ଓଡିଶା

odisha

ETV Bharat / sukhibhava

World Hand Hygiene Day: ହାତର ସ୍ବଚ୍ଛତା ହିଁ ସୁସ୍ବାସ୍ଥ୍ୟର ପ୍ରଥମ ସୋପାନ - ସ୍ୱଚ୍ଛତା ଦିବସ

ଆଜି ବିଶ୍ୱ ହସ୍ତ ସ୍ୱଚ୍ଛତା ଦିବସ(World Hand Hygiene Day) । ଏହି ଦିବସରେ ଜାଣନ୍ତୁ, ହାତର ସ୍ବଚ୍ଛତା ସ୍ବାସ୍ଥ୍ୟ ପାଇଁ କେତେ ଆବଶ୍ୟକ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 5, 2023, 6:30 AM IST

ହାଇଦ୍ରାବାଦ: ସ୍ବଚ୍ଛତା ହିଁ ସୁସ୍ବାସ୍ଥ୍ୟର ପ୍ରଥମ ପରିଚୟ । ସ୍ବଚ୍ଛ ରହିଲେ ପାଖ ମାଡିନଥାଏ ରୋଗ । ଏହି ସ୍ବଚ୍ଛତା ପ୍ରଥମେ ହାତରୁ ହିଁ ଆରମ୍ଭ ହୁଏ । କାରଣ ହାତ ଦେଇ ପାଟିକୁ, ପାଟିରୁ ପାକସ୍ଥଳୀକୁ ଜୀବାଣୁ ଯାଇଥାଏ । ତେଣୁ ହାତ ସ୍ବଚ୍ଛ ରଖିବା ପାଇଁ ପ୍ରତିଟି ବ୍ୟକ୍ତିଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 5 ରେ ବିଶ୍ୱ ହସ୍ତ ସ୍ୱଚ୍ଛତା ଦିବସ(World Hand Hygiene Day) ପାଳନ କରାଯାଏ । ସମ୍ପ୍ରତି ମାନବ ସମାଜ କୋରୋନା ଭଳି ଏକ ମହାମାରୀର ସମ୍ମୁଖୀନ ହେବା ପରେ ହାତ ସ୍ବଚ୍ଛତା ଯେ କେତେ ଗୁରୁତ୍ବ ତାହା ସ୍ପଷ୍ଟ ହୋଇଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଅନୁଯାୟୀ, ହାତର ସ୍ୱଚ୍ଛତାକୁ ସୁଦୃଢ କରିବା ପାଇଁ ସାରା ବିଶ୍ୱରେ ଲୋକଙ୍କୁ ଏକତ୍ରିତ କରିବା ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ । ସମସ୍ତେ ହାତ ଧୋଇବା ଅଭ୍ୟାସ କରିବା ଉଚିତ୍, କାରଣ ଏହା ଜୀବାଣୁ, ଭୂତାଣୁ, କବକ ଆଦି ସଂକ୍ରମଣ କରାଉଥିବା କାରକଠାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ସ୍ୱାସ୍ଥ୍ୟ ସେବା ଯୋଗାଉଥିବା କର୍ମଚାରୀ ମଧ୍ୟ ଏହି ନିୟମକୁ ଭାଲ ଭାବେ ପାଳନ କରିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:-Health Tips: ପାଣିରେ ଭିଜାଇ ଖାଇଲେ ଏହି ସବୁ ଖାଦ୍ୟ, ମିଳେ ବହୁଗୁଣା ଫଳ

ବିଶ୍ବ ହସ୍ତ ସ୍ବଚ୍ଛତା ଦିବସର ଇତିହାସ ଓ ବିଷୟବସ୍ତୁ

2009 ରେ 'କ୍ଲିନ୍ ୟୁଓର୍ ହ୍ୟାଣ୍ଡ୍' ଉପରେ ଧ୍ୟାନ ଦେଇ ଏକ ବିଶ୍ୱସ୍ତରୀୟ ଅଭିଯାନ ଆରମ୍ଭ କରାଯାଇଥିଲା । ଲୋକଙ୍କୁ ସ୍ୱଚ୍ଛତା ବଜାୟ ରଖିବାର ମହତ୍ତ୍ବ ବିଷୟରେ ଅବଗତ କରାଇବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଏହା ପରେ ପ୍ରତିବର୍ଷ 5 ମଇରେ ହ୍ୟାଣ୍ଡ୍ ହାଇଜିନ୍ ଡେ ପାଳନ ହେଉଛି । ପ୍ରତିବର୍ଷ ଏକ ଥିମ୍(ବିଷୟବସ୍ତୁ) ଆଧାରରେ ଏହି ଦିବସ ପାଳନ କରାଯାଏ । ଚଳିତ ବର୍ଷ ବିଶ୍ବ ହସ୍ତ ସ୍ବଚ୍ଛତା ଦିବସ 2023 ର ବିଷୟବସ୍ତୁ ହେଉଛି, "ମିଳିତ ଭାବରେ ସ୍ୱାସ୍ଥ୍ୟସେବାରେ ସଂକ୍ରମଣ ଏବଂ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ପାଇଁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ନିରାପତ୍ତା ଏବଂ ଗୁଣବତ୍ତା ଗଠନ କରିବା ଯାହା ଦ୍ବାରା ହାତର ସ୍ୱଚ୍ଛତାକୁ ଉନ୍ନତ କରିବା ପ୍ରାଥମିକତା ହୋଇପାରିବ ।"

ହାତ ସ୍ବଚ୍ଛ ରଖିବାର ଉପାଦେୟତା:-

ହାତ ଧୋଇବା ଦ୍ବାରା 47% ଝାଡା-ବାନ୍ତି ରୋଗ ନିରାକରଣ ହୁଏ । 16% ଶ୍ବାସଜନିତ ସଂକ୍ରମଣ ରୋଗ ମଧ୍ୟ ହାତ ଧୋଇବା ଦ୍ବାରା ନିରାକରଣ ହୁଏ । ରାନ୍ଧିବା, ଖାଇବା, ଓ ଶୌଚ ହେବା ପରେ ସାବୁନରେ ହାତ ଧୋଇବା ଦ୍ବାରା 40% ପର୍ଯ୍ୟନ୍ତ ଡାଏରିଆକୁ ରୋକାଯାଇ ପାରିବ । ସାବୁନରେ ହାତ ଧୋଇବା ଦ୍ବାରା 23% ଶ୍ବାସ ଜନିତ ସଂକ୍ରମଣକୁ ମଧ୍ୟ ରୋକାଯାଇ ପାରିବ । ଶ୍ବାସ ଜନିତ ସଂକ୍ରମଣର ପ୍ରକୋପ କମ୍ କରିବା କ୍ଷେତ୍ରରେ ହାତଧୁଆ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ । ଦିନକୁ 10 ଥର ସାବୁନରେ ହାତ ଧୋଇବା ଦ୍ବାରା ଶ୍ବାସ ଜନିତ ସଂକ୍ରମଣକୁ 55% କମ କରାଯାଇ ପାରିବ ବୋଲି 2006ର ଏକ ଅନୁଧ୍ୟାନରୁ ଜଣାପଡିଛି । ତେଣୁ ହାତର ସ୍ବଚ୍ଛତା କିପରି ବଜାୟ ରହିବ ସେଥିପ୍ରତି ନିଶ୍ଚିତ ରୂପେ ଧ୍ୟାନ ଦେବା ଆବଶ୍ୟକ । ସେଚତନ ରହିଲେ ଯେକୌଣସି ରୋଗ ବିପଦକୁ ରୋକିହେବ ।

ABOUT THE AUTHOR

...view details