାରଣ ହୋଇଥାଏ ଖାଦ୍ୟରେ ଅନୁୟମିତତା ! ଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ ନ ଖାଇବା ଦ୍ବାରା ନାନା ସମସ୍ୟା ସୃଷ୍ଟି ହୋଇଥାଏ । ସେଥିମଧ୍ୟରୁ ହୃଦ ସମସ୍ୟା ଏକ ମୁଖ୍ୟ ସମସ୍ୟା । ବର୍ତ୍ତମାନ ସମୟରେ ହୃଦ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ବିଶ୍ବ ହୃଦ୍ ଦିବସ(World Heart Day)ରେ ଜାଣନ୍ତୁ କେଉଁ ଖାଦ୍ୟ ଆପଣଙ୍କ ହୃଦୟକୁ ସୁସ୍ଥ ରଖିବ । ଅଧିକ ପଢନ୍ତୁ

Etv BharatWorld Heart Day: ଡାଏଟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ, ଦୂର ହେବ ହୃଦ ସମସ୍ୟା
Etv BharatWorld Heart Day: ଡାଏଟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ, ଦୂର ହେବ ହୃଦ ସମସ୍ୟା

By

Published : Sep 29, 2022, 2:07 PM IST

ହାଇଦ୍ରାବାଦ: ଆଜି(ସେପ୍ଟେମ୍ବର 29) ବିଶ୍ବ ହୃଦ୍ ଦିବସ(World Heart Day) । ହୃଦୟର ସ୍ବାସ୍ଥ୍ୟ ବାବଦରେ ଯତ୍ନବାନ ହେବା ଏବଂ ସଚେତନ ରହିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏଥିପାଇଁ ଖାଦ୍ୟ ତାଲିକାରେ କିଛି ପରିବର୍ତ୍ତନ ସାଙ୍ଗକୁ ନିୟମିତ ହୃଦ ଉପଯୋଗୀ ଖାଦ୍ୟ ଗ୍ରହଣ କରିବା ଉଚିତ୍ ।

ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (CDC) ଚେତାବନୀ ଦେଇଛି ଯେ, ଚର୍ବି, କୋଲେଷ୍ଟ୍ରଲ କିମ୍ବା ସୋଡିୟମ ହୃଦୟ ପାଇଁ ଅତ୍ୟନ୍ତ ଖରାପ ହୋଇପାରେ । ତେବେ ହୃଦୟକୁ ସୁସ୍ଥ ଏବଂ ରୋଗମୁକ୍ତ ରଖିବା ପାଇଁ କେଉଁ କେଉଁ ଖାଦ୍ୟ ଗ୍ରହଣ କରିପାରିବେ ସେ ବାବଦରେ ନିମ୍ନରେ ଆଲୋଚନା କରାଯାଇଛି(healthy heart tips)...

ବିନ୍ସ, ମଟର ଛୁଇଁ, କାବୁଲ ବୁଟ, ଏବଂ ମସୁର ଡାଲି

ବିନ୍ସ, ମଟର ଛଇଁ, କାବୁଲ ବୁଟ, ଏବଂ ମସୁର ଡାଲି

ଏଗୁଡିକ ନିମ୍ନ-ସାନ୍ଦ୍ରତା ଲିପୋପ୍ରୋଟେନ୍(LDL) କିମ୍ବା ଖରାପ କୋଲେଷ୍ଟ୍ରଲର ସ୍ତରକୁ ଯଥେଷ୍ଟ ମାତ୍ରାରେ ହ୍ରାସ କରିପାରେ । ସେଗୁଡିକ ଫାଇବର, ପ୍ରୋଟିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପଲିଫେନୋଲରେ ମଧ୍ୟ ପ୍ୟାକ୍ ହୋଇଛି, ଯାହା ସମସ୍ତ ହୃଦୟ ଏବଂ ସାଧାରଣ ସ୍ୱାସ୍ଥ୍ୟ ଉପରେ ଉପକାରୀ ପ୍ରଭାବ ପକାଇଥାଏ ।

ବେରିଜ(Berries)

