ଓଡିଶା

odisha

ETV Bharat / sukhibhava

ମ୍ୟାଲେରିଆ ପାଇଁ ମହୌଷଧି; R21 / Matrix-M ଟିକାକୁ WHOର ମଞ୍ଜୁରୀ - R21 ଦ୍ବିତୀୟ ମ୍ୟାଲେରିଆ ଟିକା

ଆଉ ଯିବନି ମ୍ୟାଲେରିଆରେ ଜୀବନ ! R21 / Matrix-M ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମଞ୍ଜୁରୀ । ଅଧିକ ପଢନ୍ତୁ

new vaccine for malaria prevention
new vaccine for malaria prevention

By ETV Bharat Odisha Team

Published : Oct 3, 2023, 10:24 AM IST

ହାଇଦ୍ରାବାଦ:ମ୍ୟାଲେରିଆ ଚିକିତ୍ସା ଆହୁରି ହେବ ସହଜ । ଆଉ ଯିବନି ମ୍ୟାଲେରିଆ ଆକ୍ରାନ୍ତଙ୍କ ଜୀବନ ! ଶିଶୁମାନଙ୍କ ଠାରେ ମ୍ୟାଲେରିଆକୁ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ନୂତନ ଟିକା R21 / Matrix-Mକୁ ଅନୁମୋଦନ କରିଛି । ଏହା ଅନ୍ୟ ଟିକା ଠାରୁ ଅଧିକ ପ୍ରଭାବଶାଳୀ ହେବ ବୋଲି କୁହାଯାଇଛି ।

ସାଇଣ୍ଟିଫିକ୍‌ ଆଡଭାଇଜର ଗ୍ରୁପ୍‌ ଅଫ ଏମର୍ଜେନ୍ସି (SAGE) ଏବଂ ମ୍ୟାଲେରିଆ ପଲିସି ଆଡଭାଇଜରୀ ଗ୍ରୁପ (MPAG)ର ଅନୁମୋଦନ ପରେ ଏହି ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ହୁ'ର ମହାନିର୍ଦ୍ଦେଶକ ସେପ୍ଟେମ୍ବର 25ରୁ 29ରେ ଆୟୋଜିତ ହୋଇଥିବା ଦ୍ବିବାର୍ଷିକ ବୈଠକରେ ପ୍ରଥମେ ଏହାର ସମର୍ଥନ କରିଥିଲେ ।

ତେବେ ଜାରି କରାଯାଇଥିବା ବିଜ୍ଞାପନରେ କୁହାଯାଇଛି ଯେ, SAGEର ପରାମର୍ଶ କ୍ରମେ ହୁ ଡେଙ୍ଗୁ ଏବଂ ମେନିଞ୍ଜାଇଟିସ୍ ପାଇଁ ନୂତନ ଟୀକାକରଣ କାର୍ଯ୍ୟକ୍ରମ ଏବଂ COVID-19 ପାଇଁ ଉତ୍ପାଦ ମଧ୍ୟ ଜାରି କରିଛି । WHO ପୋଲିଓ, IA 2030 ଏବଂ ପ୍ରମୁଖ ଟୀକାକରଣ କାର୍ଯ୍ୟକ୍ରମ ଉପରେ ମଧ୍ୟ ସୁପାରିଶ କରିଛି ।

ଦ୍ବିତୀୟ ମ୍ୟାଲେରିଆ ଟିକା ହେଉଛି R21:

RTS, S / AS21 ଟିକା ପରେ R21 ହେଉଛି ଦ୍ବିତୀୟ ମ୍ୟାଲେରିଆ ଟିକା । ଏହି ଟିକାକୁ 2021 ମସିହାରେ ହୁ ପକ୍ଷରୁ ସୁପାରିସ ମିଳିଥିଲା । ପିଲାମାନଙ୍କଠାରେ ମ୍ୟାଲେରିଆ ରୋକିବାରେ ଉଭୟ ଟିକା ନିରାପଦ ଏବଂ ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି । ତେବେ ଏହାକୁ ଲାଗୁ କରିବା ପରେ ସାର୍ବଜନୀନ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି କୁହାଯାଇଛି ।