ବେରିଜ

ବେରିଜ ଆଣ୍ଟିଅକ୍ସିଡାଣ୍ଟ ପଲିଫେନୋଲରେ ମଧ୍ୟ ଭରପୂର, ଯାହା ହୃଦ୍ ରୋଗକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ବେରିଜ ଫାଇବର, ଫୋଲେଟ୍, ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ଏ, ଏବଂ ଭିଟାମିନ୍ ସିର ଏକ ଉତ୍ତମ ଉତ୍ସ ଏବଂ ସେଗୁଡ଼ିକ ଚର୍ବି କମ୍ କରିଥାଆନ୍ତି ।

ବ୍ରୋକୋଲି(Broccoli)

ବ୍ରୋକୋଲି

କେତେକ ଅଧ୍ୟୟନରୁ ଜଣାପଡିଛି ଯେ ନିୟମିତ ଭାବରେ ସିଝା ବ୍ରୋକୋଲି ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର କମିଯାଏ ଏବଂ ହୃଦରୋଗକୁ ରୋକିପାରେ ।

ଚିଆ ସିଡ୍ସ ଏବଂ ଫ୍ଲକ୍ସସିଡ୍(Chia seeds and flaxseeds)

ଚିଆ ସିଡ୍ସ ଏବଂ ଫ୍ଲକ୍ସସିଡ୍

ଉଦ୍ଭିଦରୁ ଜାତ ଏହି ମଞ୍ଜିଗୁଡ଼ିକ ଓମେଗା-3 ଫ୍ୟାଟି ଏସିଡ୍‌ର ଉତ୍ସ । ଓମେଗା-3 ର ଅନେକ ଉପକାରୀ ପ୍ରଭାବ ଅଛି, ଯେପରିକି ଟ୍ରାଇଗ୍ଲାଇସେରାଇଡ୍, LDL ଏବଂ ମୋଟ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍ କରିବାରେ ସାହାଯ୍ୟ କରିବ । ଏଗୁଡିକ ରକ୍ତଚାପକୁ ମଧ୍ୟ ହ୍ରାସ କରନ୍ତି ଏବଂ ଧମନୀରେ ଫ୍ୟାଟି ପ୍ଲେକ୍ ଗଠନକୁ କମ୍ କରନ୍ତି ।

ଡାର୍କ ଚକୋଲେଟ୍(Dark chocolate)

ଡାର୍କ ଚକୋଲେଟ୍

ଡାର୍କ ଚକୋଲେଟ୍ ହେଉଛି ଖାଦ୍ୟ ମଧ୍ୟରେ ଏକ ବିରଳ ଉଦାହରଣ, ଯାହା ସ୍ବାଦିଷ୍ଟ ସାଙ୍ଗକୁ ଶରୀର ଉପକାରୀ ମଧ୍ୟ । ବୈଜ୍ଞାନିକମାନେ ବର୍ତ୍ତମାନ ବିଶ୍ବାସ କରନ୍ତି ଯେ, ଆଥେରୋସ୍‌କ୍ଲେରୋସିସ୍ ବିରୁଦ୍ଧରେ ଡାର୍କ ଚକୋଲେଟର ପ୍ରତିରୋଧକ ଭାବେ କାର୍ଯ୍ୟ କରିଥାଏ ।

ଓମେଗା-3 ରେ ଭରପୁର ମାଛ(Fish high in omega-3s)