ଜାରି କରାଯାଇଥିବା ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, "ମଶା ଦ୍ବାରା ହେଉଥିବା ମ୍ୟାଲେରିଆ ଆଫ୍ରିକୀୟ ଅଞ୍ଚଳର ପିଲାମାନଙ୍କ ଉପରେ ବିଶେଷ ପ୍ରଭାବ ପକାଉଛି । ପ୍ରତିବର୍ଷ ପ୍ରାୟ 5 ଲକ୍ଷ ଶିଶୁ ପ୍ରାଣ ହରାଉଛନ୍ତି । RTS, S ଟିକା ବାହାରିଥିଲେ ସୁଦ୍ଧା ଏହାର ଯୋଗାଣ ସୀମିତ ରହିଛି । WHO ଦ୍ୱାରା ସୁପାରିଶ କରାଯାଇଥିବା ମ୍ୟାଲେରିଆ ଟୀକାକରଣ ତାଲିକାରେ R21 ଯୋଡି ହେବା ପରେ ମ୍ୟାଲେରିଆରେ ହେଉଥିବା ଶିଶୁ ମୃତ୍ୟୁକୁ ରୋକାଯାଇପାରିବ ବୋଲି ଆଶା କରାଯାଉଛି ।"

ଏହା ମଧ୍ୟ ପଢନ୍ତୁ: ମ୍ୟାଲେରିଆ ବିରୋଧୀ Matrix-M ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ

ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ ଗେବ୍ରେଏସଏସ କହିଛନ୍ତି, "ମ୍ୟାଲେରିଆ ଟିକାକୁ ନେଇ ମୁଁ ଦିନେ ସ୍ବପ୍ନ ଦେଖିଥିଲି । ଦିନେ ଆମ ପାଖରେ ମ୍ୟାଲେରିଆ ବିରୋଧରେ ଏକ ନିରାପଦ ତଥା ପ୍ରଭାବଶାଳୀ ଟିକା ରହିବ । ଆଜି ସେହି ସ୍ବପ୍ନ ପୂରଣ ହେଲା ଭଳି ଲାଗୁଛି । ମ୍ୟାଲେରିଆ ବିରୋଧରେ ଲଢିବା ପାଇଁ ଆମ ପାଖରେ ଆଜି ଦୁଇଟି ଟିକା ରହିଛି ।"

ସେରମ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡିଆର ପ୍ରତିକ୍ରିୟା: R21 / Matrix-Mକୁ ହୁର ମଞ୍ଜୁରୀ ମିଳିବା ପରେ ଦୁନିଆର ସବୁଠୁ ବୃହତ୍ତ ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) କହିଛି ଯେ, "ମ୍ୟାଲେରିଆ ଟିକାକୁ WHO ଅନୁମୋଦନ କରିଛି । ଖୁବଶୀଘ୍ର ମ୍ୟାଲେରିଆ ବିରୋଧରେ ଦ୍ବିତୀୟ ଟିକା ରୋଲଆଉଟ ହେବା ଭଳି ଜଣାପଡୁଛି । ଏହି ଅନୁମୋଦନ ପ୍ରି-କ୍ଲିନିକାଲ୍ ଏବଂ କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟ ଉପରେ ଆଧାରିତ । ଯାହା ଦେଶ ତଥା ବିଶ୍ବରେ ମ୍ୟାଲେରିଆ ମୃତ୍ୟୁକୁ ରୋକିପାରିବ ।"

ତେବେ କହିରଖୁଛୁ ଯେ, ମ୍ୟାଲେରିଆ ସାଧାରଣତଃ 4 ପ୍ରକାରର ହୋଇଥାଏ । ପ୍ଲାଜାମୋଡିୟମ୍ ଫାଲସିପରମ୍ (Plasmodium falciparum), ପ୍ଲାଜାମୋଡିୟମ୍ ଭିଭ୍ୟାକ୍ସ (P. vivax), ପ୍ଲାଜାମୋଡିୟମ୍ ଓଭାଲ୍ (P. ovale) ଏବଂ ପ୍ଲାଜାମୋଡିୟମ୍ ମ୍ୟାଲେରିଆ (P.malariae) । ପୂର୍ବ ଭାରତରେ, ପ୍ଲାଜାମୋଡିୟମ୍ ଫାଲସିପାରମ୍ ଏବଂ ପ୍ଲାଜାମୋଡିୟମ୍ ଭିଭ୍ୟାକ୍ସ ଅଧିକ ଦେଖାଯାଏ । ସେପ୍ଟେମ୍ବରରୁ ଫେବୃୟାରୀ ମଧ୍ୟରେ ପ୍ଲାଜାମୋଡିୟମ୍ ଫାଲସିପାରମ୍ ଅଧିକ ମାତ୍ରାରେ ଦେଖାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details