ଓମେଗା-3 ରେ ଭରପୁର ମାଛ

ମାଛ ହୃଦୟ ସ୍ବାସ୍ଥ୍ୟକୁ ନିରାମୟ ରଖୁଥିବା ଓମେଗା-3 ଫ୍ୟାଟି ଏସିଡ୍ ଏବଂ ପ୍ରୋଟିନର ଏକ ଶକ୍ତିଶାଳୀ ଉତ୍ସ, ଏଥିରେ ଚର୍ବି ମଧ୍ୟ କମ୍ ଥାଏ । ଯେଉଁମାନଙ୍କର ହୃଦ୍‌ରୋଗ ଅଛି, କିମ୍ବା ଏହାର ବିକାଶ ହେବାର ଆଶଙ୍କା ଥାଏ, ସେମାନଙ୍କୁ ମାଛ ଖାଇବାକୁ ପରାମର୍ଶ ଦିଆଯାଇଥାଏ । କାରଣ ଏଥିରେ ଓମେଗା-3s ରହିଥାଏ । ଏହାର କାରଣ ହେଉଛି, ସେମାନେ ଅସ୍ୱାଭାବିକ ହୃଦସ୍ପନ୍ଦନର ଆଶଙ୍କା କମ୍ କରନ୍ତି ଏବଂ ଧମନୀରେ ପ୍ଲେକ୍(ଜମାଟ ବାନ୍ଧିବା) ବୃଦ୍ଧିକୁ ମନ୍ଥର କରନ୍ତି । ଆମେରିକୀୟ ହାର୍ଟ ଆସୋସିଏସନ (AHA) ଅନୁଯାୟୀ, ଆମେକୁ ଫ୍ୟାଟି ମାଛର 3.5-ounce ସେବନ କରିବା ଉଚିତ- ଯେପରିକି ସଲମୋନ, ମାକେରେଲ, ହେରିଙ୍ଗ, ଲେକ୍ ଟ୍ରୋଉଟ୍, ସାର୍ଡିନ୍ସ କିମ୍ବା ଆଲବାକୋର ଟୁନା ପରି କେତେକ ମାଛ ।

ଗ୍ରୀନ ଟି(Green Tea)

ଗ୍ରୀନ ଟି

ଅନୁସନ୍ଧାନରୁ ଜଣାପଡିଛି ଯେ, ଗ୍ରୀନ୍ ଟି ପିଇବା ଦ୍ବାରା କୋଲେଷ୍ଟ୍ରଲ୍‌ର ହ୍ରାସ ଘଟିଥାଏ, ଯାହା ହୃଦ ରୋଗ ଏବଂ ଷ୍ଟ୍ରୋକକୁ କମ୍ କରିଥାଏ । କିନ୍ତୁ କେଉଁମାନେ କେତେ ପରିମାଣରେ ଗ୍ରୀନ ଟି ପିଇବେ ସେନେଇ କୌଣସି ସଠିକ୍ ତଥ୍ୟ ପ୍ରକାଶ ପାଇପାରି ନାହିଁ । 2014 ରେ, ଅନ୍ୟ ଏକ ଅନୁସନ୍ଧାନ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ଉପରେ ଗ୍ରୀନ୍ ଟି ପିଇବାର ପ୍ରଭାବ ଅଧ୍ୟୟନ କରିଥିଲା । ଗ୍ରୀନ୍ ଟି ରକ୍ତଚାପ ହ୍ରାସ ସହିତ ଜଡିତ ବୋଲି ରିପୋର୍ଟରେ ଦର୍ଶାଯାଇଛି । କିନ୍ତୁ, ଏହି ସାମାନ୍ୟ ହ୍ରାସ ହୃଦରୋଗକୁ ରୋକିବାରେ ସାହାଯ୍ୟ କରିପାରିବ କି ନାହିଁ ତାହା ସ୍ପଷ୍ଟ ହୋଇପାରିନି ।

ବାଦାମ(Nuts)

ଡ୍ରେଏ ଫ୍ରୁଟ୍ସ

ବାଦାମ, ହାଜେଲନଟ୍ସ, ପିନଟ୍ସ, ପିକାନ୍ସ, ପିସ୍ତାଚୋଇସ, ଏବଂ ୱାଲନଟ୍ସ ହୃଦୟ-ସୁସ୍ଥତା ପାଇଁ ଲାଭଦାୟକ । ଏହି ବାଦାମଗୁଡ଼ିକ ପ୍ରୋଟିନ୍, ଫାଇବର, ମିନେରାଲ୍ସ, ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ପରିପୂର୍ଣ୍ଣ । ମାଛ ଏବଂ ଫ୍ଲକ୍ସସିଡ୍ସ ପରି, ୱାଲନଟ୍ସ ମଧ୍ୟ ଓମେଗା -3 ଫ୍ୟାଟି ଏସିଡ୍‌ରେ ଭରପୁର ।

ABOUT THE AUTHOR

...view details